Advertisment

ବନ୍ଧୁକ ପାଇଁ ହୋଇଥିଲା ଡିଲ୍‌; ନ ଦେବାରୁ ହାଣିଲେ ୨ ସାଙ୍ଗ

ବାଲେଶ୍ୱର ଜିଲ୍ଲା ସୋର ତଳନଗର ଏନ୍ଏଚ୍‌ରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ। ୨ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ।

author-image
Manoranjan Behera
Crime

Crime

ବନ୍ଧୁକ ପାଇଁ ବନ୍ଧୁକୁ ହତ୍ୟା। ବାଲେଶ୍ୱର ଜିଲ୍ଲା ସୋର ତଳନଗର ଏନ୍ଏଚ୍‌ରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ। ୨ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ। ବନ୍ଧୁକ ପାଇଁ ଯୁବକଙ୍କୁ ନିଜ ୨ ବନ୍ଧୁ ହତ୍ୟା କରିଥିବା ଜଣାପଡିଛି। ମୃତକଙ୍କ ନାଁ ହେଉଛି ରବି ନାରାୟଣ ଗୁଲି।

Advertisment

ସୂଚନା ମୁତାବକ ୨୦ ହଜାର ଟଙ୍କାରେ ବନ୍ଧୁକ ଦେବାକୁ ମୃତକ ରବି ନାରାୟଣ ଗୁଲିଙ୍କ ସହ ଡିଲ୍ ହୋଇଥିଲା। ୨୦ ହଜାର ଟଙ୍କା ପାଇବା ପରେ ବି ଆହୁରି ଟଙ୍କା ଦାବି କରିଥିଲେ ମୃତକ। ଉତକ୍ଷିପ୍ତ ହୋଇ ୨ ଜଣ ମିଶି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ। ୨ ଜଣଙ୍କୁ ଗିରଫ କରି ଅଧିକ ଖୋଳତାଡ କରୁଛି ପୋଲିସ। ମୃତକ ଓ ଆକ୍ରମଣକାରୀ ୩ ଜଣ ବନ୍ଧୁ। ସମସ୍ତ ମୃତ ଓ ଅଭିଯୁକ୍ତ ପୁରୀ ଜିଲ୍ଲାର ବୋଲି ସୂଚନା ମିଳିଛି।

ପୁରୀ ଜିଲ୍ଲା ଟାଉନ ଥାନା ଗୁଣ୍ଡିଚା ମନ୍ଦିର ନିକଟରେ ରବିନାରାୟଣ ଗୁଲିଙ୍କ ଘର। ସେ ଗୋପାଳପୁର ଥାନା ତାଳପଦା ଭିଲ୍ଲା ଗାଁରେ ବିବାହ କରିଥିଲେ। ବାହାଘର ପରେ ଶ୍ୱଶୁର ଘରେ ଘର ଜ୍ୱାଇଁ ହୋଇ ରହୁଥିଲେ। ସେ ପୁରୀ ଅଞ୍ଚଳର କାଲୁ ଓ ସୁବୁନାଙ୍କୁ ବନ୍ଧୁକ ଦେବ ବୋଲି କହି ୨୦ ହଜାର ଟଙ୍କା ନେଇଥିଲେ କିନ୍ତୁ ବନ୍ଧୁକ ଦେଉନଥିଲେ।

Advertisment

ଶୁକ୍ରବାର କାଲୁ କାଇଦା କରି ରବିନାରାୟଣଙ୍କୁ ତାଙ୍କ ଘରୁ ଡ଼ାକି ନେଇଥିଲେ। ଉଭୟ ବାଇକ୍‌ରେ ଘରୁ ବାହାରିଥିଲେ। ଆଉ ସେମାନଙ୍କ ପଛରେ ବସରେ ଯାଇଥିଲେ ସୁବୁନା। ରାତି ପ୍ରାୟ ସେଢ଼େ ୧୦ଟା ବେଳେ ୧୬ ନମ୍ୱର ଜାତୀୟ ରାଜପଥର ତଳନଗର ପାର୍ଶ୍ୱରେ ରବିନାରାୟଣଙ୍କ ପେଟ ଓ ପିଠିରେ କାଲୁ ଛୁରା ମାଡ଼ କରିଥିବା ଅଭିଯୋଗ ହୋଇଛି।

Crimes In Odisha
Advertisment
Advertisment