Advertisment

Smuggling Ganja: ଆଇଡିଆ ଦେଖିଲେ ତାଜୁବ୍ ହୋଇଯିବେ, ଦେହରେ ଷ୍ଟିକର୍ ଲଗାଇ ଗଞ୍ଜେଇ ଚାଲାଣ

ଦେହରେ ଷ୍ଟିକର୍ ଲଗାଇ ଗଞ୍ଜେଇ ଚାଲାଣ। ଆପଣ ବି ଦେଖିଲେ ତାଜୁବ ହୋଇଯିବେ । ବାଇକ୍, ବୋଲେରୋ କି ବ୍ୟାଗରେ ନୁହେଁ, ଶରୀରରେ ଗଞ୍ଜେଇକୁ ଷ୍ଟିକର୍ ମାରି ତା ଉପରେ ସାର୍ଟ ପିନ୍ଧି ଚାଲାଣ କରୁଥିଲା ଅଭିଯୁକ୍ତ ।

author-image
Manas Ranjan Mohanty
BOLANGIR

BOLANGIR Photograph: (OTV)

ଦେହରେ ଷ୍ଟିକର୍ ଲଗାଇ ଗଞ୍ଜେଇ ଚାଲାଣ। ଆପଣ ବି ଦେଖିଲେ ତାଜୁବ ହୋଇଯିବେ । ବାଇକ୍, ବୋଲେରୋ କି ବ୍ୟାଗରେ ନୁହେଁ, ଶରୀରରେ ଗଞ୍ଜେଇକୁ ଷ୍ଟିକର୍ ମାରି ତା ଉପରେ ସାର୍ଟ ପିନ୍ଧି ଚାଲାଣ କରୁଥିଲା ଅଭିଯୁକ୍ତ । ଯାହାର ପର୍ଦ୍ଦାଫାସ କରିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳବାଇ ପୋଲିସ । ସୂଚନା ଅନୁସାରେ ଷ୍ଟେସନ ଭିତରୁ ଆସୁଥିବାବେଳେ କିଛି ଯୁବକଙ୍କ ଶରୀରରୁ ଗଞ୍ଜେଇ ଗନ୍ଧ ବାରିପାରିଥିଲା ରେଳବାଇ ପୋଲିସ। ୬ ଜଣଙ୍କୁ ଅଟକ ରଖି ତଦନ୍ତ ବେଳେ ସାମ୍ନାକୁ ଆସିଥିଲା ତାଜୁବ୍ କଲାଭଳି ଦୃଶ୍ୟ। ଦେହରେ ଗଞ୍ଜେଇ ରଖି ସେଥିରେ ଷ୍ଟିକର୍ ମାରିଦେଇଥିଲେ ଅଭିଯୁକ୍ତ । ତା ଉପରେ ସାର୍ଟ ପିନ୍ଧି ଅଭିନବ ଉପାୟରେ ଚାଲାଣ କରୁଥିଲେ । ସେମାନଙ୍କଠାରୁ ପ୍ରାୟ ୨ ଲକ୍ଷ ୨୨ ହଜାର ଟଙ୍କାର ଗଞ୍ଜେଇ ଜବତ କରି ଅଧିକ ତଦନ୍ତ କରୁଛି ରେଳବାଇ ପୋଲିସ । 

Advertisment

ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚୋରା ଚାଲାଣ ପାଇଁ ନୂଆ ଫଣ୍ଡା ଆପଣାଉଛନ୍ତି । କିଛିମାସ ତଳେ ଚାରା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିଲେ । କୋରାପୁଟ ଜିଲ୍ଲା ବୁଡିଙ୍ଗ ଜଙ୍ଗଲରୁ ସୁଦୂର ରାଜସ୍ଥାନକୁ ଚାଲାଣ ହେଉଥିଲା ଗଞ୍ଜେଇ । ହେଲେ ଅଧବାଟରେ ମାଡିବସିଲା ପାଡୁଆ ପୋଲିସ । ପୋଲିସ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରାଯାଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସ୍ଥାନୀୟ ଅଞ୍ଚଳରେ ୩ କୋଟିରୁ ଊର୍ଦ୍ଧ୍ୱ ଥିଲା । ତେବେ ବାହାର ରାଜ୍ୟରେ ଏହାର ମୂଲ୍ୟ ପ୍ରାୟ ୧୦ କୋଟି ଥିଲା । 

ଦେହରେ ଷ୍ଟିକର୍ ଲଗାଇ ଗଞ୍ଜେଇ ଚାଲାଣ
ଗଞ୍ଜେଇ ଚାଲାଣର ନୂଆ ତରିକା
ଆଇଡିଆ ଦେଖିଲେ ତାଜୁବ୍ ହୋଇଯିବେ
ଶରୀରରେ ଗଞ୍ଜେଇକୁ ଷ୍ଟିକର୍ ମାରି ଚାଲାଣ 
ପର୍ଦ୍ଦାଫାସ କଲା ଟିଟିଲାଗଡ଼ ରେଳବାଇ ପୋଲିସ
୬ ଜଣଙ୍କଠୁ ବିପୁଳ ପରିମାଣର ଗଞ୍ଜେଇ ଜବତ

Advertisment
Advertisment