Advertisment

Office Romance Turns Deadly: ଅଫିସରୁ ରୋମାନ୍ସ, ହତ୍ୟାରେ ଶେଷ : ପ୍ରେମିକାର ମୁଣ୍ଡରୁ ଗଣ୍ଡି ଅଲଗା କଲା ପ୍ରେମିକ

ଉତ୍ତର ପ୍ରଦେଶର ଆଗ୍ରା ତେଧି ବାଗିୟାର ୩୦ ବର୍ଷୀୟା ମିଙ୍କୀ ଶର୍ମା। ସେ ଏକ ଘରୋଇ କମ୍ପାନୀରେ ଏଚ୍‌ଆର୍‌ ମ୍ୟାନେଜର ଭାବେ କାମ କରନ୍ତି। ଦୁଇ ବର୍ଷ ହେବ ୩୦ ବର୍ଷୀୟ ବିନୟ ସିଂହ ରାଜପୁତଙ୍କ ସହ ଥିଲା ତାଙ୍କ ପ୍ରେମ ସମ୍ପର୍କ।

author-image
Madhupriya Mistry
Murder

Murder Photograph: (OTV)

ଅଫିସରୁ ଦେଖା ତା’ ପରେ ପ୍ରେମ। ଆଉ ଧୀରେ ଧୀରେ ରୋମାନ୍ସ। ପରେ ପରେ ରୋମାନ୍ସରୁ ଆରମ୍ଭ ହେଲା ରକ୍ତାକ୍ତ ଖେଳ। ସନ୍ଦେହ ସାରିଦେଲା ସବୁକିଛି। ପ୍ରେମିକା ରକ୍ତରେ ହୋଲି ଖେଳିଳା ପ୍ରେମିକ। ପର ପୁରୁଷ ସହ ପ୍ରେମିକା କଥା ହେଉଥିବା ଦେଖି ବୟଫ୍ରେଣ୍ଡର ଦେହରେ ଗଲାନି। ଗାର୍ଲଫ୍ରେଣ୍ଡର ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା। ଆଉ କଟା ଦେହକୁ ଅଖାରେ ପୂରାଇ ନଦୀରେ ଫିଙ୍ଗି ଦେଲା। ଉତ୍ତର ପ୍ରଦେଶର ଆଗ୍ରାରୁ ସାମ୍ନାକୁ ଆସିଛି ଏଭଳି ବିଭତ୍ସ ହତ୍ୟାକଣ୍ଡ। ଯାହା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। 

Advertisment

ଉତ୍ତର ପ୍ରଦେଶର ଆଗ୍ରା ତେଧି ବାଗିୟାର ୩୦ ବର୍ଷୀୟା ମିଙ୍କୀ ଶର୍ମା। ସେ ଏକ ଘରୋଇ କମ୍ପାନୀରେ ଏଚ୍‌ଆର୍‌ ମ୍ୟାନେଜର ଭାବେ କାମ କରନ୍ତି। ଦୁଇ ବର୍ଷ ହେବ ୩୦ ବର୍ଷୀୟ ବିନୟ ସିଂହ ରାଜପୁତଙ୍କ ସହ ଥିଲା ତାଙ୍କ ପ୍ରେମ ସମ୍ପର୍କ। ମିଙ୍କି ଆଉ ବିନୟ ଗୋଟିଏ ଅଫିସରେ କାମ କରୁଥିବା ବେଳେ ପ୍ରେମରେ ପଡିଥିଲେ। ବିନୟ ଉକ୍ତ ଅଫିସରରେ କମ୍ପ୍ୟୁଟର ଅପରେଟର ଭାବେ କାମ କରୁଥିଲେ।

ବିନୟ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ବିବାହ ପ୍ରପୋଜକୁ ଏଡାଇ ଚାଲିଥିଲେ ମିଙ୍କୀ। ୬ ମାସ ହେବ ଅଫିସର ଅନ୍ୟ ପୁରୁଷଙ୍କ ସହ ସେ କଥା ହେଉଥିବା ବିନୟ ସନ୍ଦେହ କରିଥିଲେ। ପରେ ସପିଂ ବାହାନାରେ ମିଙ୍କୀକୁ ଡାକିଥିଲେ। ଉଭୟଙ୍କ ମଧ୍ୟରେ ଏ କଥାକୁ ନେଇ ଝଗଡା ହୋଇଥିଲା। ପରେ ରାଗି ଯାଇ ମିଙ୍କୀଙ୍କୁ ବିଭତ୍ସ ହତ୍ୟା କରିଥିଲା ବିନୟ। ମୁଣ୍ଡରୁ ଗଣ୍ଡି ଅଲଗା କରିବା ସହ ତାଙ୍କର ଦୁଇ ଗୋଡ଼କୁ ବି କାଟି ଥିଲା।  କଟା କଟା ମୁଣ୍ଡକୁ ଛାଡ଼ି ଖଣ୍ଡବିଖଣ୍ଡିତ ମୃତଦେହକୁ ଗୋଟିଏ ଅଖାରେ ଭର୍ତ୍ତି କରି ଯମୁନା ନଦୀ ଉପରେ ଥିବା ବ୍ରିଜ ନିକଟରେ ଫିଙ୍ଗି ଦେଇଥିଲା।  

Advertisment

ଜାନୁଆରୀ ୨୩ ତାରି ଦିନ ପ୍ରାୟ ୨ଟା ବେଳେ ମିଙ୍କୀ ଘରୁ ବାହାରିଥିଲେ। ସେ ଅଫିସ ଯାଉଥିବା ଘରେ ଜଣାଇଥିଲେ। ବିଳମ୍ବିତ ସନ୍ଧ୍ୟା ଯାଏ ମିଙ୍କୀ ଘରକୁ ନ ଫେରିବାରୁ ପରିବାର ଲୋକ ବ୍ୟସ୍ତ ହେବା ସହ ତାଙ୍କୁ ଫୋନ କରିଥିଲେ। କିନ୍ତୁ ତାଙ୍କ ଫୋନ ସୁଇଚ ଅଫ ରହିଥିଲା। ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଟ୍ରାନ୍ସ ଯମୁନା ପୋଲିସ ଷ୍ଟେସନରେ ଗୋଟିଏ ନିଖୋଜ ମାମଲା ରୁଜୁ କରିଥିଲେ। 

ଜାନୁଆରୀ ୨୪ରେ ଜବାହର ବ୍ରିଜ ନିକଟରେ ପଡ଼ିଥିବା ଗୋଟିଏ ଅଖା ଭିତରୁ ମୁଣ୍ଡହୀନ ଖଣ୍ଡବିଖଣ୍ଡିତ ମୃତଦେହ ପୋଲିସକୁ ମିଳିବା ପରେ ପୂରା ଘଟଣା ଉପରୁ ପରଦା ହଟିଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ବୟଫ୍ରେଣ୍ଡ ବିନୟ ସିଂହଙ୍କୁ ଗିରଫ କରିଛି। 

ଜେରା ବେଳେ ପୋଲିସ ଆଗରେ ସବୁ କଥା ସ୍ୱୀକାର କରିଛି ବିନୟ। ମିଙ୍କୀଙ୍କୁ ହତ୍ୟା ପରେ ଏକ ଅଖାରେ ତାଙ୍କର କଟାମୁଣ୍ଡ ଓ ଖଣ୍ଡବିଖଣ୍ଡିତ ମୃତଦେହକୁ ପୁରାଇ ସ୍କୁଟରେ ମୃତଦେହକୁ ଧରି ଜବାହର ବ୍ରିଜ ଆଡ଼କୁ ଯାଇଥିଲା। ଯମୁନା ନଦୀରେ ମୃତଦେହକୁ ଫିଙ୍ଗିବାକୁ ବିନୟ ଚାହୁଁଥିଲା। କିନ୍ତୁ ମୃତଦେହର ଓଜନ ଅଧିକ ହେବାରୁ ସେ ଏହାକୁ ଟେକି ପାରି ନଥିଲା। ସେହିପରି ଲୋକମାନେ ସେହି ରାସ୍ତାରେ ଯିବା ଆସିବା କରୁଥିବାରୁ ସେ ଧରା ପଡ଼ିଯିବା ଭୟରେ କ୍ଷତାକ୍ତ ମୃତଦେହ ରହିଥିବା ଅଖାକୁ ସେଠାରେ ରଖି ଫେରାର ହୋଇ ଯାଇଥିଲେ। 

ପୋଲିସ ବିନୟ ବ୍ୟବହାର କରିଥିବା ସ୍କୁଟି, ଛୁରୀ ଓ ମିଙ୍କୀ ଶର୍ମାଙ୍କ ଡ୍ରେସକୁ ଜବତ କରିଛି। ହେଲେ କଟା ମୁଣ୍ଡ ଏଯାଏ ମିଳିନି। ମୃତଦେହକୁ ପରିବାର ଲୋକ ଚିହ୍ନଟ କରିଛନ୍ତି ଓ ବିନୟଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠା ଯାଇଥିବା ପୋଲିସ ସୂଚନା ଦେଇଛି।  

Crime News Brutal Murder Agra Murder
Advertisment
Related Articles
Advertisment