/odishatv-khabar/media/post_attachments/uploadimage/library/16_9/16_9_0/smruti_1625174973.jpg)
smruti
ପାଟନା: ବିହାର ନିର୍ବାଚନ ପ୍ରଚାରରୁ ଫେରିବା ପରେ ଜଣେ ପରେ ଜଣେ ବିଜେପି ନେତା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଶାହନୱାଜ୍ ହୁସେନ୍, ସୁଶୀଲ ମୋଦି, ଦେବେନ୍ଦ୍ର ଫଡନାଭିସଙ୍କ ପରେ ଏବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରୀନ କରୋନା ପଜିଟିଭ୍ ଚହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହିତ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଯଥାଶୀଘ୍ର ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।
ବିହାର ନିର୍ବାଚନ ପ୍ରଚାର କିଛିଦିନ ପରେ ସ୍ମୃତି କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ସେ ଏନ୍ଡିଏ ପାଇଁ ପାଖାପାଖି ୧୦ଟି ରାଲିରେ ପ୍ରଚାର କରିଛନ୍ତି। ବିହାର ନିର୍ବାଚନୀ ପ୍ରଚାରରେ ପ୍ରଥମେ ବିଜେପି ନେତା ଶାହନୱାଜ ହୁସେନ୍ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ବିହାର ନିର୍ବାଚନ ଦାୟିତ୍ୱରେ ଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ସମସ୍ତେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଉଛନ୍ତି। ଗତକାଲି ଆଉ ଜଣେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ ମଧ୍ୟ କରୋନା ପଜିଟିବ୍ ଚିହ୍ନଟ ହୋଇଥିଲେ। ଦଳୀୟ ମିଶ୍ରଣ ପର୍ବରେ ଯୋଗ ଦେଇ ଫେରିବା ପରେ ସେ କୋଭିଡ୍ରେ ଆକ୍ରାନ୍ତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)