/odishatv-khabar/media/media_files/2026/03/03/deadbody-2026-03-03-12-40-07.jpg)
Deadbody Photograph: (OTV)
ଟ୍ରେନ୍ ଲାଇନରେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ପରିବାର ଆଣିଲେ ହତ୍ୟା ଅଭିଯୋଗ। ମୃତ ଯୁବକ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବୋତଣ୍ଡା ଗ୍ରାମର ମୁରଲୀଧର ବେହେରା ଓରଫ ପପୁ । ପରିବାର ଲୋକଙ୍କ କହିବା ଅନୁସାରେ ପପୁ ବିଲ୍ଡର ଭାବେ କାମ କରନ୍ତି। ସୋମବାର ରାତି ୯ଟାରେ ସେ ଘରୁ ବାହାରି ଯାଇଥିଲେ। ପରେ ତାଙ୍କ ଫୋନ ସ୍ୱିଚ୍ ଅଫ ହୋଇଯାଇଥିଲା।
Advertisment
ବହୁ ଖୋଜାଖୋଜି କରିବା ପରେ ଆଜି ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଟ୍ରେନ୍ ଲାଇନରେ ଦେଖିବାକୁ ମିଳିଥିଲା। ପରିବାର ଲୋକଙ୍କ ଅଭିଯୋଗ ପପୁ ସହ ପାର୍ଟନର ଭାବେ କାର୍ଯ୍ୟ କରୁଥିବା ଲୋକ ହିଁ ହତ୍ୟା କରି ଟ୍ରେନ୍ ଲାଇନରେ ଫୋପାଡି ଦେଇଛନ୍ତି । ଅନ୍ୟପଟେ ଘଟଣା ସ୍ଥଳରେ ପହଂଚି GRP ଥାନା ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
Advertisment



Related Articles
Dubai Security Crisis: ଶତ୍ରୁ ଟାର୍ଗେଟରେ ଦୁବାଇ ସହର, ଇରାନ କରିବ ହମଲା !
POSTED

Student Death at Hostel: ସ୍କୁଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ସଙ୍ଗୀନ ଅଭିଯୋଗ
POSTED

Armed Robbery: ସଶସ୍ତ୍ର ଡକାୟତି, ଦମ୍ପତ୍ତିଙ୍କୁ ହାଣି ଲୁଟି ନେଲେ ଲକ୍ଷାଧିକ ଟଙ୍କା
POSTED

Iran Vows To Attack Any Ship: ବଢ଼ିଲା ଅଧିକ ବିପଦ, ହରମୁଜ ପ୍ରଣାଳରେ ଜାହାଜ ଜାଳିଦେବ ଇରାନ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)