/odishatv-khabar/media/media_files/2025/09/27/pm-modi-2025-09-27-19-50-10.jpg)
PM Modi Photograph: (OTV)
ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ କରିବା ସହ ଓଡ଼ିଶା ପାଇଁ ୫୦ ହଜାର ଅନ୍ତ୍ୟୋଦୟ ଘର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏୟାରପୋର୍ଟରୁ ସଭାସ୍ଥଳ ଯାଏଁ ରୋଡ୍ ସୋ କରିଥିଲେ ପିଏମ୍। ମୋଦିଙ୍କ ପାଇଁ ଝୁମିଥିଲା ପୂରା ଝାରସୁଗୁଡ଼ା। ପ୍ରଧାନମନ୍ତ୍ରୀ କହିଛନ୍ତି, ଦଶନ୍ଧି ଧରି ଗରିବୀ ସହ ଯୁଝୁଥିବା ଓଡ଼ିଶା ଡବଲ୍ ଇଞ୍ଜିନ ସ୍ପିଡରେ ଦୌଡୁଛି।
ମୋଦି ଆସିଲେ, ଖୁସି ବାଣ୍ଟିଲେ। ପଶ୍ଚିମ ଓଡ଼ିଶାକୁ କିମିଆ କଲା ମୋଦି ଲହର। ଜବରଦସ୍ତ କ୍ରେଜ୍, ଗ୍ରାଣ୍ଡ ୱେଲକମ୍। ଝାରସୁଗୁଡ଼ା ମାଟିରେ ପ୍ରଧାନମନ୍ତ୍ରୀ ପାଦ ଥାପିବା କ୍ଷଣି ବଦଳିଥିଲା ଲୋକଙ୍କ ମୁଡ୍। ଏୟାରପୋର୍ଟରୁ ସଭାସ୍ଥଳ ଅମଲିପାଲି। ପୁଣି ରାସ୍ତାଘାଟ, ଆଉ ଛକ ବଜାର। ସବୁଠି ଥିଲା ମୋଦି ମାନିଆ, ଲୋକଙ୍କ ହୃଦୟକୁ ଛୁଇଁଯାଇଥିଲା ମୋଦି ମ୍ୟାଜିକ୍।
ରାସ୍ତାରେ ପ୍ରବଳ ଭିଡ଼ ଦର୍ଶାଉଥିଲା କେତେ ଉତ୍ସାହିତ ଥିଲେ ଲୋକ। ଜନତାଙ୍କୁ ମୁଡ୍ ଦେଖି ନିଜକୁ ଗାଡ଼ି ଭିତରେ ରୋକି ପାରିନଥିଲେ ପ୍ରଧାନମନ୍ତ୍ରୀ। ବାହାରକୁ ଆସି ହାତ ହଲାଇ ଅଭିବାଦନ ଜଣାଇଥିଲେ। ପାରମ୍ପରିକ ନୃତ୍ୟଗୀତରେ ମୋଦିଙ୍କୁ ଏମିତି ଢଙ୍ଗରେ ଭବ୍ୟ ସ୍ବାଗତ କରିଥିଲା ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶା।....
ଅମଲିପାଲି ଯୁବ ସମାବେଶରେ ସାମିଲ ହୋଇ ଓଡ଼ିଶା ବିକାଶ ପାଇଁ ହାତ ଖୋଲିଦେଇଛନ୍ତି ପ୍ରଧାନମନ୍ତ୍ରୀ। ଟେଲିକମ୍, ରେଳବାଇ, ଶିକ୍ଷା ଓ ଗୃହ ନିର୍ମାଣ କ୍ଷେତ୍ରରେ ପ୍ରକଳ୍ପ ବର୍ଷା କରିଛନ୍ତି। ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ, ପୂର୍ବରୁ ଦଶନ୍ଧି ଧରି ଗରିବୀ ସହିତ ଲଢୁଥିବା ଓଡ଼ିଶା ଏବେ ବିକାଶ ଦେଖିବ। ଏହି ଦଶନ୍ଧି ଓଡ଼ିଶାକୁ ସମୃଦ୍ଧି ଦିଗରେ ନେଇଯିବ। ବିକାଶ ଧାରାରେ ଓଡ଼ିଶା ଏବେ ଡବଲ୍ ଇଞ୍ଜିନ ସ୍ପିଡରେ ଆଗକୁ ବଢୁଛି। ପାରାଦ୍ୱୀପରୁ ଝାରସୁଗୁଡା ଯାଏଁ ଓୌଦ୍ୟୋଗିକ କ୍ଷେତ୍ର ନିର୍ମାଣ କରାଯାଉଛି।
ପୂର୍ବୋଦୟ ନକ୍ସାରେ ସମୃଦ୍ଧିର ସ୍ବାକ୍ଷର ଦେଉଛି ଓଡ଼ିଶା। ଆଗାମୀ ଦିନରେ ରାଜ୍ୟରେ ୨ ସେମିକଣ୍ଡକ୍ଟର ୟୁନିଟ୍ ହେବାକୁ ଯାଉଛି। ଏହି ସେମିକଣ୍ଡକ୍ଟରରୁ ବାହାରୁଥିବା ଚିପ୍ ସବୁ କାର୍ଯ୍ୟରେ ଲାଗିବ। ଏଥିସହ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଜିଏସଟି ଟିକସ୍ କମ୍ କରାଯାଇଥିବାରୁ ଓଡ଼ିଶାର ଗରିବ ଆଦିବାସୀ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ....
ଝାରସୁଗୁଡ଼ାରୁ ଓଡ଼ିଶା ସମେତ ସାରା ଦେଶ ପାଇଁ ବଟନ୍ ଚିପି ପ୍ରକଳ୍ପର ଭଣ୍ଡାର ଖୋଲି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଭେଟି ଦେଇଛନ୍ତି ମୋଟ୍ ୧୭ ଶହ କୋଟିର ରେଳ ପ୍ରକଳ୍ପ। ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ କରିଛନ୍ତି। ସମ୍ବଲପୁର-ସରଲା ମଧ୍ୟରେ ୨୭୩ କୋଟିର ରେଲୱେ ଫ୍ଲାଇ ଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ୬୦ଟି ରେଲୱେ ଷ୍ଟେସନର ଆଧୁନିକୀକରଣ କରାଯାଉଛି। କୋରାପୁଟ-ବାଇଗୁଡ଼ା ରେଲୱେ ଦେହରୀକରଣ ପାଇଁ ୪୮୧ କୋଟି ମଞ୍ଜୁର ହୋଇଛି।
ଝାରସୁଗୁଡ଼ାରୁ ଓଡ଼ିଶା ପାଇଁ ୫୦ ହଜାର ଅନ୍ତ୍ୟୋଦୟ ଘର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ରାଜ୍ୟର ୧୩୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୯୦ କୋଟି ବ୍ୟୟରେ WI-FI ସୁବିଧାର ଉଦଘାଟନ କରିଛନ୍ତି। ଏହାଦ୍ବାରା ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପକୃତ ହେବେ। ବୁର୍ଲା ଭୀମସାର ଓ ବ୍ରହ୍ମପୁର MKCGକୁ ସୁପର ସ୍ପେଶାଲିଷ୍ଟ କରିବା ଯୋଜନାର ବି ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ। ...
ଅମଲିପାଲିରେ ମୋଦିଙ୍କୁ ପାଖରେ ପାଇ ଭାରି ଖୁସି ହୋଇଥିଲେ ସାଧାରଣ ଜନତା। ସଭାମଞ୍ଚରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ। ଅନ୍ତୋଦୟ ଘର କାର୍ଯ୍ୟାଦେଶ ବଣ୍ଟନ ବେଳେ ଭାବବିହ୍ବଳ ହୋଇଥିଲେ ପ୍ରଧାନମନ୍ତ୍ରୀ। ପ୍ରଥମ ହିତାଧିକାରୀ ଭାବରେ ଝାରସୁଗୁଡ଼ାର ଦୃଷ୍ଟି ବାଧିତ ପୂର୍ଣ୍ଣମୀ ସେଠଙ୍କ ସହ ହସି ହସି କିଛି ପଦ କଥା କଥା ହୋଇଥିଲେ ମୋଦି।
ସେହିପରି ବରଗଡ଼ର ଭିନ୍ନକ୍ଷମ ବୁଲୁ ପଶାୟତଙ୍କୁ ଭେଟି ଭାରି ଭାବବିହ୍ବଳ ହୋଇଥିଲେ ପ୍ରଧାନମନ୍ତ୍ରୀ। ତାଙ୍କ ହାତକୁ ଧରି କିଛି ସମୟ କଥା ହେବା ସହ ପିଠି ଥାପୁଡେଇ ସାହସ ଦେଇଥିଲେ ପ୍ରଧାନମନ୍ତ୍ରୀ। ...
Horrific Road Mishap: ଡିଭାଇଡରରେ ପିଟି ହେଲା ଥର୍, ଚାଲିଗଲା ୫ ଜୀବନ

Teacher Loses Job 7 Days Before Retirement: ୩୨ ବର୍ଷ ପରେ ଜଣାପଡିଲା ଶିକ୍ଷକଙ୍କ ଡିଗ୍ରୀ ନକଲି, ଅବସର ନେବାର ୭ ଦିନ ପୂର୍ବରୁ ଚାଲିଗଲା ଚାକିରି

₹1 Crore Extortion Bid Against Kapil Sharma Foiled: କପିଲ ଶର୍ମାଙ୍କୁ ୧ କୋଟି ଦାଦାବଟି ମାଗିଥିଲା, ପଶ୍ଚିମବଙ୍ଗରୁ ଗିରଫ ହେଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)