ସିଙ୍ଗଡ଼ାରେ ଷ୍ଟଫ୍ ହୋଇଛି କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ। କଣ୍ଟ୍ରାକ୍ଟ ନ ମିଳିବାରୁ ରାଗରେ କମ୍ପାନୀକୁ ବଦନାମ କରିବା ପାଇଁ ୫ ଜଣ ଅଭିଯୁକ୍ତ ରହୀମ ଶେଖ୍, ଅଜହର ଶେଖ, ମଜହର ଶେଖ, ଫିରୋଜ ଶେଖ୍ ଏବଂ ବିକି ଶେଖ୍ ଘଟାଇଛନ୍ତି ଏହି କାଣ୍ତ।
ଆଜି କଟକରେ ବିଜେଡି କର୍ମୀ ସମ୍ମିଳନୀ କରିଥିବା ବେଳେ, ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଛି ଯୁବ ସମାବେଶ କାର୍ଯ୍ୟକ୍ରମ। ଦେବାଶିଷ ସାମନ୍ତରାୟ ଓ ଭର୍ତ୍ତୃହରି ମହତାବଙ୍କ ମଧ୍ୟରେ କଥା କଟାକଟି ହୋଇଛି।
ଆଉ ପ୍ରାର୍ଥୀ ନୁହଁ ଦଳ ଦେଖି ଭୋଟ ଦିଅ। ପୁଣି ଡବଲ ଶଙ୍ଖ କହି ଲୋକସଭାକୁ ଫୋକସ୍। କାହିଁକି ଏମିତି କହିଲେ ପାଣ୍ଡିଆନ ? ଏହା ପଛରେ କଣ ଷ୍ଟ୍ରାଟେଜି ? ୨୧ ଲୋକସଭାରେ ନବୀନ ଛିଡା ହୋଇଛନ୍ତି ଭାବି ଭୋଟ୍ ଦେବାକୁ ନିବେଦନ। ଏହା ବିଜେଡିର ଭୟ...
ଏବେବି ଜାରି ରହିଛି ଟିକେଟ ଦ୍ୱନ୍ଦ୍ୱ। ରାଜଧାନୀରେ ଡେରା ପକାଇଛନ୍ତି ମାଳ ମାଳ ଆଶାୟୀ। ବିଜେଡି, ବିଜେପି ଆଉ କଂଗ୍ରେସ। ତିନି ପ୍ରମୁଖ ଦଳର ବିଧାୟକ ଓ ଆଶାୟୀ ଏବେ ଭୁବନେଶ୍ୱର ହେଡକ୍ୱାର୍ଟରରେ।
କେଉଁଠି ପଦ୍ମ ଚିହ୍ନର ପ୍ରଚାର ତ ଆଉ କେଉଁଠି ଶଙ୍ଖ ଓ ହାତ ଚିହ୍ନର। ପ୍ରଚାର ମୈଦାନ କମ୍ପାଇବାକୁ ଫୁଲ୍ ଯୋଶରେ ରେକର୍ଡିଂ ଷ୍ଟୁଡିଓ। ଅହରହ ଚାଲିଛି ପ୍ରଚାର ଗୀତର ରେକର୍ଡିଂ। ସେ ସିଲଭର ସିଟି କଟକ ହେଉ କି ସିଲ୍କ ସିଟି ବ୍ରହ୍ମପୁର। ରାଜ୍ୟର ବିଭିନ୍ନ ସହରରେ...
ଜଙ୍ଗଲ ଭିତରେ ବାଘ ଶୀକାର, ଜଙ୍ଗଲ ବାହାରେ ଛାଲ ଡିଲ୍। ମାତିଛନ୍ତି ଆନ୍ତଃରାଜ୍ୟ ମାଫିଆ, ଓଡ଼ିଶା ମାଟିରେ ଚଳାଇଛନ୍ତି ବାଘ ଚମଡ଼ାର ବେପାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗ ହାତରେ ଲାଗିଛି ୫ କଲରାପତରିଆ ବାଘ ଛାଲ ସମେତ ଗୋଟିଏ ଲେଖାଏଁ ଜଙ୍ଗଲୀ ଓ ମାଛରଙ୍କା ବିରାଡ଼ି ଚମଡ଼ା।
ଅସୁରକ୍ଷିତ ଜଙ୍ଗଲ, ସଙ୍କଟରେ ବାଘ। ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୫୫ଟି କଲରାପତରିଆ ବାଘ ଛାଲ ଜବତ ହୋଇସାରିଲାଣି। ଏବେ ପୁଣି ଗଜପତି ଜିଲ୍ଲାରୁ ଗତକାଲି ୫ଟି କଲରାପତରିଆ ବାଘ ଛାଲ ଜବତ ସହ ୭ ଜଣ ମାଫିଆଙ୍କୁ ଗିରଫ କରାଯାଇଛି।
ଜଣେ ୩ ଥରର ବିଧାୟକ ଓ ମନ୍ତ୍ରୀ ଆଉ ଜଣେ ପୂର୍ବତନ ବିଧାୟକ ଓ ଏବେକାର ସାଂସଦଙ୍କ ପୁଅ। ଆଉ ଜଣେ ଖୋଦ୍ ପିସିସି ମଙ୍ଗୁଆଳ। ଏମାନଙ୍କୁ ନେଇ ଏବେଠୁ ସ୍ପଷ୍ଟ ନୂଆପଡ଼ା ବିଧାନସଭା ଆସନରେ ଦମଦାର ଲଢ଼େଇର ଆଭାସ।
ଉଭୟ, ଉପାନ୍ତ ଓ ସୀମାନ୍ତ ବିଧାନସଭା କ୍ଷେତ୍ର ହୋଇଥିଲେ ବି ଭୋଟ୍ ଆସିଲେ ଚର୍ଚ୍ଚାକୁ ଆସେ ନୂଆପଡ଼ା। ହେଲେ ଏଥରର ଚିତ୍ର ସେଠି ଅଧିକ ରୋଚକ। ଏଠି ତିନି ପ୍ରମୁଖ ଦଳରୁ ଲଢୁଥିବା ପ୍ରାର୍ଥୀମାନେ ଏକ୍-ସେ-ବଢ଼କର-ଏକ୍।
ସିକନ୍ଦର ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ନୀଳମଣି ଧର୍ମଗଡ ଅଞ୍ଚଳର ବୋଲି ଜଣାପଡ଼ିଛି।
କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକଙ୍କର ନଦୀରେ ବୁଡ଼ି ମୃତ୍ୟୁ ଘଟିଛି।
ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଗଣେଶ୍ୱର। ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଲେ।
‘ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ବର୍ଗର ଲୋକ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ମୋ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ବିଗତ ୫ ବର୍ଷର ଏହା ହେଉଛି ମୋର ଉପଲବ୍ଧି’।
ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ। କିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ।
ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା। ଗୁଳୁଗୁଳିରେ ଦହଗଞ୍ଜ କରୁଛି, ଟାଣ ଖରାରେ ମୁଣ୍ଡ ଘୁରାଇ ଦେଉଛି। ଖାଲି ସେତିକି ନୁହେଁ, ଗତକାଲି ଗୋଟିଏ ଦିନରେ ୮ଜଣ ଅଂଶୁଘାତର ଶିକାର ହୋଇଛନ୍ତି ।
ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ମୋ ବସ୍, ଆହତ ହେଲେ ପ୍ରାୟ ୨୦ ଜଣ ଯାତ୍ରୀ । ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀଠାରେ ବସ୍ ରାସ୍ତାରୁ ଖସି ନାଳରେ ପଶିଯିବା ପଛରେ, ସାମ୍ନାକୁ ଆସୁଛି ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଭଳି ସଂଗୀନ ଆରୋପ୍।
ଆଇପିଏଲ ୨୦୨୪ର ପ୍ରଥମ ଶତକୀୟ ଇଂନିସ ମଧ୍ୟ ବିରାଟ କୋହଲିଙ୍କ ବ୍ୟାଟରୁ ଆସିଛି । ଏହା ବିରାଟ କୋହଲିଙ୍କ ଅଷ୍ଟମ ଓ ଟି୨୦ରେ ନବମ ଶତକୀୟ ଇଂନିସ ।
ଚଟୁ ଆମିଷ, ବେଣ୍ଟ ନିରାମିଷ! ଏହି ନ୍ୟାୟରେ ନିଜର ରାଜନୈତିକ ଗୋଟି ଚାଳନା ଜାରି ରଖିଛନ୍ତି କି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ?
କେବେ ନିଜକୁ ସଚ୍ଚା କଂଗ୍ରେସିଆ କହୁଛନ୍ତି, ଆଉ କେବେ ୫ ଦଶନ୍ଧିର ସ୍ୱାଭିମାନ ନାଁରେ ଭାଷଣ ଝାଡୁଛନ୍ତି। ହେଲେ ନିର୍ବାଚନୀ ରାଜନୀତିରୁ ବିରାମ ନେଇଥିବା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କିନ୍ତୁ ପୁତ୍ରମୋହରେ ଦଳୀୟ ନୀତିନୈତିକତା ସବୁ ଯେପରି ଛାଡ଼ିଦେଇଛନ୍ତି।
୨୪ ମହାସଂଗ୍ରାମରେ ବଡ଼ ମୁଦ୍ଦା ହେବାକୁ ଯାଉଛି ଓଡ଼ିଆ ଅସ୍ମିତା। ବିଜେପିର ଶୀର୍ଷ ସ୍ତରର ନେତା ଏହି ପ୍ରସଙ୍ଗକୁ ବାରମ୍ବାର ଉଖାରି ଚାଲିଥିବାରୁ ଦଳ ଯୋଜନାବଦ୍ଧ ଭାବେ ବିଜେଡି ବିରୋଧରେ ଏହାକୁ ମୁଖ୍ୟ ଅସ୍ତ୍ର କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି।