/odishatv-khabar/media/post_attachments/uploadimage/library/16_9/16_9_0/nirmala-sitharaman_1623499622.jpg)
nirmala-sitharaman.
ନୂଆଦିଲ୍ଲୀ: କରୋନା ପାଇଁ ବ୍ୟବହୃତ ଔଷଧ ରେମଡେସିଭିର ଉପରୁ କମିଲା ଜିଏସ୍ଟି । ରେମଡେସିଭିର୍ ଉପରୁ GST ୧୨%ରୁ ୫%କୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଆଜି ୪୪ତମ GST କାଉନସିଲ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ସେହିପରି ବ୍ଲାକ୍ ଫଙ୍ଗସ୍ ପାଇଁ ବ୍ୟବହୃତ ଦୁଇ ଔଷଧ ଉପରୁ ଟିକସ ସଂପୂର୍ଣ୍ଣ ହଟାଯାଇଛି । ଏଣିକି ଟୋସଲିଜୁମାବ୍, ଆମ୍ଫୋଟେରିସିନ୍-ବି ଉପରେ କୌଣସି ଟିକସ ଲାଗିବ ନାହିଁ । ପୂର୍ବରୁ ଏହି ଦୁଇ ଔଷଧ ଉପରେ ୫% ଜିଏସ୍ଟି ଲାଗୁ ହେଉଥିଲା । କୋଭିଡ୍ ଚିକିତ୍ସାରେ ବ୍ୟବହୃତ ସରଞ୍ଜାମ ଉପରୁ ବି ଟିକସ ହ୍ରାସ ହୋଇଛି । ପଲ୍ସ ଅକ୍ସିମିଟର ସହ ବିଭିନ୍ନ ବ୍ୟକ୍ତିଗତ ଆମଦାନୀ ଉପରେ ଥିବା ଜିଏସ୍ଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି ।
ହ୍ୟାଣ୍ଡ ସାନିଟାଇଜର ଏବଂ ଉତ୍ତାପ ମାପକ ଯନ୍ତ୍ର ଉପରେ GST ୧୮ ପ୍ରତିଶତରୁ ୫%କୁ ହ୍ରାସ ହୋଇଛି । ସେହିଭଳି ଆମ୍ବୁଲାନ୍ସ ଉପରୁ ମଧ୍ୟ ଟିକସ ୨୮%ରୁ ୧୨%କୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ଭେଣ୍ଟିଲେଟର, ଅକ୍ସିଜେନ କନସେନଟ୍ରେଟର ଉପରୁ ମଧ୍ୟ GST ୧୨ରୁ ୫%କୁ ହ୍ରାସ କରାଯାଇଛି । କୋଭିଡ ଟେଷ୍ଟିଂ କିଟ୍ ଉପରୁ ବି ଜିଏସ୍ଟି ୧୨%ରୁ କମି ୫% କରାଯାଇଛି । ତେବେ କୋଭିଡ୍ ଟିକା ଉପରେ ଜିଏସ୍ଟି ୫ ପ୍ରତିଶତ ରହିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)