Advertisment

CCTV Captures Live Murder: ସିସିଟିଭିରେ ଲାଇଭ୍‌ ମର୍ଡର... ଡେଲିଭରି ଏଜେଣ୍ଟକୁ ଗାଡି ଚଢ଼ାଇ ମାରିଦେଲେ ସ୍ୱାମୀ-ସ୍ତ୍ରୀ

ପ୍ରଥମେ ଧକ୍କା ଦେଲେ, ପରେ ଗାଡି ଚକା ତଳେ ଦଳିଦେଇ ଚାଲିଗଲେ । ଆଉ ଏ ନିର୍ମମ ହତ୍ୟାକାଣ୍ଡକୁ ଦୁର୍ଘଟଣାକୁ ରୂପ ଦେବାକୁ ରଚିଥିଲେ ପୂରା ପ୍ଲାନ୍ ।ଏମିତି ଏକ ବର୍ବୋରଚିତ କାଣ୍ଡ ଥରାଇ ଦେଇଛି ବେଙ୍ଗାଲୁରୁ ସହରକୁ ।

author-image
Manas Ranjan Mohanty
BENGALURU-MURDER-ON-CCTV

BENGALURU-MURDER-ON-CCTV Photograph: (OTV)

ପ୍ରଥମେ ଧକ୍କା ଦେଲେ, ପରେ ଗାଡି ଚକା ତଳେ ଦଳିଦେଇ ଚାଲିଗଲେ । ଆଉ ଏ ନିର୍ମମ ହତ୍ୟାକାଣ୍ଡକୁ ଦୁର୍ଘଟଣାକୁ ରୂପ ଦେବାକୁ ରଚିଥିଲେ ପୂରା ପ୍ଲାନ୍ । ଏମିତି ଏକ ବର୍ବୋରଚିତ କାଣ୍ଡ ଥରାଇ ଦେଇଛି ବେଙ୍ଗାଲୁରୁ ସହରକୁ ।  ମର୍ଡର ବେଳର ସିସିଟିଭି ଫୁଟେଜ୍ ‍ବି ସାମନାକୁ ଆସିଛି । ସାମାନ୍ୟ ପାଟିତୁଣ୍ଡରୁ ଜଣେ ୨୬ ବର୍ଷୀୟ ଡେଲିଭରି ଏଜେଣ୍ଟକୁ ଗାଡି ଚଢାଇ ମାରି ଦେଇଛନ୍ତି ଜଣେ ଦମ୍ପତି ।  ମୃତକଙ୍କ ନାମ ଦର୍ଶନ । ଆଉ ଏହି ହତ୍ୟାକାଣ୍ଡର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Advertisment

ଅକ୍ଟୋବର ୨୫ରେ ଘଟିଥିଲା ହତ୍ୟାକାଣ୍ଡ। ରାତି ପ୍ରାୟ ସାଢେ ୧୧ଟା ହେବ । ଡିଲେଭରୀ ଏଜେଣ୍ଟ ଦର୍ଶନ ଓ ତାଙ୍କ ସାଙ୍ଗ ବରୁଣ ବାଇକରେ ଯାଉଥିଲେ । ଏତିକି ବେଳେ ଦ୍ରୁତଗତିରେ ଆସି ଗୋଟିଏ କାର୍ ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଧକ୍କା ହେବା ପରେ କାର ଚାଳକ ସେଠି ନ ଅଟକି ଦର୍ଶନଙ୍କ ଉପରେ ଗାଡ଼ି ଚଢ଼ାଇ ଫେରାର୍ ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ଦର୍ଶନଙ୍କ ମୃତ୍ୟୁ ହୋଇଥିଲା । ବାଇକ ପଛପଟେ ବସିଥିବା ବରୁଣ ଗୁରୁତର ଆହତ ହୋଇଥିଲେ । 

ପ୍ରଥମେ ଏହାକୁ ସାଧାରଣ ଦୁର୍ଘଟଣା ଭାବିଥିଲା ଜେପି ନଗର ଟ୍ରାଫିକ୍ ପୋଲିସ।  କିନ୍ତୁ ସିସିଟିଭି ଯାଞ୍ଚ ବେଳେ ସାମ୍ନାକୁ ଆସିଥିଲା ସାଂଘାତିକ ସତ । କାର ଚାଳକ ଦର୍ଶନଙ୍କ ବାଇକକୁ ୨ କିଲୋମିଟର ଯାଏ ପିଛା କରିଥିଲା । ଏହାପରେ ପଛ ପଟୁ ଧକ୍କା ଦେଇଥିବା ଜାଣିବାକୁ ପାଇଥିଲା ପୋଲିସ । କାର୍‌ ଚଳାଉଥିଲେ ମନୋଜ କୁମାର ଓ ତାଙ୍କ ସ୍ତ୍ରୀ ଆରତୀ ଶର୍ମା । ମନୋଜ ଜଣେ ମାର୍ଶଲ ଆର୍ଟ ଟ୍ରେନର । ଦର୍ଶନକୁ ହତ୍ୟା କରିବା ପରେ ସ୍ୱାମ-ସ୍ତ୍ରୀ ପ୍ରମାଣ ନଷ୍ଟ ପାଇଁ ମାସ୍କ ପିନ୍ଧି ଘଟଣାସ୍ଥଳକୁ ଆସିଥିଲେ ଓ ଭାଙ୍ଗି ଯାଇଥିବା କାରର ଅଂଶଗୁଡ଼ିକୁ ସଂଗ୍ରହ କରି ନେଇଯାଇଥିଲେ ।  

Advertisment

ସାମାନ୍ୟ ଘଟଣା ପାଇଁ ଦୁହେଁ ଘଟାଇଥିଲେ ଏହି ଜଘନ୍ୟ ହତ୍ୟା । ଦର୍ଶନଙ୍କ ବାଇକ ଭୁଲଲେ ମନୋଜଙ୍କ କାରରେ ଘସି ହୋଇଯାଇଥିଲା। ଏଥିଯୋଗୁ କାରର ସାଇଡ ମିରର୍‌ ଭାଙ୍ଗି ଯାଇଥିଲା । ଏଥିରେ ରାଗିଯାଇ ମନୋଜ ତାଙ୍କ ଗାଡ଼ିକୁ ବୁଲାଇବା ସହ ଦର୍ଶନଙ୍କ ବାଇକକୁ ଜାଣିଶୁଣି ଧକ୍କା ଦେଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ମନୋଜ ଶର୍ମା ଓ ତାଙ୍କ ପତ୍ନୀକୁ ଗିରଫ କରାଯାଇଛି ।  

Advertisment
Related Articles
Advertisment