/odishatv-khabar/media/media_files/2025/10/26/kota-2025-10-26-21-09-39.jpg)
kota Photograph: (OTV)
ଆଶା ରଖିଥିଲେ ପୁଅ ଡାକ୍ତରୀ ପାଠ ପଢ଼ିବ। ଡାକ୍ତର ହୋଇ ଲୋକଙ୍କ ସେବା କରିବ । ଏଥିପାଇଁ ପୁଅକୁ ସୁଦୂର ରାଜସ୍ଥାନ କୋଟାକୁ ପଠାଇଥିଲେ ନିଟ୍ କୋଚିଂ ନେବା ଲାଗି । ହେଲେ ତାଙ୍କ ସ୍ବପ୍ନ ଚୂରମାର ହୋଇଯାଇଛି । ଏକମାତ୍ର ପୁଅର ମୃତଦେହ ଆଣିବା ଲାଗି କୋଟା ଯାଉଛନ୍ତି ଗଞ୍ଜାମ ପାତ୍ରପୁର ବ୍ଲକ ଅଭୟପୁର ଗାଁର ରାଧାଶ୍ୟାମ ପାତ୍ର ।
କିଛି ମାସ ତଳେ ତାଙ୍କ ୨୪ ବର୍ଷୀୟ ପୁଅ ରୋଶନ ନିଟ୍ ପ୍ରସ୍ତୁତି ପାଇଁ କୋଟା ଯାଇଥିଲେ । କୋଟାର ରାଜୀବ ଗାନ୍ଧୀ ନଗରରେ ସମ୍ପର୍କୀୟ ଭାଇଙ୍କ ସହ ରହୁଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ, ରୋଶନ ଶୁକ୍ରବାର ରାତିରେ ଖାଇପିଇ ଶୋଇଥିଲେ । ହେଲେ ଦିନ ୧୧ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ସମସ୍ତଙ୍କ ସନ୍ଦେହ ବଢିଥିଲା । ପରେ ହଷ୍ଟେଲ କର୍ମଚାରୀଙ୍କ ଉପସ୍ଥିତିରେ କବାଟ ଖୋଲାଯିବା ପରେ ରୋଶନ ମୁହଁମାଡି ତଳେ ପଡିଥିଲେ । ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର ପୂର୍ବ ରାତିରେ ରୋଶନ ଅତ୍ୟନ୍ତ ଖୁସି ଥିବା ଏବଂ ଘର ଲୋକଙ୍କ ସହ ଫୋନ୍ ଯୋଗେ କଥା ହୋଇଥିବା କୁହାଯାଉଛି। ହେଲେ ତାପରଦିନ ରୋଶନଙ୍କ ମୃତ୍ୟୁ ଖବର ପୁରା ପରିବାର ଏବଂ ଗାଁ ଲୋକଙ୍କୁ ସ୍ତବ୍ଧ କରିଛି । ରୋଶନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନାହିଁ ।
ମେଡିକାଲ ଏବଂ ଜେଇଇ ପାଇଁ କୋଚିଂ କ୍ୟାପିଟାଲ କୁହାଯାଉଥିବା କୋଟାରେ ଗତ ଦୁଇଦିନ ଭିତରେ ତିନିଜଣଙ୍କର ଜୀବନ ଗଲାଣି । ଅକ୍ଟୋବର ୨୪ ତାରିଖରେ ଜଣେ ୨୧ ବର୍ଷର ଷ୍ଟୁଡେଣ୍ଟଙ୍କ ଜୀବନ ଯାଇଥିଲା, ଆଉ ୨୫ ତାରିଖରେ ଦୁଇଜଣଙ୍କ ଜୀବନ ଯାଇଥିବା ଯାଇଛି ।ବଡ ଆଶା ନେଇ କୋଚିଂ ପାଇଁ ଯାଉଥିବା ଛାତ୍ରଛାତ୍ରୀଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁ ପଛରେ କାରଣ କଣ ? କଣ ପାଇଁ ଜୀବନ ହାରୁଛନ୍ତି ଛାତ୍ରଛାତ୍ରୀ ? ମନୋଚିକିତ୍ସିକ ଏବଂ ଶିକ୍ଷାବିତଙ୍କ କହିବା କଥା ତୀବ୍ର ପ୍ରତିଯୋଗିତା, ପିଲାଙ୍କ ମାନସିକ ଚାପ, ମଧ୍ୟବିତ୍ତ ପରିବାରରେ ବାପା ମାଙ୍କ ଅତ୍ୟଧିକ ଆଶା ଯୋଗୁଁ ଚିନ୍ତାଗ୍ରସ୍ତ ହୋଇପଡୁଛନ୍ତି ଛାତ୍ରଛାତ୍ରୀ । ଏଥିସସହ କୋଚିଂ ସେଣ୍ଟରରେ ମାନସିକ ଚିକିତ୍ସାର ଅଭାବ ବି ସେମାନଙ୍କ ଅକାଳ ମୃତ୍ୟୁର ଅନ୍ୟତମ କାରଣ ସାଜୁଛି ।
ତଥ୍ୟ ଅନୁସାରେ, ବଡ ଆଶା ନେଇ କୋଟାକୁ କୋଚିଂ ପାଇଁ ଯାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୨୩ ରେ ୨୬ ଜଣ ଏବଂ ୨୦୨୪ରେ ୧୭ ଜଣ ଏବଂ ୨୦୨୫ରେ ଏଯାଏ ୧୮ ଜଣଙ୍କର ବିଭିନ୍ନ କାରଣ ପାଇଁ ମୃତ୍ୟୁ ଘଟିଛି ।
Doctor Suicide Case: ଡାକ୍ତର ଆତ୍ମହତ୍ୟା ମାମଲାରେ ଦୁଷ୍କର୍ମ ଅଭିଯୁକ୍ତ ସବଇନ୍ସପେକ୍ଟର ଗିରଫ, ଥାନାରେ କଲେ ଆତ୍ମସମର୍ପଣ

Doctor Accuses Police Officer: ଛାତି ଥରାଉଛି ଡାକ୍ତରାଣୀଙ୍କ ଲୋମଟାଙ୍କୁରା କାହାଣୀ , ଚାରି ଚାରି ଥର ଦୁଷ୍କର୍ମ କରିଥିଲେ SI

Salman Khan’s Name on Terror Watchlist: ଆତଙ୍କବାଦୀ ୱାଚ୍ ଲିଷ୍ଟରେ ସଲମାନ ଖାନ, ପାକିସ୍ତାନର ବଢ଼ିଯାଇଛି ରାଗ

Excise Dept Busts: ସ୍ବାମୀ-ସ୍ତ୍ରୀଙ୍କ କଳା ବେପାର , ଢୋକେ ପିଇଲେ ଘଣ୍ଟେ ନିଦ...ଚକାଚକ୍ ବୋତଲରେ ଚିକଚିକ୍ ମଦ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)