Advertisment

Gupchup Seller Brutally Killed: ଜଙ୍ଗଲ ରାସ୍ତାରେ ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

ଗୁପୁଚୁପ ବିକାଳୀଙ୍କୁ ନିର୍ମମ ହତ୍ୟା। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଖଡ଼ିଆପାଲି ନିକଟ ଦୋମୁହାଣୀ ଜଙ୍ଗଲ ରାସ୍ତାରେ ଘଟିଛି ହତ୍ୟାକାଣ୍ଡ। ମୃତ ଗୁପଚୁପ ବିକାଳୀ ଖଡ଼ିଆପାଲି ଗାଁର ଜଗନ୍ନାଥ ପଲେଇ।

author-image
Madhupriya Mistry
MURDER

MURDER Photograph: (OTV)

ଗୁପୁଚୁପ ବିକାଳୀଙ୍କୁ ନିର୍ମମ ହତ୍ୟା। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଖଡ଼ିଆପାଲି ନିକଟ ଦୋମୁହାଣୀ ଜଙ୍ଗଲ ରାସ୍ତାରେ ଘଟିଛି ହତ୍ୟାକାଣ୍ଡ। ମୃତ ଗୁପଚୁପ ବିକାଳୀ ଖଡ଼ିଆପାଲି ଗାଁର ଜଗନ୍ନାଥ ପଲେଇ।

Advertisment

ଗତକାଲି ମୃତ ଜଗନ୍ନାଥ ସବୁଦିନ ପରି ସକାଳୁ ବାହାରି ଗୁପଚୁପ ବିକିବାବୁ ଗାଁ ଗାଁ ଯାଇଥିଲ। ସନ୍ଧ୍ୟାରେ ଫେରିବା ବିଳମ୍ବ ନେଇ ପରିବାର ଲୋକେ ବ୍ୟସ୍ତ ହେବା ସହ ବୃଦ୍ଧ ବାପା ଓ ମା ପୁଅକୁ ଖୋଜିବାକୁ ଆସି ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି।

Sambalpur Gupchup Vendor Brutal Murder Murder Crime News
Advertisment
Related Articles
Advertisment