/odishatv-khabar/media/media_files/2025/10/30/gold-rates-2025-10-30-14-39-19.png)
Gold Rates Photograph: (OTV)
ହୁ ହୁ ହୋଇ ବଢୁଥିବା ସୁନା ଦର ଏବେ କମିବାରେ ଲାଗିଛି। ଧନତେରସ ବେଳେ ଆକାଶଛୁଆଁ ଥିବା ସୁନା ଦର ଏବେ ଖସିବାରେ ଲାଗିଛି। ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଆଗ୍ରହ ଥାଏ। କିନ୍ତୁ ଲଗାତାର କିଛି ମାସ ଧରି ସୁନା ଦର ବୃଦ୍ଧି ହେଉଥିବା କାରଣରୁ ଚିନ୍ତାରେ ଥିଲେ ଗ୍ରାହକ। କିନ୍ତୁ ଏବେ ସୁନା ଦର କମିବା ପରେ ଗ୍ରାହକଙ୍କ ମଧ୍ୟରେ ଆଶ୍ବସ୍ତି ପ୍ରକାଶ ପାଇଛି।
ଜାଣନ୍ତୁ କେତେ ରହିଛି ସୁନା ଦର:-
ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୨,୪୦୦ ଟଙ୍କା ଥିବା ବେଳେ ଆଜି ୧୯୧୦ ଟଙ୍କା କମି ୧,୨୦,୪୯୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୨,୨୦୦ ଟଙ୍କା ଥିବା ବେଳେ ଆଜି ୧୭୫୦ ଟଙ୍କା କମି ୧,୧୦,୪୫୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୧,୮୦୦ ଟଙ୍କା ଥିବା ବେଳେ ଆଜି ୧୪୩୦ ଟଙ୍କା କମି ୯୦,୩୭୦ ଟଙ୍କା ହୋଇଛି।
ସେହିପରି ରୂପା ଦର ମଧ୍ୟ ବଢିଛି। ଗତ କାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ରୂପା ଦର ୧,୬୬,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା କମି ୧,୬୫,୦୦୦ ଟଙ୍କାରେ ପହଞ୍ଚିଛି।
ଦେଶର ପ୍ରମୁଖ ସହରରେ ସୁନା ଦର କେତେ ରହିଛି ଜାଣନ୍ତୁ:
• ଚେନ୍ନାଇ: ୨୪ କ୍ୟାରେଟ- ୧୨,୧୦୯ ଟଙ୍କା, ୨୨ କ୍ୟାରେଟ- ୧୧,୧୦୦ ଟଙ୍କା, ୧୮ କ୍ୟାରେଟ- ୯,୨୬୦ ଟଙ୍କା (୧ ଗ୍ରାମ ପିଛା)
• ଦିଲ୍ଲୀ: ୨୪ କ୍ୟାରେଟ- ୧୨,୦୬୪ ଟଙ୍କା, ୨୨ କ୍ୟାରେଟ- ୧୧,୦୬୦ ଟଙ୍କା, ୧୮ କ୍ୟାରେଟ- ୯,୦୫୨ ଟଙ୍କା (୧ ଗ୍ରାମ ପିଛା)
• ମୁମ୍ବାଇ: ୨୪ କ୍ୟାରେଟ- ୧୨,୦୪୯ ଟଙ୍କା, ୨୨ କ୍ୟାରେଟ- ୧୧,୦୪୫ ଟଙ୍କା, ୧୮ କ୍ୟାରେଟ- ୯,୦୩୭ ଟଙ୍କା (୧ ଗ୍ରାମ ପିଛା)
• କୋଲକାତା: ୨୪ କ୍ୟାରେଟ- ୧୨,୦୪୯ ଟଙ୍କା, ୨୨ କ୍ୟାରେଟ- ୧୧,୦୪୫ ଟଙ୍କା, ୧୮ କ୍ୟାରେଟ- ୯,୦୩୭ ଟଙ୍କା (୧ ଗ୍ରାମ ପିଛା)
• ବେଙ୍ଗାଲୁରୁ: ୨୪ କ୍ୟାରେଟ- ୧୨,୦୪୯ ଟଙ୍କା, ୨୨ କ୍ୟାରେଟ- ୧୧,୦୪୫ ଟଙ୍କା, ୧୮ କ୍ୟାରେଟ- ୯,୦୩୭ ଟଙ୍କା (୧୦ ଗ୍ରାମ ପିଛା)
Police Crackdown On Gang: ଯୁଦ୍ଧଠୁ ବଳିଗଲା ପୋଲିସର ଆକ୍ସନ; ଡ୍ରୋନ ଓ ବୋମା ମାଡରେ ଥରି ଉଠିଲା ସହର…ଟ୍ରକରେ ବୁହା ହେଲା ଶବ

Trump Orders Nuclear Tests: ପରମାଣୁ ପରୀକ୍ଷଣ କରିବ ଆମେରିକା: ରୁଷ୍ ଓ ଚୀନକୁ ଦେବ ଟକ୍କର

School Negligence: ପିନ୍ କଣ୍ଟା ଗିଳି ଦେବାରୁ ଛାତ୍ରଙ୍କ ମୃତ୍ୟୁ; ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)