/odishatv-khabar/media/post_attachments/uploadimage/library/16_9/16_9_0/serum_1625065668.jpg)
serum
ନୂଆଦିଲ୍ଲୀ: ହ୍ୟୁମାନ ଟ୍ରାଏଲ ବେଳେ କରୋନା ଟିକା-କୋଭିସିଲ୍ଡ ନେଇଥିବା ସ୍ୱେଚ୍ଛାସେବୀଙ୍କ ବିରୋଧରେ ହୋଇଛି ୧୦୦ କୋଟିର ମାନହାନି ମୋକଦ୍ଦମା। କରୋନା ଟିକା ନେବା ପରେ ସ୍ନାୟୁଗତ ରୋଗ ଦେଖା ଦେବା ଅଭିଯୋଗ କରିବାରୁ ସଂପୃକ୍ତ ସ୍ୱେଚ୍ଛାସେବୀଙ୍କ ବିରୋଧରେ ସେରମ ଇନଷ୍ଟିଚ୍ୟୁଟ୍ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିଛି ।
ସଂପୃକ୍ତ ସ୍ୱେଚ୍ଛାସେବୀଙ୍କ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅପରିପକ୍ୱ କହି ସେରମ ଇନଷ୍ଟିଚ୍ୟୁଟ୍ ମୋକଦ୍ଦମା କରିଛି। ଏକ ଘରୋଇ ଟିଭି ଚ୍ୟାନେଲକୁ ବିବୃତି ଦେଇ ସେରମ କହିଛି ଯେ, ସଂପୃକ୍ତ ବ୍ୟକ୍ତିଙ୍କ ମାନସିକ ରୋଗ ସହ ଟିକା ନେବାର କୌଣସି ସଂପର୍କ ନାହିଁ। ସଂପୃକ୍ତ ସ୍ୱେଚ୍ଛାସେବୀଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ସମ୍ବେଦନଶୀଳ ଥିବା ସେରମ ଇନଷ୍ଟିଚ୍ୟୁଟ୍ କହିଛି। ତେବେ ସଂପୃକ୍ତ ସ୍ୱେଚ୍ଛାସେବୀ ମିଛରେ ଏଭଳି ଆରୋପ ଆଣିଥିବା କୁହାଯାଇଛି।
ଟିକା ନେବା ପରେ କେଉଁ ସବୁ ଲକ୍ଷଣ ଦେଖାଦେବ ସେନେଇ ତାଙ୍କୁ ଆଗୁଆ ଅବଗତ କରାଯାଇଥିଲା । ତା ଛଡ଼ା ଟିକା ନେବା ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମଧ୍ୟ ଯାଞ୍ଚ କରାଯାଇଥିଲା। ଏହାସତ୍ତ୍ୱେ ସେ ସାଧାରଣରେ ଏଭଳି ମିଥ୍ୟା ଆରୋପ ଲଗାଇ କଂପାନିକୁ ବଦନାମ କରିବା ଲାଗି ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ତେଣୁ ତାଙ୍କ ବିରୋଧରେ ମାନହାନି ମୋକଦ୍ଦମା କରାଯାଇଛି।
ଏହା ପୂର୍ବରୁ ଚେନ୍ନାଇର ଜଣେ ସ୍ୱେଚ୍ଛାସେବୀ ଟିକା ନେବା ପରେ ଅସୁସ୍ଥ ହେବାରୁ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ । ତେବେ ବ୍ରିଟେନରେ ୫୦୦ ଜଣଙ୍କଠାରେ ଟିକା ପରୀକ୍ଷା ହୋଇଥିଲେ ବି ସେଥିରେ ସଫଳତା ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)