/odishatv-khabar/media/media_files/2026/02/25/love-lift-murder-2026-02-25-20-12-52.jpg)
LOVE-LIFT-MURDER Photograph: (OTV)
ଲଭ୍-ଲିପ୍ଟ-ମର୍ଡର୍ !
ପାରାଦୀପ ତାରିଣୀଗଡ଼ା କାଣ୍ଡ ପଛରେ ଜଘନ୍ୟ ଷଡ଼ଯନ୍ତ୍ର !
ଛାତ ଉପରୁ ପଡ଼ି ନଥିଲେ...
୪ ମହଲାରୁ ଛାତ୍ରୀଙ୍କୁ ଠେଲି ଦିଆଯାଇଥିଲା !
ଦୁଷ୍କର୍ମ ପରେ ଅଣଓଡ଼ିଆ ଯୁବକ ଘଟାଇଥିଲେ ଲୋମଟାଙ୍କୁରା ହତ୍ୟାକାଣ୍ଡ !
ପାରାଦୀପ ତାରିଣୀଗଡ଼ାର ସେହି ରହସ୍ୟମୟ କୋଠା। ଯେଉଁ କୋଠାକୁ ଅଣଓଡ଼ିଆ ଅଜଣା ଯୁବକଙ୍କ ସହ ରବିବାର ରାତିରେ ବାଇକ ଯୋଗେ ଆସିଥିଲେ ଯୁକ୍ତ ତିନି ଛାତ୍ରୀ ଏବଂ ସୋମବାର ଭୋର ସମୟରେ ତଳକୁ ଖସିଥିଲା ତାଙ୍କ ରକ୍ତାକ୍ତ ଉଲଗ୍ନ ମୃତଦେହ ।
ସନ୍ଦେହଜନକ ମୃତଦେହକୁ ନେଇ ଦୁଇଦିନର ସସପେନ୍ସ ଭିତରେ ପୋଲିସ ହାତରେ ଲାଗିଛି ବଡ଼ ସୁରାଗ୍, ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍। ସୂଚନା ଅନୁସାରେ, ଘର ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଛାତରୁ ତଳକୁ ଫିଙ୍ଗି ହତ୍ୟା କରାଯାଇଛି। ସଂପୃକ୍ତ ଘରେ ପୋଲିସର ଛାନଭିନ ବେଳେ ମିଳିଛି ସଂଗୀନ ପ୍ରମାଣ। ରୁମର ତାଜା ଉପରୁ ଜବତ ହୋଇଛି ମୃତ ଛାତ୍ରୀଙ୍କ ଅନ୍ତଃବସ୍ତ୍ର, ଚୁଡ଼ିଦାର। ରୋଷେଇ ଘରୁ ମିଳିଲା ମୋବାଇଲ୍। ଯାହାକି ପୀଡିତାଙ୍କ ପରିଚୟ ସ୍ପଷ୍ଟ କରିବା ସହିତ ଜଘନ୍ୟ କାଣ୍ଡ ଉପରୁ ପରଦା ହଟାଇଛି।
ଏପରିକି ଛାତ ଉପରେ ମୃତ ଛାତ୍ରୀଙ୍କ ଚପଲକୁ ଯୋଜନାବଦ୍ଧ ବାବେ ଖଞ୍ଜି ଆତ୍ମହତ୍ୟାର ରୂପ ଦେବାକୁ ଅଭିଯୁକ୍ତ ଉଦ୍ୟମ କରିଥିବା ପୋଲିସ ଜାଣିବାକୁ ପାଇଛି। ପୂରା ଘଟଣା ନେଇ ମୃତକଙ୍କ ପରିବାର ଥାନାରେ ଏତଲା ଦେଇଥିବାବେଳେ ୮ ଜଣଙ୍କୁ ଅଟକ ରଖି ତନାଘନା ଚଳାଇଛି ପୋଲିସ୍ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସିଂହ ନାମକ ଅଣଓଡ଼ିଆ ଯୁବକକୁ ଅଧିକ ଜେରା ଚାଲିଛି ।
ରବିବାର ସକାଳ ପ୍ରାୟ ୧୦ଟା- ଯୁକ୍ତ ତିନିରେ ପଢୁଥିବା ଛାତ୍ରୀ ଜଣଙ୍କ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଘରୁ ବାହାରି ଯାଇଥିଲେ ଶାରଳା ମନ୍ଦିର ଅଭିମୁଖେ। କୁହାଯାଉଛି, ସେଠାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିବା ପରେ ଶେଷଥର ପାଇଁ ଘରକୁ ଫୋନ୍ କରି ରାହାମା ବସଷ୍ଟାଣ୍ଡରୁ ନେବାକୁ ପରିବାର ଲୋକଙ୍କୁ ଜଣାଇଥିଲେ ଛାତ୍ରୀ ଜଣକ। ମାତ୍ର ଏହାପରଠୁ ନା ତାଙ୍କର ଫୋନ୍ ଲାଗିଥିଲା ନା କିଛି ଖୋଜଖବର୍ ମିଳିଥିଲା।
ଲିଫ୍ଟ ନେଇ ପାରାଦୀପ ଚାଲିଆସିଥିଲେ ପୀଡ଼ିତା
ସୂଚନା ଅନୁସାରେ, ସେହି ରାସ୍ତାରେ ଆସୁଥିବା ଝାଡ଼ଖଣ୍ଡର ଜଣେ ଯୁବକଙ୍କ ସହିତ ଲିଫ୍ଟ ନେଇ ପାରାଦୀପ ଚାଲିଆସିଥିଲେ ପୀଡ଼ିତା। ରାତି ପ୍ରାୟ ୧୦ଟା ୧୦ ମିନିଟରେ ସଂପୃକ୍ତ ଯୁବକ ଓ ସେ ପହଞ୍ଚିଥିଲେ ତାରିଣୀଗଡ଼ାର ଏଇ ଭଡ଼ା ଘରେ । ଯେଉଁଠି ପୂର୍ବରୁ ରହୁଥିଲେ ଏକାଧିକ ଯୁବକ ।
ତେବେ ଛାତ୍ରୀଙ୍କ ସହ ସେଦିନ ବାସ୍ତବରେ ଘଟିଥିଲା କଣ ? କୁଆଡ଼େ ଗଲେ ପୁରୁଷ ବନ୍ଧୁ ? କଣ ଏମିତି ଘଟିଗଲା ଯେ ରାସ୍ତା ମଝିରେ ଛାଡ଼ି ଚାଲିଗଲେ ବାନ୍ଧବୀଙ୍କୁ ? ଛାତ୍ରୀ ଜଣଙ୍କ ଘରକୁ ନଯାଇ ଅଜଣା ଯୁବକଙ୍କ ସହିତ ପାରାଦୀପକୁ କାହିଁକି ଆସିଲେ ? ଅଭିଯୁକ୍ତର ଭଡ଼ା ଘରକୁ ଯାଇଥିଲେ କାହିଁକି ? କିଏ ସୁଇଚ୍ ଅଫ୍ କରିଦେଇଥିଲା ଛାତ୍ରୀଙ୍କ ମୋବାଇଲ୍ ?
ଲିଫ୍ଟ ଦେଇଥିବା ଅଣଓଡ଼ିଆ ଯୁବକ ଓ ପୁରୁଷ ବନ୍ଧୁଙ୍କ ମଧ୍ୟରେ ଅଛି କି ଲିଙ୍କ୍ ? ଗଣଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା କରାଯାଇଛି କି ? ଏବେବି ଏସବୁ ରହସ୍ୟ ଘେରରେ । ଘଟଣା ନେଇ ପୋଲିସ ଖୋଳତାଡ଼ ଜାରି ରହିଥିବାବେଳେ ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)