Advertisment

Massive Odisha Police Raids: ବଡ଼ ରେଡ୍, ଯେଉଁଠି ଖୋଜିଲେ ସେଇଠି କ୍ୟାସ୍

ଭଦ୍ରକରୁ ମୟୂରଭଞ୍ଜ ଚପା ଚପା ତଲାସୀ କରୁଛି ପୋଲିସ୍। ଆଉ ଯେଉଁଠି ହାତ ମାରୁଛି ସେଠି ମିଳୁଛି ପୁଳା ପୁଳା କ୍ୟାସ୍। ଭଦ୍ରକରୁ ବାରିପଦା ଯାଏଁ ଚାଲିଥିବା ରେଡରେ ପୋଲିସର ହୋସ୍ ଉଡ଼ି ଯାଇଛି।

author-image
Madhupriya Mistry
Raid

Raid Photograph: (OTV)

ଗୋ-ମାଫିଆ ଲିଙ୍କ୍ ରେ ରାଜ୍ୟରେ ବଡ଼ ଧରଣର ରେଡ୍। ଭଦ୍ରକରୁ ମୟୂରଭଞ୍ଜ ଚପା ଚପା ତଲାସୀ କରୁଛି ପୋଲିସ୍। ଆଉ ଯେଉଁଠି ହାତ ମାରୁଛି ସେଠି ମିଳୁଛି ପୁଳା ପୁଳା କ୍ୟାସ୍। ଭଦ୍ରକରୁ ବାରିପଦା ଯାଏଁ ଚାଲିଥିବା ରେଡରେ ପୋଲିସର ହୋସ୍ ଉଡ଼ି ଯାଇଛି। ଭଲ ଭାବେ ଦେଖନ୍ତୁ ଏହି ସବୁ ଭିଜୁଆଲକୁ।

Advertisment

ପୁରୁଣାବଜାର ଥାନା ମୁଲ୍ଲାସାହିରେ ଗୋ-ମାଫିଆ ଶେଖ୍ ତାଜୁଦ୍ଦିନ୍ ଘରେ କେନ୍ଦୁଝର ପୋଲିସର ଚଢାଉ। ରେଡ୍ ବେଳେ ବଣ୍ଡଲ୍ ବଣ୍ଡଲ୍ ୫୦୦ ଟଙ୍କିଆ ନୋଟ୍ ବାହାରିଛି। ଟଙ୍କା ଏତେ ଯେ ଏହାକୁ ଗଣିବାକୁ ମେସିନ୍ ବି ଆଣିବାକୁ ପଡ଼ିଛି। ଅବୈଧ ଗୋ-ଚାଲଣ ଲିଙ୍କରେ  ଚଢାଉ କରାଯାଇଛି।

ଖାଲି ଭଦ୍ରକ ନୁହେଁ ଯାଜପୁରରେ, କେନ୍ଦୁଝର ଓ ତେଲକୋଇରେ, ବାରିପଦାରେ ବି ରେଡ୍ ହେଉଛି।ତେଲକୋଇ ବ୍ୟବସାୟୀ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଆନନ୍ଦପୁରର ବ୍ୟବସାୟୀ ସତୁରା ସାହୁ,ବାରିପଦାରେ ବ୍ୟବସାୟୀ ସୁରଜିତ୍ ମହାନ୍ତିଙ୍କ ଘର ଓ ବ୍ୟବସାୟିକ ଠିକଣା ଉପରେ ଘନ ଘନ ରେଡ୍ ଚାଲିଛି। ପୁଳା ପୁଳା ଟଙ୍କା, ସୁନା ଅଳଙ୍କାର ମିଳିଛି। 

Advertisment
Crime Odisha Cow Smuggling Smuggling Police Raid
Advertisment