/odishatv-khabar/media/media_files/2025/10/26/maharastra-doctor-suicide-2025-10-26-17-34-21.jpg)
Maharastra-Doctor-Suicide Photograph: (OTV)
ଛାତି ଥରାଉଛି ଡାକ୍ତରାଣୀଙ୍କ ଲୋମଟାଙ୍କୁରା କାହାଣୀ । ମୃତ୍ୟୁର ଶେଷ ଚିଠିରେ କଳା ରାତିର କଥା । ଚାରି ଚାରି ଥର ଦୁଷ୍କର୍ମ କରିଥିଲେ SI । ଖାକି ବର୍ଦ୍ଦିରେ ଇଜ୍ଜତ ଲୁଟୁଥିଲେ ପୋଲିସ ବାବୁ । ଏମିତି ଏକ ଘଟଣା ଜଣେ ସାଧାରଣ ଯୁବତୀଙ୍କ ସହ ନୁହେଁ, ଖୋଦ୍ ଘଟିଛି ଜଣେ ମହିଳା ଡାକ୍ତରାଣୀଙ୍କ ସହ । ଶେଷରେ ସେ ଜୀବନ ହାରିବାକୁ ବାଧ୍ୟ ହୋଇଛନ୍ତି ।
ମହାରାଷ୍ଟ୍ରରେ ଡାକ୍ତରାଣୀ ଆତ୍ମହତ୍ୟା ବିବାଦ ଏବେ ତେଜିବାରେ ଲାଗିଛି । ସତାରାରେ ଜୀବନ ହାରିବା ପୂର୍ବରୁ ଏକ ୪ ପୃଷ୍ଠା ସମ୍ବଳିତ ସୁଇସାଇଡ ନୋଟରେ ତାଙ୍କ ମୃତ୍ୟୁର ସବୁ ଦୋଷ ସେ ଜଣେ ପୋଲିସ ଅଧିକାରୀଙ୍କୁ ଦେଇଛନ୍ତି । ପୋଲିସ ଅଫିସର ଜଣଙ୍କ ତାଙ୍କୁ ୪ ଥର ଦୁଷ୍କର୍ମ କରିଥିଲେ । ମାମଲା ଥିବା ଅଭିଯୁକ୍ତଙ୍କ ଲାଗି ଫେକ୍ ଫିଟନେସ ସାର୍ଟିଫିକେଟ ଦେବାକୁ ସବଇନ୍ସପେକ୍ଟର ଗୋପାଳ ବଦନେ ତାଙ୍କୁ ବାଧ୍ୟ କରୁଥିଲେ । ଏହା ନକରିବାକୁ ତାଙ୍କୁ ନିର୍ଯାତନା ଦିଆଯାଇଥିଲା ବୋଲି ସେ ସୁଇସାଇଡ୍ ନୋଟରେ ଲେଖିଛନ୍ତି । ଖାଲି ଏତିକି ନୁହେଁ, ଏଥିଲାଗି ଜଣେ ସାଂସଦ ଓ ତାଙ୍କର ଦୁଇ ସହଯୋଗୀ ବି ଚାପ ପକାଉଥିଲେ ବୋଲି ସେ ସୁଇସାଇଡ୍ ନୋଟରେ ଦର୍ଶାଇଛନ୍ତି ।
ସତାରାର ଫଲଟାନ ଉପଜିଲ୍ଲା ହସ୍ପିଟାଲରେ ଡାକ୍ତର ଥିବା ୨୬ ବର୍ଷ ବୟସ୍କା ମେଡିକାଲ ଅଫିସରଙ୍କୁ ନେଇ ମହାରାଷ୍ଟ୍ରରେ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ପାଞ୍ଚ ମାସ ଧରି ପୋଲିସ ବାବୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ ବୋଲି ସେ ଅଭିଯୋଗ କରିଥିଲେ । ମହିଳା ଡାକ୍ତରଙ୍କୁ ବାରମ୍ବାର ଚାପ ଯୋଗୁ ସେ ଏସପି ଓ ଡିଏସପିଙ୍କ ନିକଟକୁ ଚିଠି ଲେଖିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା ବୋଲି ଡାକ୍ତରଙ୍କ ସମ୍ପର୍କୀୟ ଭଉଣୀ କହିଛନ୍ତି । ଖାଲି ଏତିକି ନୁହେଁ, ଅନ୍ୟଜଣେ ଅଧିକାରୀ ପ୍ରଶାନ୍ତ ବାଙ୍କର ବି ତାଙ୍କୁ ହଇରାଣ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଗୋପାଳ ଓ ବାଙ୍କରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋହ୍ଲାପୁର ଡିଭିଜନ ଆଇଜିପି ସୁନୀଲ ଫୁଲାରି ତଦନ୍ତ କରୁଛନ୍ତି ।
ଏହି ସ୍ପର୍ଶକାତର ଘଟଣାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଗତ ୨୧ ତାରିଖ ମଙ୍ଗଳବାର ରାତିରେ ଡାକ୍ତରଙ୍କ ମରଶରୀର ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ନିଜର ପାପୁଲିରେ ବି ଅଭିଯୁକ୍ତ ଡାକ୍ତରଙ୍କ ନାମ ଲେଖିବା ସହ ଆତ୍ମହତ୍ୟା ଲାଗି ସେ ଦାୟୀ ବୋଲି ଡାକ୍ତର ଲେଖିଥିଲେ । ଡାକ୍ତରଙ୍କ ଘର ବିଡ୍ ଜିଲ୍ଲାରେ । ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମହିଳା କମିଶନ ଅଧ୍ୟକ୍ଷା ରୂପାଲି ଚକନକାର ।
IPhones Lost In Ocean: ସମୁଦ୍ରରେ ଭାସିଗଲା ୫ଲକ୍ଷ iphone , କୋଟି କୋଟି ଟଙ୍କା ଶୋଷିନେଲା ଲୁଣି ପାଣି

Ahead of World Cup: ବିଶ୍ବକପ ଖେଳିବା ନେଇ ମିଳିଲା ବଡ଼ ସଙ୍କେତ , ଅଷ୍ଟ୍ରେଲିଆରେ ଚମକିଲେ ରୋ-କୋ

Nayagarh Hospital: ସିକ୍ୟୁରିଟି ଗାର୍ଡ ଏବେ ଭଗବାନ ! ରକ୍ତର ସମ୍ପର୍କ ନୁହେଁ କିନ୍ତୁ ସେ ଆପଣାର

From Jail to Crime Again: ଜେଲ୍ ଫେରନ୍ତା ଅପରାଧୀର ରାକ୍ଷସ ମନୋବୃତ୍ତି: ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଅସଦାଚରଣ କରିଥିବା ନାଇଟ୍ରାର ଅପରାଧ ରେକର୍ଡ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)