/odishatv-khabar/media/media_files/2026/02/24/murder-2026-02-24-17-15-54.jpg)
MURDER Photograph: (OTV)
କୋର୍ଟରେ ସାକ୍ଷୀ ଦେବା ହେଲା କାଳ। ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ହତ୍ୟା। ଏକ ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀ ଭାବେ କୋର୍ଟରେ ସାକ୍ଷୀ ଦେବାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ମୟୂରଭଂଜ ଖୁଣ୍ଟା ଥାନା ଗୋଡ଼ି ଗାଁରେ। ମୃତକ ହେଲେ କାହ୍ନୁ ମଢେଇ।
ଗତ ନଭେମ୍ବର ମାସରେ ଧାନଘେରା ଗାଁରେ ଗ୍ୟାସ ସିଲିଣ୍ଡର ଚୋରି କରୁଥିବା ବେଳେ ଗ୍ରାମବାସୀମାନେ ବାପି କୋହ୍ଲାର ଏବଂ କାହ୍ନୁ ମଢେଇଙ୍କୁ ଧରିବା ସହିତ ଉଭୟଙ୍କୁ ମାଡ଼ ମାରିଥିଲେ। ଏଥିରେ ବାପି କୋହ୍ଲାରର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୋଲିସ ୧୧ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କାହ୍ନୁ ମଢେଇଙ୍କୁ ମଧ୍ୟ ଚୋରି ମାମଲାରେ ଜେଲ ପଠାଇଥିଲା।
କାହ୍ନୁ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିଲେ
କାହ୍ନୁ ଜେଲରୁ ବେଲ୍ ରେ ଆସିଥିଲେ। ବାପି କୋହ୍ଲାର ହତ୍ୟା ଘଟଣାରେ କାହ୍ନୁ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିବାରୁ ଗତକାଲି ସାକ୍ଷୀ ଦେବାକୁ କୋର୍ଟ ଯାଇଥିଲେ। ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ସହିତ କାହ୍ନୁଙ୍କର ଝଗଡା ହୋଇଥିଲା। ୫ ଜଣ ଯୁବକ କାହ୍ନୁଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଗୋଡାଇ ଗୋଡାଇ ବାଡେଇବାର ସିସିଟିଭି ଭିଜୁଆଲ ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।...
ଖୁଣ୍ଟା ଥାନା ଗୋଡ଼ି ଗାଁରେ ଯୁବକଙ୍କୁ ପିଟିପିଟି ହତ୍ୟା
୫ ଯୁବକ ଗାଁ ଦାଣ୍ଡରେ ପିଟିପିଟି ମାରି ଦେଇଥିବା ଅଭିଯୋଗ
ଏକ ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀ ଭାବେ କୋର୍ଟରେ ସାକ୍ଷୀ ଦେବାରୁ ହତ୍ୟା
ଖୁଣ୍ଟା ଥାନାରେ ଜଣେ ଅଟକ
ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
Panchayat Elections on the Horizon? କେବେ ହେବ ପଞ୍ଚାୟତ ନିର୍ବାଚନ ? ବିଧାନସଭାରେ କହିଲେ ମନ୍ତ୍ରୀ

Shocking Crime: ପ୍ରେମ ପାଇଁ ମା’ ଓ ଭାଇକୁ ହତ୍ୟା କଲା ଯୁବତୀ ! ଉଦ୍ଧାର ହେଲା ନିଖୋଜ ମାଆପୁଅଙ୍କ ମୃତଦେହ

Pranab’s Farmhouse Faces Demolition: ପ୍ରଣବଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର, କିଛି ଘରକୁ ଉଚ୍ଛେଦ କଲା ପ୍ରଶାସନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)