Advertisment

୨୪ ଘଣ୍ଟାରେ ୬୪ ହଜାର ୫୫୩ କରୋନା ଆକ୍ରାନ୍ତ ଚିହ୍ନଟ; ୪୦ ହଜାର ଟପିଲା ମୃତ୍ୟୁ

ନୂଆଦିଲ୍ଲୀ: ଦେଶର ୨୪ ଘଣ୍ଟା ମଧ୍ୟରେ ୬୪ ହଜାର ୫୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୦୭ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ମୃତ୍ୟୁ ସଂଖ୍ୟା ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୪୮ ହଜାର ୪୦କୁ ବୃଦ୍ଧି ପାଇଛି। ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୬୧ ହଜାର ୧୯୧କୁ ବୃଦ୍ଧି ପାଇଛି। ବର୍ତ୍ତମା ଦେଶରେ କରୋନା ଆକ୍ଟିଭ୍‌ କେସ୍- ୬ ଲକ୍ଷ ୬୧ ହଜାର ୫୯୫ ଥିବାବେଳେ ସୁସ୍ଥ ହୋଇଛନ୍ତି ୧୭ […]

author-image
Abinash Pati
ଅଦ୍ୟତନ ହୋଇଛି
୨୪ ଘଣ୍ଟାରେ ୬୪ ହଜାର ୫୫୩ କରୋନା ଆକ୍ରାନ୍ତ ଚିହ୍ନଟ; ୪୦ ହଜାର ଟପିଲା ମୃତ୍ୟୁ

coronavirus

ନୂଆଦିଲ୍ଲୀ: ଦେଶର ୨୪ ଘଣ୍ଟା ମଧ୍ୟରେ ୬୪ ହଜାର ୫୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୦୭ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ମୃତ୍ୟୁ ସଂଖ୍ୟା ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୪୮ ହଜାର ୪୦କୁ ବୃଦ୍ଧି ପାଇଛି। ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୬୧ ହଜାର ୧୯୧କୁ ବୃଦ୍ଧି ପାଇଛି।

Advertisment

ବର୍ତ୍ତମା ଦେଶରେ କରୋନା ଆକ୍ଟିଭ୍‌ କେସ୍- ୬ ଲକ୍ଷ ୬୧ ହଜାର ୫୯୫ ଥିବାବେଳେ ସୁସ୍ଥ ହୋଇଛନ୍ତି ୧୭ ଲକ୍ଷ ୫୧ ହଜାର ୫୫୫ ଜଣ। ମହାରାଷ୍ଟ୍ରରେ ସର୍ବାଧିକ ୧୯ ହଜାର ୬୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସାରା ବିଶ୍ୱରେ କରୋନା ପ୍ରଭାବିତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ରହିଛି। ଦିନ ପ୍ରତିଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ବଢ଼ି ଚାଲିଥିଲେ ମଧ୍ୟ କମିବାରୁ ନାଁ ନେଉ ନାହିଁ।

Advertisment

ତେବେ ଭାରତରେ ବର୍ତ୍ତମାନ କରୋନା ସୁସ୍ଥ ସଂଖ୍ୟା ୭୦ ପ୍ରତିଶତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧.୯୫ ରହିଛି। ଯାହା ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ବହୁତ କମ୍‌ ରହିଛି।

Advertisment
Advertisment