Advertisment

ଆଜି ରେକର୍ଡ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ ଗମ୍ଭୀର ହେଉଛି କରୋନା ସ୍ଥିତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୮,୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ୯୮୩ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ହଜାର ଜଣ ଆକ୍ରାନ୍ତ ମୃତ୍ୟୁ ହେବା ପରେ ଏବେ କରୋନାଜନିତ ମୃତ୍ୟୁସଂଖ୍ୟା ୫୪ହଜାର ୮୪୯ରେ ପହଞ୍ଚିଛି। ଏହାସହ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୫ ହଜାର ୮୨୪ରେ ପହଞ୍ଚିଛି। […]

author-image
Abinash Pati
ଅଦ୍ୟତନ ହୋଇଛି
ଆଜି ରେକର୍ଡ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ

india

ନୂଆଦିଲ୍ଲୀ: ଦିନକୁ ଦିନ ଗମ୍ଭୀର ହେଉଛି କରୋନା ସ୍ଥିତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୮,୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ୯୮୩ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ପ୍ରାୟ ହଜାର ଜଣ ଆକ୍ରାନ୍ତ ମୃତ୍ୟୁ ହେବା ପରେ ଏବେ କରୋନାଜନିତ ମୃତ୍ୟୁସଂଖ୍ୟା ୫୪ହଜାର ୮୪୯ରେ ପହଞ୍ଚିଛି। ଏହାସହ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୫ ହଜାର ୮୨୪ରେ ପହଞ୍ଚିଛି। ଦେଶରେ ମୋଟ ଆକ୍ଟିଭ୍ କେସ୍ ୬ଲକ୍ଷ ୯୨ ହଜାର ୦୨୮ ଥିବା ବେଳେ ୨୧ ଲକ୍ଷ ୫୮ ହଜାର ୯୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ମହାରାଷ୍ଟ୍ରରେ ସର୍ବାଧିକ ୨୧ ହଜାର ୩୫୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ ୬ ହଜାର ୨୩୯, କର୍ଣ୍ଣାଟକରେ ୪ ହଜାର ୪୨୯, ଦିଲ୍ଲୀରେ ୪ ହଜାର ୨୫୭ ଜଣଙ୍କ ମୃତ୍ୟୁ ହୋଇଛି।

Advertisment
Advertisment
Advertisment