/odishatv-khabar/media/media_files/2026/02/25/mao-murder-2026-02-25-21-22-37.jpg)
MAO-MURDER Photograph: (OTV)
ଭୁଶୁଡ଼ୁଛି ନକ୍ସଲ୍ ଗଡ଼, ଟେନସନରେ ମାଓ ମୁଖିଆ। ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ହତ୍ୟା କରିବାକୁ ଦେଖାଉଛନ୍ତି ନାଲିଆଖି। କନ୍ଧମାଳ ଜିଲ୍ଲାରେ ସାଥୀ ନକ୍ସଲ ଅନ୍ବେଷକୁ ହତ୍ୟା କରି ମାଟିତଳେ ପୋତି ଦେବା ସହିତ ସରେଣ୍ଡର କରିବାକୁ ଗୋଡ଼ କାଢିଥିବା ସାଥୀଙ୍କୁ ପରୋକ୍ଷରେ ଧମକ ଦେଇଛି ମାଓନେତା ଶୁକ୍ରୁ।
ସୂଚନା ଅନୁସାରେ, ମୃତ ମାଓବାଦୀ ଅନ୍ବେଷ ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ ଚାହୁଁଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଅନ୍ବେଷକୁ ହତ୍ୟା କରି ଶୁକ୍ରୁ ପୋତି ଦେଇଥିବା ଜଣାପଡ଼ିଛି । ଦାରିଙ୍ଗବାଡି ଥାନା ତରାବାଡ଼ି ଜଙ୍ଗଲରୁ ତାର ଗଳିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି ପୋଲିସ୍ । କନ୍ଧମାଳ ଏସପିଙ୍କ ସୂଚନା ଅନୁସାରେ, ମୃତ ଅନ୍ୱେଷ, CPI ମାଓବାଦୀ KKBNର ସଦସ୍ୟ ଥିଲା । ଗତ ଜାନୁଆରୀ ୨୯ ତାରିଖରେ CPI ମାଓବାଦୀ ପାର୍ଟିର SCM ଶୁକ୍ରୁ ଏବଂ ତାର ସାଥୀମାନେ ମିଶି ହତ୍ୟା କରିବା ପରେ ମାଟିରେ ପୋତି ଦେଇଥିଲେ ।
ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି କରାଯାଇଛି। କିନ୍ତୁ ଭୟଭୀତ ନହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଅପିଲ୍ କରିଛନ୍ତି କନ୍ଧମାଳ ଏସପି। ସେପଟେ ଶୁକ୍ରୁର ନାରକୀୟ କାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ଛତିଶଗଡ଼ର ମାଓବାଦୀ । ଶୁକ୍ରୁକୁ ସେମାନେ ଗଦ୍ଦାର ବୋଲି କହିବା ସହିତ ତାଙ୍କର ଯେଉଁ ସାଥି ମାନେ ଜଙ୍ଗଲରେ ଲୁଚି ରହିଛନ୍ତି, ସେମାନେ ପୋଲିସ ପାଖରେ ଆତ୍ମସମର୍ପଣ କରିଦିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ।
ଭୁଶୁଡ଼ୁଛି ନକ୍ସଲ୍ ଗଡ଼, ଟେନସନରେ ମାଓ ମୁଖିଆ
ସରେଣ୍ଡର କରିବାକୁ ଚାହୁଁଥିବା ସାଥୀଙ୍କୁ ଧମକ
ଗଳିତ ମୃତଦେହ ଉଦ୍ଧା କରି ପୋଲିସର ତଦନ୍ତ
ଦାରିଙ୍ଗବାଡି ତରାବାଡ଼ି ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର
ଶୁକ୍ରୁକୁ ଗଦ୍ଦାର କହିଲେ ଛତିଶଗଡ଼ ମାଓବାଦୀ
ଭୟଭୀତ ନହୋଇ ଆତ୍ମସମର୍ପଣ ପାଇଁ କନ୍ଧମାଳ ଏସପିଙ୍କ ଆହ୍ବାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)