Advertisment

ରାଜ୍ୟରେ ୨୪ ଘଣ୍ଟାରେ ୫୮୮ କରୋନା ରୋଗୀ ଚିହ୍ନଟ; ୧୦୦ ଟପିଲା ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା ସଂକ୍ରମଣ। ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଗତକାଲି ୫୭୩ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ୫୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ପଜିଟିଭ୍ ଚିହ୍ନଟ; ସୁନ୍ଦରଗଡ଼ରୁ ୮୪, କଳାହାଣ୍ଡିରୁ ୬୪, ଝାରସୁଗୁଡ଼ାରୁ ୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫, ବାଲେଶ୍ୱରରୁ […]

author-image
Minati Mishra
ରାଜ୍ୟରେ ୨୪ ଘଣ୍ଟାରେ ୫୮୮ କରୋନା ରୋଗୀ ଚିହ୍ନଟ;  ୧୦୦ ଟପିଲା ଖୋର୍ଦ୍ଧା

coronavirus in odisha

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା ସଂକ୍ରମଣ। ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଗତକାଲି ୫୭୩ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ୫୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ପଜିଟିଭ୍ ଚିହ୍ନଟ; ସୁନ୍ଦରଗଡ଼ରୁ ୮୪, କଳାହାଣ୍ଡିରୁ ୬୪, ଝାରସୁଗୁଡ଼ାରୁ ୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫, ବାଲେଶ୍ୱରରୁ ୧୩, ବରଗଡରୁ ୨୧, ଭଦ୍ରକରୁ ୯, ବଲାଙ୍ଗିରରୁ ୧୧, କଟକରୁ ୩୦, ଢେଙ୍କାନାଳରୁ ୬, ଗଜପତିରୁ ଜଣେ, ଗଞ୍ଜାମରୁ ୧୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ଜଗତ୍‌ସିଂହପୁରରୁ ୩, ଯାଜପୁରରୁ ୧୫, କନ୍ଧମାଳରୁ ୩, କେନ୍ଦୁଝରରୁ ୨, କୋରାପୁଟ ଓ ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୮, ନୟାଗଡରୁ ୭, ନୂଆପଡାରୁ ୨୯, ପୁରୀରୁ ୨୪, ରାୟଗଡାରୁ ୬, ସମ୍ବଲପୁରରୁ୨୮, ସୋନପୁରରୁ ୧୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲ୍‌ରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୩,୮୨୬ରେ ପହଞ୍ଚିଛି।

Corona Cases In Odisha
Advertisment
Advertisment