Advertisment

Illegal Sand Mining: ବାଲି ଘାଟ ଉପରେ ରାତି ଅଧିଆ ଚଢ଼ାଉ, ୨୦ରୁ ଅଧିକ ହାଇୱା ଜବତ

ଜଗତସିଂହପୁର  ଜିଲା ରଘୁନାଥପୁର ଥାନା କୂଳସାହି ନିକଟରେ ବେଆଇନ ବାଲି ଘାଟ ଉପରେ ଜିଲା ପ୍ରଶାସନର ରାତି ଅଧିଆ ଚଢ଼ାଉ  କରିଛି। ଏହି ଚଢାଉ ବେଳେ  ଦୁଇଟି ପ୍ରୋକ୍ଲିନ ଓ ୨୦ରୁ ଉର୍ଦ୍ଧ ବାଲି ବୋଝେଇ ହାଇୱା ଜବତ କରିଛି ପୋଲିସ।

author-image
Madhupriya Mistry
BALIGHAT RAID

BALIGHAT RAID Photograph: (OTV)

ଜଗତସିଂହପୁର  ଜିଲା ରଘୁନାଥପୁର ଥାନା କୂଳସାହି ନିକଟରେ ବେଆଇନ ବାଲି ଘାଟ ଉପରେ ଜିଲା ପ୍ରଶାସନର ରାତି ଅଧିଆ ଚଢ଼ାଉ  କରିଛି। ଏହି ଚଢାଉ ବେଳେ  ଦୁଇଟି ପ୍ରୋକ୍ଲିନ ଓ ୨୦ରୁ ଉର୍ଦ୍ଧ ବାଲି ବୋଝେଇ ହାଇୱା ଜବତ କରିଛି ପୋଲିସ। ଏଥି ସହିତ ୯ଜଣ ଡ୍ରାଇଭରଙ୍କୁ ଗିରଫ କରିଛି ।

Advertisment

ଏହି ଘାଟରୁ ଦୀର୍ଘ ଦିନ ହେଲା ବିନା ସରକାରୀ ଟେଣ୍ଡର ରେ  ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା।  ଗତକାଲି ମଧ୍ୟରାତ୍ର ରେ ଜଗତସିଂହପୁର ଜିଲାପାଳଙ୍କ ନେତୃତ୍ବରେ ଏସପି ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଚଢ଼ାଉ ହୋଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି କୂଳ ସାହି ବାଲି ଘାଟକୁ ସିଜ କରିଦିଆଯାଇଛି। ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

Jagatsinghpur Illegal Sand Mining In Odisha Illegal Sand Mining
Advertisment
Related Articles
Advertisment