/odishatv-khabar/media/media_files/2026/01/15/chitting-dr-2026-01-15-13-24-15.jpg)
CHITTING DR Photograph: (OTV)
୨୨ ଲକ୍ଷ ଠକେଇ କରି ବନ୍ଧା ହେଲେ ନକଲି ଡାକ୍ତର। ମାଟ୍ରିମୋନିରେ ଫେକ୍ ଡାକ୍ତର ପ୍ରୋଫାଇଲ୍ କରି ମିଥ୍ୟା ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଠକିଥିବା ଅଭିଯୋଗ। ଏନେଇ ପାହାଳ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପାହାଳ ଥାନା ପୋଲିସ।
ବାସ୍ତବରେ ବେକାର ମାଟ୍ରିମୋନିରେ ଡାକ୍ତର। ନିଜର ଏଭଳି ପ୍ରୋଫାଇଲ୍ କରି ମାଟ୍ରିମୋନି ସାଇଟ୍ ରେ ଯୁବତୀଙ୍କୁ ଠକୁଥିଲେ। ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକି ନେଇଥିଲେ ନକଲି ଡାକ୍ତର। ଗିରଫ ନକଲି ଡାକ୍ତର ହେଲେ ରଞ୍ଜୀବ କୁମାର ପ୍ରଧାନ।
୨୦୨୧ରେ ମାଟ୍ରିମୋନି ସାଇଟ୍ରେ ଅଭିଯୁକ୍ତ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ କହିବା ସହିତ ନିଜ ସାନଭାଇ ତୁଷାର ପ୍ରଧାନ ସହ ବିବାହ ପାଇଁ ଅଭିଯୋଗକାରିଣୀ ସହ ଯୋଗାଯୋଗରେ ଆସିଥିଲା। ସାନ ଭାଇ ତୁଷାର ରାୟଗଡ଼ା SBI ରେ ଡେପୁଟି ମ୍ୟାନେଜର ବୋଲି ଅଭିଯୋକାରିଣୀଙ୍କ ପରିବାରକୁ କହିଥିଲା।
ବ୍ୟାଙ୍କର ବିଭିନ୍ନ ପଲିସ କରିବା ନାଁରେ ଅଭିଯୁକ୍ତ ମହିଳାଙ୍କ ବାପାଙ୍କ ଠାରୁ ୨୨ ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବାପରେ ଅଭିଯୁକ୍ତ ଆଉ ଧରା ଛୁଆ ଦେଉନଥିଲେ। ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ ମହିଳା। ତଦନ୍ତ ବେଳେ ଜଣା ପଡିଲା ଅଭିଯୁକ୍ତ ରଞ୍ଜୀବ କୌଣସି ଡାକ୍ତର ହୋଇନଥିବା ବେଳେ ତାଙ୍କର କୌଣସି ଭାଇ ନଥିବା ପୋଲିସ ଜାଣିବାକୁ ପାଇଛି।
Mobile Phone In Shrimandir: ଶ୍ରୀମନ୍ଦିର ଭିତରକୁ ମୋବାଇଲ ଗଲା କେମିତି?

Indian Army Day : ଭାରତୀୟ ସେନାର ସୈନିକମାନେ ନିସ୍ୱାର୍ଥପର ସେବା ଏବଂ ଜାତୀୟ ପ୍ରତିରକ୍ଷାର ପ୍ରତୀକ: ପ୍ରଧାନମନ୍ତ୍ରୀ

Renowned Folk Singer Passes Away: ଆଉ ନାହାଁନ୍ତି ଲୋକ ଗୀତ ଗାୟିକା କୁନି ଛତ୍ରିଆ

Iran in Crisis : ଇରାନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ଆମେରିକା!

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)