Advertisment

Fake Doctor Arrested: ମାଟ୍ରିମୋନିରେ ଫେକ୍ ଡାକ୍ତର, ଲୁଟି ନେଲେ ଲକ୍ଷାଧିକ ଟଙ୍କା

ବାସ୍ତବରେ ବେକାର ମାଟ୍ରିମୋନିରେ ଡାକ୍ତର। ନିଜର ଏଭଳି ପ୍ରୋଫାଇଲ୍ କରି ମାଟ୍ରିମୋନି ସାଇଟ୍ ରେ ଯୁବତୀଙ୍କୁ ଠକୁଥିଲେ। ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକି ନେଇଥିଲେ ନକଲି ଡାକ୍ତର।

author-image
Madhupriya Mistry
CHITTING DR

CHITTING DR Photograph: (OTV)

୨୨ ଲକ୍ଷ ଠକେଇ କରି ବନ୍ଧା ହେଲେ ନକଲି ଡାକ୍ତର। ମାଟ୍ରିମୋନିରେ ଫେକ୍ ଡାକ୍ତର ପ୍ରୋଫାଇଲ୍ କରି ମିଥ୍ୟା ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଠକିଥିବା ଅଭିଯୋଗ। ଏନେଇ ପାହାଳ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପାହାଳ ଥାନା ପୋଲିସ।

Advertisment

ବାସ୍ତବରେ ବେକାର ମାଟ୍ରିମୋନିରେ ଡାକ୍ତର ନିଜର ଏଭଳି ପ୍ରୋଫାଇଲ୍ କରି ମାଟ୍ରିମୋନି ସାଇଟ୍ ରେ ଯୁବତୀଙ୍କୁ ଠକୁଥିଲେ। ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକି ନେଇଥିଲେ ନକଲି ଡାକ୍ତର।  ଗିରଫ ନକଲି ଡାକ୍ତର ହେଲେ ରଞ୍ଜୀବ କୁମାର ପ୍ରଧାନ।

୨୦୨୧ରେ ମାଟ୍ରିମୋନି ସାଇଟ୍‌ରେ ଅଭିଯୁକ୍ତ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ କହିବା ସହିତ ନିଜ ସାନଭାଇ ତୁଷାର ପ୍ରଧାନ ସହ ବିବାହ ପାଇଁ ଅଭିଯୋଗକାରିଣୀ ସହ ଯୋଗାଯୋଗରେ ଆସିଥିଲା। ସାନ ଭାଇ ତୁଷାର ରାୟଗଡ଼ା SBI ରେ ଡେପୁଟି ମ୍ୟାନେଜର ବୋଲି  ଅଭିଯୋକାରିଣୀଙ୍କ ପରିବାରକୁ କହିଥିଲା।

Advertisment

ବ୍ୟାଙ୍କର ବିଭିନ୍ନ ପଲିସ କରିବା ନାଁରେ ଅଭିଯୁକ୍ତ ମହିଳାଙ୍କ ବାପାଙ୍କ ଠାରୁ ୨୨ ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବାପରେ ଅଭିଯୁକ୍ତ ଆଉ ଧରା ଛୁଆ ଦେଉନଥିଲେ। ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ ମହିଳା। ତଦନ୍ତ ବେଳେ ଜଣା ପଡିଲା ଅଭିଯୁକ୍ତ ରଞ୍ଜୀବ କୌଣସି ଡାକ୍ତର ହୋଇନଥିବା ବେଳେ ତାଙ୍କର କୌଣସି ଭାଇ ନଥିବା ପୋଲିସ ଜାଣିବାକୁ ପାଇଛି।

Bhubaneswar Fake Doctor Arrested Crime
Advertisment
Related Articles
Advertisment