ବାଚସ୍ପତି ପଦ ପାଇଁ ହେଲାନି ସହମତି। ଇତିହାସରେ ତୃତୀୟ ଥର ପାଇଁ ହେବ ନିର୍ବାଚନ। ଏନଡିଏର ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟର କେ. ସୁରେଶ।
ନିର୍ବାଚନ ହାରିବା ପରେ ଆଭିମୁଖ୍ୟ ବଦଳାଉଛି ବିଜେଡି। ସମଦୂରତା ଭୁଲି ବିଜେପିର ପ୍ରମୁଖ ବିରୋଧୀ ସାଜିବାକୁ ରଣନୀତି।
ନିର୍ବାଚନ ହାରିବା ପରେ ଇଣ୍ଡି ମେଣ୍ଟ ଆଡକୁ ଢଳିବ କି ବିଜେଡି? ସମଦୂରତା ଭୁଲି ସମମିତ୍ରତା ଫଣ୍ଡା ଆପଣାଇବ କି? ଏବେ ରାଜନୈତିକ ମହଲରେ ଏଭଳି ଚର୍ଚ୍ଚା ଜୋର ଧରିଛି।
ପୁରୀରେ ଏଥର ଦୁଇ ଦିନ ରଥଯାତ୍ରା। ଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍। ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ। ବିକ୍ରି ହେବନି ପହଣ୍ଡି ଟିକେଟ୍। ସିଧା ରଥ ଉପରେ ଦିଅଁ ଦର୍ଶନ କରିବେ ଶ୍ରଦ୍ଧାଳୁ।
୧୯୭୧ ମସିହା ଭଳି ଏଥର ହେବ ଶ୍ରୀକ୍ଷେତ୍ରରେ ରଥଯାତ୍ରା ନୀତିକାନ୍ତି। ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୋଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ହୋଇଛି ବଡ଼ ଚ୍ୟାଲେଞ୍ଜ।
ଆରମ୍ଭ ହେଲାଣି ଖୋଳତାଡ଼। ଖଣି ମାଫିଆଙ୍କ ଛାତି ଧଡ଼ ଧଡ଼। ଖୋଲିବ ଖଣି ଦୁର୍ନୀତି ପେଡି। ଜେଲ୍ ଯିବେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାରେ ଥିବା ଅଧିକାରୀ। ଶାହ କମିଶନ ନିର୍ଦ୍ଦେଶ ଅନୁସାରେ କେବଳ ଜରିମାନା ଦେଇ ଖସି ଯାଇଥିବା ଖଣି ମାଲିକ, ମାଫିଆ, ନେତା ଓ ଅଧିକାରୀଙ୍କୁ କାଠଗଡାକୁ ଟାଣିବାକୁ ମୋହନ...
ମୁଖ୍ୟମନ୍ତ୍ରୀଙ୍କ ନଜରରେ କିଏ ସେହି ଦୁର୍ନୀତିଖୋର ? ରାଜ୍ୟରେ ଖଣି ଦୁର୍ନୀତି ପଛରେ କିଏ ? କିଏ ଲୁଟିଛି ଡିଏମଏଫ ? କେଉଁ ଅଣଓଡିଆ ଖଣି ମାଫିଆ ଲୁଟୁଛନ୍ତି ଓଡିଶାକୁ? ସବୁର ତଦନ୍ତ କରି ଝାରପଡା ଜେଲ୍ ପଠାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।
ପରୀକ୍ଷା ଖାତାରେ ଉତ୍ତର ଲେଖିବା ବଦଳରେ ପ୍ରେମିକାଙ୍କ ନାଁ ଲେଖିଛନ୍ତି କୁନି ଛାତ୍ର। ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି।
ମାଆ ନିଜେ ବିଷ ପିଇଲେ। ଆଉ ନିଜର ୪ ବର୍ଷର ପୁଅକୁ ବିଷ ପିଆଇ ଦେଲେ। ଉଭୟ ମେଡ଼ିକାଲ୍ ବେଡ୍ରେ ଜୀବନ ସହ ସଂଘର୍ଷ କରୁଛନ୍ତି।
ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗାଯିବା ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା କୁକୁର ଆକ୍ରମଣର ଶିକାର ହେଲେ ଏକ ଘରୋଇ ଚ୍ୟାନେଲର ମହିଳା ସାମ୍ବାଦିକ।
ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା । ତିନି ଦିନ ପାଇଁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।
କ୍ରମାଗତ ଭାବେ ତୃତୀୟ ଥର ଲାଗି ଏହି RLV ଜ୍ଞାନ କୌଶଳର ସଫଲ ପରୀକ୍ଷଣ ହୋଇଛି। କର୍ଣ୍ଣାଟକର ଚିତ୍ରଦୁର୍ଗ ହେଲିପ୍ୟାଡରେ ସଫଳ ଭାବେ ଏହା ଅବତରଣ କରିଛି।
ଖରା ଛୁଟି ପରେ ସ୍କୁଲ୍ଗୁଡ଼ିକ ମଙ୍ଗଳବାର (ଜୁନ୍ ୧୮) ଖୋଲିଥିଲା। ହେଲେ ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ୍ଗୁଡ଼ିକ ଖୋଲିନଥିଲା।
ଆଜି ନିଜ ଜନ୍ମମାଟି ଅର୍ଥାତ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ପ୍ରଥମ ଦିନରେ ସେ ଘଟଗାଁ ଯାଇ ମାଆ ତାରିଣୀଙ୍କୁ ଦର୍ଶନ କରିଛନ୍ତି।
ବସ୍ତାରୁ ୩ ରୋଗୀଙ୍କୁ ନେଇ ବାଲେଶ୍ୱର ମେଡିକାଲକୁ ଆସିବା ବେଳେ ଘଟିଛି ଏହି ଦୁର୍ଘଟଣା। ୩ ରୋଗୀଙ୍କ ସମେତ ଆମ୍ବୁଲାନ୍ସରେ ଥିବା ହେଲପରଙ୍କ ଅବସ୍ଥା ଗୁରୁତର ରହିଛି।
ନବୀନ କହିଛନ୍ତି ରାଜ୍ୟରେ ବିଜେପି ସରକାରରେ ୨ରୁ ୩ ଜଣ MLA ସଂଖ୍ୟା ଗରିଷ୍ଠତାରୁ ଅଧିକ ଅଛନ୍ତି, କେନ୍ଦ୍ରରେ ବି ଅଳ୍ପସଂଖ୍ୟକ ସରକାର ଚାଲିଛି। ତେଣୁ ପରିଶ୍ରମ କରନ୍ତୁ, ଏକଜୁଟ୍ ରୁହନ୍ତୁ ଆଉ ଦଳକୁ ମଜବୁତ ରଖନ୍ତୁ ବୋଲି ନବୀନ ନିଜ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।
ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କୁ ଦର୍ଶନ କରିବେ।
କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ(କିସ୍)କୁ ଜଙ୍ଗଲ ଜମି ଆବଣ୍ଟନ ମାମଲାରେ ନୂଆମୋଡ଼ ଆସିଛି। ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାକୁ ଜୁନ୍ ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର...
ଖେଳୁଛନ୍ତି କଟନୀ ଛଟନୀର ଖେଳ। ମିଲର୍ ଓ ଯୋଗାଣ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କୃଷକ ମାରଣନୀତି। ନା ସରକାରଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି ନା ବିଧିବ୍ୟବସ୍ଥାକୁ ଖାତିର କରୁଛନ୍ତି।
ଜାନୁଆରୀ ୨୨ରେ ରାମ ମନ୍ଦିରରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ।