Advertisment

Illegal T20 World Cup Betting Den Unearthed: T 20 ବିଶ୍ବକପ ବେଟିଂ: ରାଉରକେଲାରେ ପୋଲିସର ରେଡ୍

ଟି-୨୦ ବିଶ୍ବ କପରେ ବେଟିଂ ଅଭିଯୋଗରେ ରେଡ୍। ରାଉରକେଲା ପୋଲିସ ପକ୍ଷରୁ ଚାଲିଛି ଚଢାଉ। ରାଉରକେଲାର ପ୍ଲାଣ୍ଟ ସାଇଡ, ଉଦିତନଗର, ରଘୁନାଥପଲ୍ଲୀ, ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଚଢାଉ କରୁଛି ପୋଲିସ୍।

author-image
Tapan Swain
Cricket Betting

Cricket Betting Photograph: (OTV)

ରାଉରକେଲାରେ ଟି-୨୦ ବିଶ୍ବ କପରେ ବେଟିଂ ଅଭିଯୋଗରେ ରେଡ୍ କରୁଛି ପୋଲିସ୍। ୫ଟି ଥାନା ଅଞ୍ଚଳର ୧୦ରୁ ଅଧିକ ସ୍ଥାନରେ ଚାଲିଛି ରେଡ୍। ରାଉରକେଲାର ପ୍ଲାଣ୍ଟ ସାଇଡ, ଉଦିତନଗର, ରଘୁନାଥପଲ୍ଲୀ, ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଚଢାଉ କରୁଛି ପୋଲିସ୍। କିଛି ବ୍ୟବସାୟୀ ଓ ବ୍ୟକ୍ତିଙ୍କ ଘରେ ଚଢାଉ କରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛ ଟିମ୍। ବେନାମୀ ଆକାଉଣ୍ଟ ସାହାଯ୍ୟରେ ବେଆଇନ ଭାବେ ଟଙ୍କା ଆଦାନ ପ୍ରଦାନ କରାଯାଉଥିବା ପ୍ରମାଣ ମିଳିଛି। ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। 

Advertisment

T 20 ବିଶ୍ବକପ ବେଟିଂ: ରାଉରକେଲାରେ ରେଡ୍

ଟି-୨୦ ବିଶ୍ବ କପରେ ବେଟିଂ ଅଭିଯୋଗରେ ରେଡ୍
ରାଉରକେଲା ପୋଲିସ ପକ୍ଷରୁ ଚାଲିଛି ଚଢାଉ
୫ଟି ଥାନା ଅଞ୍ଚଳର ୧୦ରୁ ଅଧିକ ସ୍ଥାନରେ ଚାଲିଛି ରେଡ୍ 
କିଛି ବ୍ୟବସାୟୀ ଓ ବ୍ୟକ୍ତିଙ୍କ ଘରେ ରେଡ୍
୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ
୫ ଜଣଙ୍କୁ ଅଟକ ରଖି ପଚରାଉଚରା

Raid Betting In Cricket
Advertisment