Advertisment

କରୋନାର ଜାତୀୟ ସୁସ୍ଥ ହାର ୯୭% ଓ ମୃତ୍ୟୁ ହାର ୧.୪୩ ପ୍ରତିଶତ

ନୂଆଦିଲ୍ଲୀ: ଭାରତରେ ଟିକାକରଣ ଜାରି ରହିଥିବା ବେଳେ କରୋନା ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି। ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି, ହେଲେ ଏବେ ବି ୧୦ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ଦେଶରେ ୧୧,୮୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୩୮,୧୯୪ ହୋଇଛି। ସେହିପରି ମୋଟ ୧,୦୫,୩୪,୫୦୫ ଜଣ ସୁସ୍ଥ ହୋଇଥିବା ବେଳେ ଜାତୀୟ ସୁସ୍ଥ […]

author-image
Abinash Pati
କରୋନାର ଜାତୀୟ ସୁସ୍ଥ ହାର ୯୭% ଓ ମୃତ୍ୟୁ ହାର ୧.୪୩ ପ୍ରତିଶତ

tribune

ନୂଆଦିଲ୍ଲୀ: ଭାରତରେ ଟିକାକରଣ ଜାରି ରହିଥିବା ବେଳେ କରୋନା ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି। ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି, ହେଲେ ଏବେ ବି ୧୦ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ଦେଶରେ ୧୧,୮୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୩୮,୧୯୪ ହୋଇଛି। ସେହିପରି ମୋଟ ୧,୦୫,୩୪,୫୦୫ ଜଣ ସୁସ୍ଥ ହୋଇଥିବା ବେଳେ ଜାତୀୟ ସୁସ୍ଥ ହାର ୯୭ ପ୍ରତିଶତ ହୋଇଛି।

Advertisment

ଅନ୍ୟପଟେ ଦିନକରେ ୮୪ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା ଭାଇରସ। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୫,୦୮୦ ହୋଇଥିବା ବେଳେ ଦେଶରେ କରୋନାଜନିତ ମୃତ୍ୟୁ ହାର ୧.୪୩ ପ୍ରତିଶତ ରହିଛି।

ଆମେରିକା ଓ ୟୁରୋପ ରାଷ୍ଟ୍ରଗୁଡ଼ିକ ଅପେକ୍ଷା ଭାରତରେ କରୋନାର ମୁକାବିଲା କରିବାରେ ସଫଳ ହୋଇଛି ବୋଲି ପ୍ରକାଶ ଜାଭେଦକର କହିଛନ୍ତି। ଏନେଇ ସେ କହିଛନ୍ତି “୧୩୦ କୋଟି ଜନସଂଖ୍ୟା ସତ୍ତ୍ୱେ ଆମେରିକା, ଲାର୍ଟିନ ଆମେରିକା ଓ ୟୁରୋପ ଦେଶ ତୁଳନାରେ ଭାରତ ତାର ମୃତ୍ୟୁ ସଂଖ୍ୟାକୁ ରୋକିପାରିଛି।”

Advertisment

ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଧା ଦେଶରେ କରୋନା ସକ୍ରିୟ ସଂଖ୍ୟା ୧,୪୮,୬୦୯ ରହିଛି। ଏହାର ସମୁଦାୟ ଆକ୍ରାନ୍ତର ୧.୩୭ ପ୍ରତିଶତ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।। ଗତ ରବିବାର ୧୨,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବଂ ୭୮ ଜଣଙ୍କର ଜୀବନ ଯାଇଥିଲା।

କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହେଉଥିବା ବେଳେ ଟିକାକରଣ କିନ୍ତୁ ଜୋର୍‌ସୋର୍‌ରେ ଚାଲୁ ରହିଛି। ୫୮ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍‌ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇ ସାରିଲାଣି। ଜାନୁଆରୀ ୧୬ ତାରିଖରେ ପ୍ରଥମେ ଟିକାକରଣ ଆରମ୍ଭ ହୋଇଯାଇଥିଲା। ପରେ ଫେବ୍ରୁଆରୀ ପ୍ରଥମ ସପ୍ତାହରେ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ, ୫୮,୧୨, ୩୬୨ ଲୋକ ଟିକା ନେଇ ସାରିଲେଣି। ତେବେ ଏପର୍ଯ୍ୟନ୍ତ ଟିକାକୁ ନେଇ ଗୋଟିଏ ବି ଖରପା ଖବର ଆସିନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି। ଆମେରିକା ଓ ବ୍ରିଟେନ୍‌ ପରେ ଭାରତ ତୃତୀୟ ରାଷ୍ଟ୍ର ଭାବେ ସର୍ବାଧିକ ଟିକାକରଣ କରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ରବିବାର ସୂଚନା ଦେଇଥିଲା।

ରାଜ୍ୟ କରୋନା ଅପ୍‌ଡେଟ


ରାଜ୍ୟରେ ୨୪ ଘଣ୍ଟାରେ ୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୪ ଜଣ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୮ ଲୋକାଲ କଣ୍ଟାକ୍ଟ ରହିଛି। ସେହିଭଳି ଦିନକରେ ୧୦୬ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୩୨୯୪୮ ହୋଇଛି। ୭୮୧ ଟି ସକ୍ରିୟ ମାମଲା ଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୫୬୯୨ ହୋଇଛି। ରାଜ୍ୟରେ ୭୮୮୪୮୯୮ କରୋନା ଟେଷ୍ଟ କରାଯାଇଥିବା ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।   ‌

Advertisment
Advertisment