/odishatv-khabar/media/post_attachments/uploadimage/library/16_9/16_9_0/bijayawada-fire_1625453448.jpg)
bijayawada-fire
ବିଜୟୱାଡା: ଆନ୍ଧ୍ରପ୍ରଦେଶ ବିଜୱାଡାରେ କୋଭିଡ୍ କେୟାର୍ ସେଣ୍ଟର ସାଜିଥିବା ଏକ ହୋଟେଲ୍ ନିଆଁ ଲାଗିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି ଅନ୍ଧ୍ର ସରକାର। ରବିବାର ଏହି ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ।
ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ବିଭାଗୟୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ। ତେବେ ହୋଟେଲ୍ରେ କେମିତି ଅଗ୍ନିକାଣ୍ଡ ଘଟିଲା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି.
ଅନ୍ୟପଟେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏନେଇ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସହିତ ଫୋନ୍ ଯୋଗେ କଥା ହେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କହିଛନ୍ତି।
ସୂଚନା ଥାଉକି, ବିଜୱାଡ଼ାରେ ଏକ ହୋଟେଲ୍କୁ ଲିଜ୍ରେ ନେଇ କୋଭିଡେ କେୟାର ହୋମ୍ କରିଥିଲେ ରାଜ୍ୟ ସରକାର। ଏହି ହୋଟେଲ୍ରେ ଆଜି ଭୋର ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ୩୦ ଜଣଙ୍କୁ ଉଦ୍ଧାର କରିବା ସହିତ ନିଆଁ ଲିଭାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)