/odishatv-khabar/media/media_files/2025/12/15/eow_job_fraud-2025-12-15-20-56-05.jpg)
EOW_JOB_FRAUD Photograph: (OTV)
ଜିଲ୍ଲାରୁ ବ୍ଲକ୍ ସବୁଠି ରହିଛି ଚାକିରି । ସରକାରୀ ଚାକିରି ଭଳି ପୋଷ୍ଟ ଆଉ ଦରମା । ଖବରକାଗଜରେ ବଡ ବଡ ବିଜ୍ଞାପନ । ଯୋଜନା ବଦ୍ଧ ଭାବେ ମାରିଦେଲେ ଚୂନ । ୱେବସାଇଟ କରି ୧୦ ରାଜ୍ୟରେ ବିଛାଇଥିଲେ ଜାଲ । ଦିଲ୍ଲୀରୁ ଗିରଫ ହେଲା ମାଷ୍ଟର ମାଇଣ୍ଡ ।
୨୦୨୨ ମସିହା ଡିସେମ୍ବର ୨୮ ତାରିଖରେ ଏକ ଖବରକାଗଜରେ ବାହାରିଥିଲା ବିଜ୍ଞାପନ । ଗ୍ରାମୀଣ ରୋଜଗାର କଲ୍ୟାଣ ସମିତି RGKS ଜରିଆରେ କୁଆଡେ ମିଳିଥାନ୍ତା ଡିଷ୍ଟ୍ରିକ୍ଟ କୋର୍ଡିନେଟର, ବ୍ଲକ କୋର୍ଡ଼ିନେଟର, କମ୍ପ୍ୟୁଟର ଅପରେଟର ଓ ବ୍ଲକ ସର୍ଭେୟର ଚାକିରି। ଯେଉଁଥିପାଇଁ www.grks.org ଜରିଆରେ ଆବେଦନ କରିବା ପାଇଁ କୁହାଯାଇଥିଲା। ଏସସି, ଏସଟିଙ୍କ ପାଇଁ ୧୭୦ ଟଙ୍କା ଓ ସାଧାରଣ ବର୍ଗ ପାଇଁ ୩୨୦ ଟଙ୍କା ଆବେଦନ ଫି ରଖାଯାଇଥିଲା । ସରକାରୀ ଚାକିରି ଭାବି ଲକ୍ଷ ଲକ୍ଷ ଯୁବକ ଯୁବତୀ ଆବେଦନ ମଧ୍ୟ କଲେ। ଓଡିଶା ସମେତ ୧୦ଟି ରାଜ୍ୟର ଲକ୍ଷେ ପିଲା ଚାକିରି ପାଇଁ ଆବେଦନ କରିବା ପରେ ଜଣାପଡିଥିଲା ଯେ ଏ ସବୁ ଥିଲା ମିଛ । ଓଡ଼ିଶାର କିଛି ଆଶାୟୀ ୩ କୋଟି ୪୮ ଲକ୍ଷ ଠକେଇ ନେଇ ଇଓଡବ୍ଲୁର ଦ୍ୱାରସ୍ଥ ହେବା ପରେ ଠକ ସଂସ୍ଥାରେ ସ୍କିଲ ଡେଭେଲପର ଭାବେ କାମ କରୁଥିବା ଦିଲ୍ଲୀପ କୁମାରକୁ ଦିଲ୍ଲୀ ରୋହିଣୀ ନଗରରୁ ଗିରଫ କରାଯାଇଛି।
ପୂର୍ବରୁ ଘଟଣାରେ ଧରମପାଲ ସିଂ, ଅମିତ ସିଂ ଓ ଜୟରାମ ତିୱାରୀଙ୍କୁ ଗିରଫ କରାଯାଇଛି। ସରକାରୀ ଚାକିରି ଭଳି ପୋଷ୍ଟ ଗୁଡିକର ନାଁ ଥିବାରୁ ଲକ୍ଷାଧିକ ଆଶାୟୀ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା । ମାଲକାନଗିରିରୁ ଭଦ୍ରକ, ସମ୍ବଲପୁରରୁ ଜଗତସିଂହପୁର ସବୁ ଜିଲ୍ଲାରେ ଠକେଇର ଶିକାର ହୋଇଥିଲେ ଆଶାୟୀ । ତଦନ୍ତ ବେଳେ ସମ୍ପୃକ୍ତ ୱେବସାଇଟକୁ ବ୍ଲକ କରାଯାଇଛି । ଅଭିଯୁକ୍ତ ଗୌତମକୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡିଶା ଆଣିବା ପରେ ତା ଆକାଉଣ୍ଟକୁ ପାଖାପାଖି ୭୦ ଲକ୍ଷ ଯାଇଥିବା ଜଣାପଡିଛି। ଅଧିକ ପଚରାଉଚରା ପରେ ତାକୁ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଛି ।
Series Accidents: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍-ୱେରେ ସିରିଜ ଦୁର୍ଘଟଣା , ୪ ଜଣଙ୍କ ମୃତ୍ୟୁ ... ପ୍ରାୟ ୨୦ ଆହତ

After KISS Student’s Death: କିସ୍ ଛାତ୍ର ମୃତ୍ୟୁ ଘଟଣା, ନିଜ ଆଡୁ ମାମଲା କରିବ OSCPCR

Dense Fog Paralyses Delhi: ୧୦୦ ବିମାନ ବାତିଲ , ୩୦୦ରୁ ଅଧିକ ବିମାନ ବିଳମ୍ବ ...ଟ୍ରେନ୍ ଚଳାଚଳ ଉପରେ ବି ପ୍ରଭାବ

Stipend Increased: ବଢ଼ିଲା ଷ୍ଟାଇପେଣ୍ଡ , ୨୦୨୬ ଜାନୁଆରୀ ପହିଲାରୁ ଲାଗୁ ହେବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)