/odishatv-khabar/media/post_attachments/uploadimage/library/16_9/16_9_0/covid19-1_1625133648.jpg)
covid19
ୱାଶିଂଟନ୍: କୋଭିଡ୍ ବିରୋଧରେ ଚାଲିଥିବା ଯୁଦ୍ଧକୁ ବଡ଼ ସଫଳତା। ଆମେରିକାର ଫାଇଜର ଫାର୍ମା କମ୍ପାନି ଓ ଜର୍ମାନୀର ବାୟୋ ଏନ୍ ଟେକ୍ ଦ୍ୱାରା ବିକଶିତ କୋଭିଡ ୧୯ ଭ୍ୟାକ୍ସିନ ଫେଜ୍-୩ ଟ୍ରାଏଲ୍ରେ ୯୦ ପ୍ରତିଶତରୁ ଅଧିକ ଫଳପ୍ରଦ ହୋଇଥିବା କଂପାନି ପକ୍ଷରୁ ଘୋଷଣା କରାଯାଇଛି। ୯୪ ଜଣ କୋଭିଡ୍ ରୋଗୀଙ୍କ ଦେହରେ ପରୀକ୍ଷା ପରେ ଏହି ଫଳ ମିଳିଥିବା କଂପାନି କହିଛି।
ତେବେ ଫେଜ୍-୩ରେ ୪୩ ହଜାର ୫୩୮ ଜଣ ବ୍ୟକ୍ତିଙ୍କ ଶରୀରରେ ଏହି ଟିକା ପରୀକ୍ଷା କରାଯାଇଥିଲା। ତେବେ କାହା ଶରୀରରେ ଏହା କ୍ଷତି ପହଞ୍ଚାଇନାହିଁ। ଚଳିତମାସ ଶେଷ ସପ୍ତାହ ସୁଦ୍ଧା ଏହି ଟିକା ସୁରକ୍ଷିତ ବୋଲି ଆମେରିକାର ପ୍ରମାଣପତ୍ର ପାଇପାରେ।
ତେବେ ୧୬୪ ଜଣଙ୍କ ଦେହରେ ଏହି ଟିକା ପ୍ରୟୋଗ କରାଯାଇ ଅନ୍ତିମ ପରୀକ୍ଷା ନିରୀକ୍ଷା କରାଯାଉଛି। ଏହି ୨ଟି ଡୋଜ୍ ବିଶିଷ୍ଟ ଦ୍ୱିତୀୟ ଡୋଜ୍ ନେବାର ୭ ଦିନ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଦେହରେ ୯୦ ପ୍ରତିଶତରୁ ଅଧିକ ଫଳପ୍ରଦ ହେଉଥିବା କଂପାନି କହିଛି।
ଏହାର ଅର୍ଥ ପ୍ରଥମ ଡୋଜ ନେବାର ୨୮ ଦିନ ପରେ ମଣିଷ ଶରୀରରେ ଏହି ଟିକା ୯୦ ପ୍ରତିଶତ କାର୍ଯ୍ୟ କରୁଛି। ବିଶ୍ୱରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ କୋଭିଡ୍ ଟିକା ନେଇ ଆସିଥିବା ଏହି ଖବର ସମସ୍ତଙ୍କ ପାଇଁ ଆଶ୍ୱସ୍ତି ଆଣିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)