ଝିମିଟି ଖେଳରୁ ମହାଭାରତ ଭଳି ହାଉସ୍ ସର୍ଜନ ଓ ନର୍ସଙ୍କ କଳିରୁ ଆଜିଠୁ ପ୍ରଭାବିତ ହେଲାଣି କଟକ ବଡ଼ ଡାକ୍ତରଖାନାରେ ରୋଗୀସେବା । ଗୋଟିଏ ପଟେ ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଆରପଟେ ନର୍ସଙ୍କ ପ୍ରତିବାଦ । ଫଳରେ ଇନ୍ ଡୋରରୁ ଆଉଟଡୋର୍ ଯାଏଁ ରୋଗୀ ଓ ସଂପର୍କୀୟ ନାକେଦମ୍ ହେଲେଣି।
Published By: Manoranjan Behera
Last updated: 17 July 2024, 10:31 PM IST
ଆସନ୍ତାକାଲି ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ। ଅଳଙ୍କାରଗୁଡ଼ିକ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ ହେବା ପରେ ଆରମ୍ଭ ହେବ ରତ୍ନଭଣ୍ଡାରର ମରାମତି ଏବଂ ଶେଷରେ ହେବ ଗଣତି ମଣତି । ତେବେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ମରାମତି ହେବାକୁ ଯାଉଥିବାରୁ ASI ପାଇଁ ରହିବ ଆହ୍ୱାନପୂର୍ଣ୍ଣ ।