/odishatv-khabar/media/post_attachments/uploadimage/library/16_9/16_9_0/indiatv_1625390672.jpg)
indiatv
ନୂଆଦିଲ୍ଲୀ: ଅକ୍ସଫୋର୍ଡ ଦ୍ୱାରା ବିକଶିତ କରୋନା ଟିକା କୋଭିସିଲ୍ଡର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ କୋଭିଡ-୧୯ ଭ୍ୟାକସିନ କୋଭିସିଲ୍ଡର ମାନବ ପରୀକ୍ଷଣ ସହରର ଏକ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆରମ୍ଭ ହୋଇଛି। ପୁଣେର ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜର ୨ ଜଣ ସ୍ୱେଚ୍ଛାସେବୀଙ୍କଠାରେ ଏହାର ପରୀକ୍ଷା କରାଯାଇଛି। ଆଜି ଦିନ ୧ଟା ବେଳେ ପରୀକ୍ଷା କରାଯାଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।
ପ୍ରଥମେ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ କୋଭିସିଲ୍ଡ ଭାକ୍ସିନ ଦିଆଯାଇଥିଲା। ଏହାପରେ ଅନ୍ୟ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କଠାରେ ପରୀକ୍ଷା କରାଯାଇଥିଲା। ଦୁହିଁଙ୍କଠାରେ ଭ୍ୟାକ୍ସିନ ପ୍ରୟୋଗ ପୂର୍ବରୁ ସେମାନଙ୍କ ଶରୀରର ତାପମାତ୍ରା, ରକ୍ତଚାପ ଓ ହୃତ ସ୍ପନ୍ଦନ ଯାଞ୍ଚ କରାଯାଇଥିଲା। ତେବେ ମଙ୍ଗଳବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷ ଲାଗି ୫ ଜଣ ସ୍ୱେଚ୍ଛାସେବୀ ନାମ ପଞ୍ଜୀକରଣ କରିଥିଲେ।
ତେବେ ତିନି ଜଣଙ୍କର ଆଣ୍ଟିବଡି ଟେଷ୍ଟ ପଜିଟିଭ୍ ଆସିବାରୁ ସେମାନଙ୍କଠାରେ ଭ୍ୟାକସିନ ପ୍ରୟୋଗ କରିବାରୁ ଅଯୋଗ୍ୟ ସାବ୍ୟସ୍ତ ହୋଇଥିଲେ। ଏଣୁ ବାକି ୨ ଜଣଙ୍କଠାରେ ଭ୍ୟାକସିନ ପ୍ରୟୋଗ କରାଗଲା ବୋଲି ଏସ୍ଆଇଆଇ ପକ୍ଷରୁ କୁହାଯାଇଛି। ଯେଉଁ ୨ ଜଣଙ୍କଠାରେ ପରୀକ୍ଷା କରାଯାଇଛି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)