ଶେଷ ହେଲା ପ୍ରତୀକ୍ଷା। ସ୍ୱଗୃହକୁ ବାହୁଡ଼ିଲେ ରାମଲାଲା। ପୂରା ହେଲା ୫ ଶହ ବର୍ଷର ସ୍ୱପ୍ନ। ସମସ୍ତଙ୍କ ମୁହଁରେ ଏବେ ରାମନାମ। ଏଭଳି ଦିବ୍ୟମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ସାରା ଭାରତ ଉତ୍ସବମୁଖର। ଏସବୁର ଟିକିନିଖି ଖବର ଜଣେଇବାକୁ ଆମର ସ୍ୱତନ୍ତ୍ର ପ୍ରତିବେଦନ ବିରାଜିଲେ ରାମଲାଲା...
୨୨ରେ ଶୁଭ ମୃଗଶିରା ନକ୍ଷତ୍ରର ସଂଯୋଗରେ ବହୁ ପ୍ରତୀକ୍ଷିତ ଅଭିଷେକ ସମାରୋହ ଆରମ୍ଭ।
ରାମଲାଲାଙ୍କ ଦିବ୍ୟଅଙ୍ଗକୁ ୧୨୫ ଗରା ପାଣିରେ ଔପଚାରିକ ସ୍ନାନ ସହିତ ଯଜ୍ଞ କରାଯିବ
ବିଭିନ୍ନ ନଦୀର ପାଣିରେ ପରିପୂର୍ଣ୍ଣ ୮୧ କଳଶ ସ୍ଥାପନ ସହ ରାମ ମନ୍ଦିରର ଗର୍ଭଗୃହର ଶୁଦ୍ଧିକରଣ ହେବ। ଏହା ସହିତ, ବାସ୍ତୁ ଶାନ୍ତି ରୀତିନୀତି ଅୟୋଜିତ କରାଯିବ।
ରାମ ମନ୍ଦିରରେ ଏକ ଯଜ୍ଞ ଅଗ୍ନିକୁଣ୍ଡ ତିଆରି ସହିତ ପୂଜାରୀଙ୍କ ବୈଦିକ ମନ୍ତ୍ର ସହ ରୀତିନୀତି ଅନୁଯାୟୀ ପବିତ୍ର ଅଗ୍ନି ପ୍ରଜ୍ୱଳିତ।
ମଣ୍ଡପ ପ୍ରବେଶ ପୂଜା, ବାସ୍ତୁ ପୂଜା ଏବଂ ବରୁଣ ପୂଜା ଭଳି ସ୍ୱତନ୍ତ୍ର ରୀତିନୀତି ସହିତ ପ୍ରାଣ ପ୍ରତିଷ୍ଠା ଆରମ୍ଭ।
ଗଣେଶ ଅମ୍ବିକା ପୂଜା: ଭଗବାନ ଗଣେଶଙ୍କ ପୂଜା ପରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହୁଏ, ଯାହା ଉତ୍ସବରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
୧୬ ଜାନୁୟାରୀରୁ ଦଶବିଧ ସ୍ନାନ ସହ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି।
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ।
୩୧ ଡିସେମ୍ବର ସୁଦ୍ଧା ସରିବ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ସମ୍ପୂର୍ଣ୍ଣ କାମ। ଗ୍ରାଉଣ୍ଡରେ ସ୍ଥିତି ଯାଞ୍ଚ ପରେ ଆଜି କିଛି ଏଭଳି ସୂଚନା ଦେଇଛନ୍ତି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର।
ଅଯୋଧ୍ୟା ରାମ ମନ୍ଦିରରେ ପାଣି ଲିକ୍ ଖବର ପରେ ସ୍ପଷ୍ଟୀକରଣ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ‘ଏକ୍ସ’ରେ ସ୍ପଷ୍ଟୀକରଣ ।
ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଗର୍ଭଗୃହରେ ଗଳୁଛି ପାଣି। ବର୍ଷା ହେବା ପରେ ମନ୍ଦିର ଛାତରୁ ପାଣି ଲିକ୍ ହେଉଛି।
ଜାନୁଆରୀ ୨୨ରେ ରାମ ମନ୍ଦିରରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ।
ରାମ ମନ୍ଦିର ପରିସରକୁ ଏବେ ମୋବାଇଲ୍ ଫୋନ୍ ନେବା ନିଷେଧ କରାଯାଇଛି। ପୂର୍ବରୁ ସାଧାରଣ ଜନତାଙ୍କୁ ମନ୍ଦିର ପରିସରକୁ ମୋବାଇଲ ନେବା ମନା ହୋଇଥିଲା।
ଆଜି ଅଯୋଧ୍ୟା ପହଁଚି ରାମଲାଲାଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ଆଳତୀ କରିଥିଲେ ପ୍ରଧାନମନ୍ତ୍ରୀ। ରାମଲାଲାଙ୍କୁ ଦଣ୍ଡବତ ପ୍ରଣାମ ଜଣାଇଥିଲେ।
ଆଜି ଅଯୋଧ୍ୟା ଗସ୍ତରେ ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଡ଼ା ସୁରକ୍ଷାରେ ସେ ଆଜି ଅଯୋଧ୍ୟା ଯାଇଥିଲେ। ରାମ ମନ୍ଦିରକୁ ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରି ଆଶିଷ ମାଗିଥିଲେ।