Advertisment

Black Marketing: ଧରା ପଡିଲା କିରାସିନି କଳାବଜାରୀ , ତଥ୍ୟ ଲୁଚାଇବାକୁ ସାଙ୍ଘାତିକ ଷଡଯନ୍ତ୍ର

ଧରା ପଡିଲା କିରାସିନି କଳାବଜାରୀ। କ୍ୟାମେରାରେ ସମସ୍ତ ଜାଲିଆତି ଧରା ପଡିବା ପରେ ସରକାରୀ ସ୍ତରରେ ତଥ୍ୟ ଲୁଚାଇବାକୁ ସାଙ୍ଘାତିକ ଷଡଯନ୍ତ୍ର। ଉଦଳା RCMSର ସମ୍ପାଦକ ବସନ୍ତ ନାୟକଙ୍କ କିରାସିନି କଳାବଜାରୀର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି।

author-image
OTV Bureau
Udala-Kerosene-Black-Market

Udala-Kerosene-Black-Market Photograph: (OTV)

ଧରା ପଡିଲା କିରାସିନି କଳାବଜାରୀ। କ୍ୟାମେରାରେ ସମସ୍ତ ଜାଲିଆତି ଧରା ପଡିବା ପରେ ସରକାରୀ ସ୍ତରରେ ତଥ୍ୟ ଲୁଚାଇବାକୁ ସାଙ୍ଘାତିକ ଷଡଯନ୍ତ୍ର। ଉଦଳା RCMSର ସମ୍ପାଦକ ବସନ୍ତ ନାୟକଙ୍କ କିରାସିନି କଳାବଜାରୀର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ଗତ ୧୨ ତାରିଖରେ କିରାସିନି କଳାବଜାରୀ କରୁଥିବା ବେଳେ କ୍ୟାମେରାରେ RCMS ସମ୍ପାଦକ ବସନ୍ତ ନାୟକ ଧରା ପଡିବା ପରେ ଡିଲରମାନଙ୍କ ମୁଣ୍ଡରେ ଦୋଷ ଲଦିବା ସହିତ ଟଙ୍କା ଯାଚି ଖସି ଯିବାକୁ ବସିଥିଲେ। ପରେ ଖବର ବାଜିବା ସହିତ ଡିଲରମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଲା। ଡିଲରମାନେ ଏକ ବର୍ଷରୁ ଅଧିକ ହେବ କିରାସିନି ନେଉ ନ ଥିବା ଏବଂ ତାଙ୍କ ସମସ୍ତ ଦସ୍ତାବିଜ ସମ୍ପାଦକ ନିଜ ପାଖରେ ରଖିଥିବା କହିଛନ୍ତି।

Advertisment

ପରେ ଘଟଣାର ଖୋଳତାଡ଼ ହେବା ଜାଣି ସମ୍ପାଦକ ମହାଶୟ ତରବରିଆ ଭାବେ ବିଳମ୍ବିତ ରାତିରେ ଡିଲରଙ୍କ ଘରେ କିରାସିନି ବ୍ୟାରେଲ ଓହ୍ଲାଇ ଦେଇଥିଲେ ଆଉ ସରକାରୀ ସ୍ତରରେ ତଦନ୍ତରେ ନ ଫସିବାକୁ ଉଦ୍ୟମ କରିଥିଲେ। ଖାଲି ସେତିକି ନୁହେଁ କିରାସିନି ଓହ୍ଲାଇବା ପରେ କିରାସିନି ପାଇଥିବା କଥା ଅନ୍ୟମାନଙ୍କୁ କହିବା ପାଇଁ ଡିଲରଙ୍କୁ ଧମକ ମଧ୍ୟ ଦେଇଥିବା ଖୋଦ ଡିଲର କହିଛନ୍ତି।

ସେପଟେ ଏହି ଘଟଣାରେ ସହକାରୀ ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଂଚିବା ପରେ ଏନେଇ ତଦନ୍ତ କରିବା ସହିତ ଡିଲରମାନଙ୍କ ତଦନ୍ତ କରିବାକୁ MIଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ସେପଟେ ତଦନ୍ତ ପରେ ସବୁ କିଛି ଠିକ୍‌ଠାକ୍ ଅଛି ବୋଲି କହିଛନ୍ତି ଉଦଳା ଯୋଗାଣ ଅଧିକାରୀ। 

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ସମ୍ପାଦକ ୧୨ ତାରିଖରେ କିରାସିନି ଡିଲରମାନଙ୍କୁ ପଠାଇବା ପାଇଁ ଗାଡିରେ ଲୋଡ଼ କରିଥିଲେ ତେବେ ୧୩ କିଲୋମିଟର ଦୂରରେ ଡିଲରଙ୍କୁ କିରୋସିନି ଦେବା ପାଇଁ କାହିଁକି ଦୁଇ ଦିନ ଲାଗିଗଲା। କ’ଣ ପାଇଁ ବିଳମ୍ବିତ ରାତିରେ ଡିଲରଙ୍କ ନିକଟରେ କିରାସିନି ପହଞ୍ଚାଇ ୧୨ ତାରିଖ ପାଇବା କଥା କହିବାକୁ କୁହାଗଲା। ଏସବୁକୁ ଦେଖିଲେ ଏହି ମହାଘୋଟାଲାରେ ସମ୍ପାଦକଙ୍କ ସହିତ ସହକାରୀ ଯୋଗାଣ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି।

Advertisment
Related Articles
Advertisment