Advertisment

CBI crackdown in Punjab: CBI ପଞ୍ଝାରେ କୁବେର ବାବୁ, ଲାଞ୍ଚ ନେବା ମାମଲାରେ ପଞ୍ଜାବ ରୋପର୍ ରେଞ୍ଜ DIG ଗିରଫ

ଜଣେ ସ୍କ୍ରାପ ଡିଲରଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏମତିକି ହରଚରଣଙ୍କ ଘରୁ ଜବତ ହୋଇଛି ଗୁଳିଗୁଳା ଓ ଅସ୍ତ୍ରଶସ୍ତ୍ର। ଏହି ମାମଲାରେ ସାମିଲ ମଧ୍ୟସ୍ଥିକୁ ଗିରଫ ସହ ତାଙ୍କଠାରୁ ବି ୨୧ ଲକ୍ଷ ଜବତ କରିଛି ସିବିଆଇ।

author-image
Tapan Swain
IPS Arrest

IPS Arrest Photograph: (OTV)

ସିବିଆଇ ପଞ୍ଝାରେ ଦୁଇ ଦୁଇ ଜଣ କୁବେର ବାବୁ । ପଞ୍ଜାବ ରୋପର ରେଞ୍ଜର ଡିଆଇଜି ହରଚରଣ ସିଂ ଭୁଲ୍ଲରଙ୍କ ଘରୁ ଜବତ ହୋଇଛି ଆଖି ଝଲସି ଗଲା ଭଳି ସଂପତ୍ତି। ନଗଦ ୫ କୋଟିର କ୍ୟାଶ ସହ କେଜି କେଜି ଜୁଏଲାରୀ, ଦାମୀ କାର ଆଦି ଜବତ। ଲାଞ୍ଚ କାରବାର ବେଳେ ମାଡିବସିଲା ସିବିଆଇ।

Advertisment

କେବଳ ଏହି ଜଣେ ବଡବାବୁ ନୁହଁନ୍ତି, ଆସାମ ଗୌହାଟୀର ନ୍ୟାସନାଲ ହାଇଓ୍ୱେ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ର ଏକଜିକ୍ୟୁଟିଭ୍ ଡିରେକ୍ଟର ମଧ୍ୟ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ହୋଇଛନ୍ତି। ତାଙ୍କ ସଂପତ୍ତି ମଧ୍ୟ କମ୍ ନୁହେଁ।....

୫ କୋଟିର ନଗଦ କ୍ୟାଶ୍ । ଦେଢ କେଜି ଜୁଏଲାରୀ । ୨୨ଟି ଦାମୀ ହାତଘଣ୍ଟା। ତାସହ ମର୍ସିଡିଜ୍ ଏବଂ ଅଡି ଭଳି ଦାମୀ କାର। ଏସବୁ ଦେଖି ତାଜୁବ ସିବିଆଇ ଅଧିକାରୀ। ୨୦୦୯ ବ୍ୟାଚର ପଞ୍ଜାବର ବରିଷ୍ଠ ଆଇପିଏସ ଅଫିସରଙ୍କ ଘରୁ ଜବତ ହୋଇଛି ପୁଳା ପୁଳା ଟଙ୍କା ସହ ଅମାପ ସମ୍ପତ୍ତି। ୮ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ରେଡହ୍ୟାଣ୍ଡ ଧରାପଡିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ।

Advertisment

ସିବିଆଇ ପଞ୍ଝାକୁ ଆସିଥିବା ଏହି ଅଧିକାରୀ ହେଉଛନ୍ତି ରୋପର ରେଞ୍ଜର ଡିଆଇଜି ହରଚରଣ ସିଂ ଭୁଲ୍ଲର। ଜଣେ ସ୍କ୍ରାପ ଡିଲରଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏମତିକି ହରଚରଣଙ୍କ ଘରୁ ଜବତ ହୋଇଛି ଗୁଳିଗୁଳା ଓ ଅସ୍ତ୍ରଶସ୍ତ୍ର। ଏହି ମାମଲାରେ ସାମିଲ ମଧ୍ୟସ୍ଥିକୁ ଗିରଫ ସହ ତାଙ୍କଠାରୁ ବି ୨୧ ଲକ୍ଷ ଜବତ କରିଛି ସିବିଆଇ। ଗିରଫ ପରେ ଡିଆଇଜି ହରଚରଣ ସିଂଙ୍କୁ ସିବିଆଇ କୋର୍ଟରେ କରାଯାଇଥିଲା ହାଜର। ତେବେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । 

କାହିଁକି ଗିରଫ ହେଲେ ଡିଆଇଜି ହରଚରଣ ? କଣ ପାଇଁ ସେ ଏତେ ପରିମାଣର ଟଙ୍କା ଲାଞ୍ଚ ମାଗୁଥିଲେ ? ଅଭିଯୋଗ ଅନୁଯାୟୀ, ପଞ୍ଜାବ ଫତେହଗଡ ସାହିବ ଜିଲ୍ଲାର ସ୍କ୍ରାପ ଡିଲର ଆକାଶ ଭଟ୍ଟଙ୍କୁ ଲାଞ୍ଚ ମାଗିଥିଲେ ହରଚରଣ। ୨୦୨୩ରେ ଆକାଶଙ୍କ ନାଁରେ ଥିବା ଏକ ଠକେଇ ଏବଂ ଜାଲିଆତି ମାମଲାକୁ ରଫାଦଫା କରିଦେବା ଲାଗି ଟଙ୍କା ମାଗୁଥିଲେ । ପ୍ରତିମାସରେ ୫ ଲକ୍ଷ ବଟି ଦେଲେ କୌଣସି ମାମଲା ରୁଜୁ ହେବନି ବୋଲି କହିଥିଲେ ଡିଆଇଜି।

ଜଣେ ମଧ୍ୟସ୍ଥିଙ୍କ ଦ୍ବାରା ଏହି କାରବାର କରାଯାଇଥିଲା। ଏନେଇ ଅକ୍ଟୋବର ୧୧ତାରିଖରେ ଚଣ୍ଡିଗଡସ୍ଥିତ ସିବିଆଇ ଅଫିସରେ ପହଞ୍ଚି ଅଭିଯୋଗ ଉଠାଇଥିଲେ ଆକାଶ। ଆଉ ଅଭିଯୋଗ ପରେ ମୋହାଲି ଅଫିସରେ ଲାଞ୍ଚ କାରବାର ବେଳେ ମାଡିବସିଲା ସିବିଆଇ। ଏପଟେ ତାଙ୍କ ବିରୋଧରେ ସଂପୂର୍ଣ୍ଣ ମିଥ୍ୟା ଆରୋପ କରାଯାଇଛି ବୋଲି କହିଛନ୍ତି ହରଚରଣ ।

କେବଳ ପଞ୍ଜାବର ବରିଷ୍ଠ ଆଇପିଏସ ହରଚରଣ ନୁହଁନ୍ତି, ଆସାମ ଗୌହାଟୀରେ ଆଉ ଜଣେ ବଡବାବୁ ବି ସିବିଆଇ ପଞ୍ଝାରେ। ନ୍ୟାସନାଲ ହାଇଓ୍ୱେ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ବା NHIDCର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରିତେନ କୁମାର ସିଂଙ୍କୁ ଗିରଫ କରିଛି ସିବିଆଇ। ଜଣେ ଠିକାଦାରଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ସେ ଗିରଫ ହୋଇଛନ୍ତି ।

ଗୌହାଟୀ, ଗାଜିଆବାଦ ଓ ଇମ୍ଫାଲରେ ସିବିଆଇ ରେଡ କରିଛି । ରେଡ ବେଳେ ୨ କୋଟି ୬୨ ଲକ୍ଷର ନଗଦ କ୍ୟାସ ସହ ଦିଲ୍ଲୀ ଏନସିଆରରେ ୯ଟି ଆପାର୍ଟମେଣ୍ଟ ସହ ପ୍ଲଟ ଆଦି ଠାବ ହୋଇଛି।... 

Punjab Arrested IPS
Advertisment
Related Articles
Advertisment