/odishatv-khabar/media/post_attachments/uploadimage/library/16_9/16_9_0/corona-virus_1626169304.jpg)
corona virus
ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୨୧୮ କରୋନା ପଜିଟିଭ। ଗତକାଲି ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଏହାର ସଂଖ୍ୟା ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୯ କ୍ୱାରେଣ୍ଟିନରେ ଥିବାବେଳେ ୮୯ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଗତ କିଛି ଦିନ ହେଲା ନୂଆପଡାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଆଜି ବରଗଡ ସର୍ବାଗ୍ରେ ଅଛି। ଆଜି ଏହି ଜିଲ୍ଲାରୁ ୩୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଅନ୍ୟପକ୍ଷେ କଟକରୁ ୧୬, ଢେଙ୍କାନାଳ,ଜଗତ୍ସିଂହପୁର, ନୟାଗଡ, ରାୟଗଡାରୁ ୩ଜଣ ଲେଖାଏ, ଗଞ୍ଜାମ, ନବରଙ୍ଗପୁର, ବାଲେଶ୍ୱରରୁ ୬ ଜଣ ଲେଖାଏ, ଜାଜପୁରରୁ ୪, ଝାରସୁଗୁଡା, କନ୍ଧମାଳ, ସମ୍ବଲପୁର, ସୋନପୁର, ଭଦ୍ରକରୁ ଜଣେ ଲେଖାଏ, କଳାହାଣ୍ଡିରୁ ୧୩, କେନ୍ଦୁଝର, ପୁରୀରୁ ୨ଜଣ ଲେଖାଏ, ଖୋର୍ଦ୍ଧାରୁ ୨୫, ମୟୂରଭଞ୍ଜରୁ ୫, ନୂଆପଡାରୁ ୨୯ ଓ ସୁନ୍ଦରଗଡରୁ ୨୬, ଅନୁଗୋଳରୁ ୧୨, ବଲାଙ୍ଗୀରରୁ ୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲ୍ରୁ ୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୪୦୬୨୦ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩୩୬୮୦୯ ଜଣ। ରାଜ୍ୟରେ ମୋଟ ଆକ୍ଟିଭ କେସ ରହିଛି ୧୮୩୭। ଆଜି ରାଜ୍ୟରେ କରୋନାଜନିତ ମୃତ୍ୟୁ ଖବର ନାହିଁ।
Covid-19 Report For 29th March
New Positive Cases: 218
In quarantine: 129
Local contacts: 89(Details of local contacts will be shared by concerned District Administration)
District Wise Cases:
1. Angul: 12
2. Balasore: 6
3. Bargarh: 34
4. Bhadrak: 1
5. Balangir: 9— I & PR Department, Odisha (@IPR_Odisha) March 30, 2021
ସୂଚନାଥାଉ କି, ଗତ କିଛି ଦିନ ହେବ ଦେଶରେ ଦୈନିକ ୫୦ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଆଜି ମଧ୍ୟ ୫୬ ହଜାର ୨୦୦ କରୋନା ରୋଗୀ ସାମ୍ନାକୁ ଆସିଛନ୍ତି। ସାରା ଦେଶରୁ ୨୭୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟୁଇଟ କରି ସୂଚନା ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)