୧୯୮୫ ମସିହାରେ ଜନ୍ମିତ ଡାକ୍ତର ଇପସିତା ପ୍ରଧାନ ବୃତ୍ତିରେ ଜଣେ CLINICAL COSMETOLOGIST & TRICHOLOGIST. ଭୁବନେଶ୍ୱରସ୍ଥିତ ‘ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସପିଟାଲ’ରୁ ଉତ୍ତୀର୍ଣ୍ଣ। ରୋଗ, ଏହାର ସରଳ ନିଦାନ ଏବଂ ସର୍ବୋପରି ସ୍ୱାସ୍ଥ୍ଯସେବାର ବିଭିନ୍ନ ଦିଗ ସଂପର୍କରେ ଲୋକପ୍ରିୟ ନିବନ୍ଧ ଲେଖି ସେ ପରିଚୟ ସୃଷ୍ଟି କରିଛନ୍ତି। ଏହାବ୍ଯତୀତ ଡ. ପ୍ରଧାନ ଓଡ଼ିଆ ସାହିତ୍ଯରେ ଜଣେ ଯୁବ ଗାଳ୍ପିକା ଭାବରେ ପରିଚିତା। ତାଙ୍କର ପେଣ୍ଟିଂରେ ମଧ୍ୟ ପରିପକ୍ୱ ଋଚି ରହିଛି।