/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639309408.jpg)
ମେଷ-
ପୁରୁଣା ଚିନ୍ତା ସମାପ୍ତ ହେବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ନିଜ ପରିଶ୍ରମରେ ଭଲ ପରିଣାମ ପାଇବେ। ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ଚାକିରିରେ କୌଣସି କାମକୁ ନେଇ ପ୍ରଶଂସା ହେବ। ବୟସ୍କ ବ୍ୟକ୍ତିମାନେ ଉଜ୍ଜ୍ବଳ ଭବିଷ୍ୟତକୁ ନେଇ ଚିନ୍ତନ ମନ୍ଥନ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକମାନେ ଭଲ ଢ଼ଙ୍ଗରେ କାମ କରିବାକୁ ଚେଷ୍ଟା କରିବେ। ଜୀବନସାଥୀ ସହିତ ପ୍ରେମ ବଜାୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- “ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ବୃଷ-
ଆର୍ଥିକ ପରସ୍ଥିତି ଅନୁକୂଳ ରହିବ। ଭଲ ଜାଗାରେ ନିବେଶ କରି ପାରନ୍ତି। ବ୍ୟବସାୟ ସ୍ଥାନାନ୍ତର କରିବାକୁ ଚାହୁଁଥିଲେ ପ୍ରଥମେ ଭଲ ଜାଗା ଦେଖି ନିଷ୍ପତ୍ତି ନିଅନ୍ତୁ। କର୍ମଜୀବୀ ମହିଳାଙ୍କ ଲାଗି ସମୟ ବହୁତ ଭଲ। ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ। ରାଜନୀତିଜ୍ଞଙ୍କର ସମାଜରେ ପ୍ରଭାବ କାଏମ୍ ରହିବ। କଳା, ସାହିତ୍ୟ ଲୋକଙ୍କ ଲାଗି ସମୟ ଭଲ। ନିଜ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ପୂରା ସୁଯୋଗ ପାଇବେ। ପରିବାରରେ ସମସ୍ତେ ଖୁସି ରହିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସୁଖମୟ ସଂସାର ଗଢ଼ିବା ପାଇଁ ମନସ୍ଥ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନକୂଳ। ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- “ଓଁ ହ୍ରୀଂ ଶ୍ରୀଂ ଶୁକ୍ରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ମିଥୁନ-
ଅଚାନକ ଅର୍ଥ ଆସିବ। ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ବ୍ୟବସାୟରେ ଡ଼ିଲ୍ କରିବା ପୂର୍ବରୁ ସବୁ କିଛି ଭଲଭାବେ ଯାଞ୍ଚ କରି ନେବାର ଆବଶ୍ୟକତା ରହିଛି। ଅଫିସ କାମରେ ଦୂରସ୍ଥାନକୁ ଯିବେ। ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ଜନତାଙ୍କ ମଧ୍ୟରେ ମାନ ସମ୍ମାନ ବଢ଼ିବ। କ୍ରିକେଟ ଖେଳାଳୀମାନେ ପୁରସ୍କୃତ ହେବେ। ବିବାହିତ ଜୀବନସାଥୀଙ୍କୁ ଅଧିକ ସମୟ ଦେବେ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ଆସିବ। ଛାତ୍ରଛାତ୍ରୀ ବାକିଥିବା କାମ ସହପାଠୀଙ୍କ ସାହାଯ୍ୟରେ ପୂରା କରିନେବେ। ସ୍ବାସ୍ଥ୍ୟ ଓ ଶକ୍ତି ବୃଦ୍ଧି ଲାଗି ଉଚିତ ପଦକ୍ଷେପ ନେବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- “ଓଁ ଐଂ ସ୍ତ୍ରୀଂ ଶ୍ରୀଂ ବୁଧାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
କର୍କଟ-
ଜୀବନ ଭଲ ଢ଼ଙ୍ଗରେ ଜିଇଁବା ପାଇଁ ପ୍ରୟାସ କରିବେ। ପୂର୍ବରୁ କରିଆସୁଥିବା କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଜମି ଓ ଭବନରେ ନିବେଶ ପାଇଁ ଭାବି ପାରନ୍ତି। ଅଫିସରେ ଅଯଥା କଥାରେ ସମୟ ନଷ୍ଟ ନକରି ନିଜ କାମରେ ମନୋଯୋଗ ଦିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସକାରାତ୍ମକ ମାନସିକତା ରଖନ୍ତୁ। ଅଭାବୀ ଲୋକଙ୍କୁ ସାହାଯ୍ୟ କରନ୍ତୁ। ଭାଗ୍ୟର ଦ୍ବାର ଖୋଲିବ। ପାରିବାରିକ ଜୀବନ ଭଲ ରହିବ। ଘରେ କୌଣସି ଧର୍ମାନୁଷ୍ଠାନ ହୋଇପାରେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ଜୀବନରେ ନୂଆ ଖୁସି ଆସିବ। ବିଦ୍ୟାର୍ଥୀ ନିଜ ପାଠପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- “ଓଁ ଶ୍ରୀଂ କ୍ରୀଂ ଚଂ ଚନ୍ଦ୍ରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ସିଂହ-
ପେସାଦାର ବ୍ୟବସାୟୀଙ୍କ ଲାଗି ସମୟ ଭଲ। କୌଣସି କ୍ଷେତ୍ରରେ ନିବେଶ କରିବେ। ଚାକିରିରେ ଭଲ କାମ କରିବେ। ଅଧ୍ୟାପକଙ୍କୁ କୌଣସି କଲେଜରେ ଅଧ୍ୟାପନା ଲାଗି ପ୍ରସ୍ତାବ ଆସିପାରେ। ରାଜନୀତିକ ନେତ୍ରୀଙ୍କ ସାମନାକୁ ନୂଆ ଆହ୍ବାନ ଆସିବ। ଭଲ ହେବ ଅନ୍ୟମାନଙ୍କ କଥା ଶୁଣନ୍ତୁ, ହେଲେ ନିଜ ବୁଦ୍ଧି ବିବେକରେ କାମ କରନ୍ତୁ। ବୟସ୍କ ଲୋକ ସାମାଜିକ କାର୍ୟ୍ୟରେ ସହଯୋଗ କରିବେ। ଜମି ବଦଳନାମାରେ ଆପଣଙ୍କୁ ଲାଭ ହେବ। ପାରିବାରିକ ସୁଖ ଯୋଗ ରହିଛି। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀର ଭାବନାକୁ ବୁଝିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- “ଓଁ ହ୍ଲୀଂ ହ୍ଲୀଂ ସୂର୍ୟ୍ୟାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
କନ୍ୟା-
ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ଆୟ ରାସ୍ତାରେ ଲାଗି ରହିଥିବା ବାଧା ଦୂର ହେବ। ଜମି ବ୍ୟବସାୟୀଙ୍କ କାମ ସୁରୁଖୁରରେ ହେବ। ଅଫିସରେ କିଛି ଲୋକ ଆପଣଙ୍କ ବିଚାରରେ ସହମତ ହେବେନାହିଁ। ରାଜନୀତିକ ନେତା ଆରାମ ଲାଗି କମ୍ ସମୟ ପାଇବେ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଦାମ୍ପତ୍ୟ ସମ୍ବନ୍ଧରେ ନୂତନତ୍ବ ଆସିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନ ଭଲ ଜାଗାକୁ ବୁଲି ଯିବେ। ଯୁବକ ଯୁବତୀଙ୍କର ସୋସିଆଲ୍ ମଡ଼ିଆରେ ବନ୍ଧୁ ବଢ଼ିବେ। ଛାତ୍ର କୌଣସି କାମ ପାଇଁ ବାପାଙ୍କର ସାହାଯ୍ୟ ନେବେ। ସ୍ବାସ୍ଥ୍ୟ ଲାଭ ପାଇଁ ପ୍ରତିଦିନ ଯୋଗାସନ ବା ପ୍ରାତଃ ଭ୍ରମଣ କରନ୍ତୁ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- “ଓଁ ଐଂ ସ୍ତ୍ରୀଂ ଶ୍ରୀଂ ବୁଧାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ତୁଳା-
ପରିସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବ୍ୟବସାୟରେ ଲାଭ ଆଣିଦେବା ପାଇଁ କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଇଂଜିନିୟରଙ୍କର ପଦୋନ୍ନତି ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକମାନେ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ସମୟ ଉତ୍ତମ। ନୂଆ କାର୍ କିଣିବା ଲାଗି ମନସ୍ଥ କରିବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ଅଧିକ ବୟସ୍କ ବ୍ୟକ୍ତିମାନେ କୌଣସି ଧାର୍ମିକ ସତସଙ୍ଗକୁ ଯିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ବଢ଼ିଆ ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- “ଓଁ ହ୍ରୀଂ ଶ୍ରୀଂ ଶୁକ୍ରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ବିଛା-
ମନରେ ନୂଆ ନୂଆ ବିଚାର ସମାବେଶ ହେବ। ପ୍ରୟାସରେ ଭଲ ପରିଣାମ ପାଇବେ। ପ୍ରସାଧନ ଦୋକାନୀଙ୍କର ଉନ୍ନତି ହେବ। ଅଫିସରେ ପୂର୍ବ ଅପେକ୍ଷା ଅଧିକ କାମ କରିବାକୁ ପଡ଼ିପାରେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ରାଜନୀତିକ ନେତାଙ୍କର ସମାଜରେ ଭାବମୂର୍ତ୍ତି ଭଲ ହେବ। କୋର୍ଟ କଚେରି ମାମଲାରେ ଭଲ ଖବର ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରରେ ଖୁସିର ବାତାବରଣ ବଜାୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀର ଭାବନାକୁ ବୁଝିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ। ସ୍ବାସ୍ଥ୍ୟ ପ୍ରତି ଠିକ୍ ରୂପେ ଧ୍ୟାନ ଦିଅନ୍ତୁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- “ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଧନୁ-
ଆତ୍ମବିଶ୍ବାସ ମଜଭୁତ ବଜାୟ ରହିବ। ପୁରୁଣା ବିଚାରକୁ ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ଅପ୍ରତ୍ୟାଶିତ ଧନ ମିଳିପାରେ। ବ୍ୟବସାୟ କାର୍ୟ୍ୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ। ସରକାରୀ ଚାକିରିଆଙ୍କ ଲାଗି ସମୟ ଉତ୍ତମ। ସହକର୍ମୀଙ୍କର ପୂରା ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଦଳରେ କୌଣସି ବଡ଼ ଦାୟିତ୍ବ ମିଳିବ। କୃଷିଜୀବୀଙ୍କୁ ଲାଭ ହୋଇପାରେ। ଧାର ନେବା ଦେବାରେ ନିବୃତ୍ତ ରହନ୍ତୁ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ପାରସ୍ପରିକ ସୁଖ ଦୁଃଖ ବାଣ୍ଟି ପାରନ୍ତି। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ସ୍ବାସ୍ଥ୍ୟ ଲାଭ ପାଇଁ ପ୍ରତିଦିନ ଯୋଗାସନ ବା ବ୍ୟାୟାମ କରନ୍ତୁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ମକର-
କାରବାର ବୃଦ୍ଧି ଲାଗି ସମୟ ଭଲ। ବ୍ୟବସାୟ ଡ଼ିଲ୍ ପାଇଁ ଓଡ଼ିଶା ବାହାରକୁ ଯିବେ। ଚାକିରିଜୀବୀ ନିଜର ଦାୟିତ୍ବକୁ ସୁଚାରୂପେ ତୁଲାଇବେ। ରାଜନୀତିକ ନେତାଙ୍କ ଲାଗି ସମୟ ବହୁତ ଭଲ। ଆପଣଙ୍କର ଆକର୍ଷକ କଥାବାର୍ତ୍ତା ଅନ୍ୟମାନଙ୍କ ଧ୍ୟାନ ଆପଣଙ୍କ ଆଡ଼କୁ ଟାଣିବ। ମଧୁର ଭାଷାରେ ନିଜର କାମ ଅନ୍ୟମାନଙ୍କ ଦ୍ବାରା କରାଇନେବେ। ଆୟ ବ୍ୟୟର ସମନ୍ବୟ ବଜାୟ ରହିବ। ନବ ବିବାହିତ ଦମ୍ପତ୍ତି ରମଣୀୟ ସ୍ଥାନକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ସ୍ବାସ୍ଥ୍ୟରେ ଲାଗି ରହିଥିବା ସମସ୍ୟାରୁ ଆରାମ ପାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- “ଓଁ ଐଂ ହ୍ରୀଂ ଶ୍ରୀଂ ଶନୈଶ୍ଚରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
କୁମ୍ଭ-
ସ୍ବଭାବରେ ପରିବର୍ତ୍ତନ ଆଣନ୍ତୁ ସମୟ ଭଲରେ କଟିବ। ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ଅଫିସରେ ସତର୍କ ରହିବାକୁ ହେବ। କଠିନ ପରିସ୍ଥିତିରେ ବନ୍ଧୁ ସାହାଯ୍ୟ କରିବେ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସାମାଜିକ ସ୍ତରରେ ଲୋକ ପ୍ରିୟତା ବଢ଼ିବ। କବିମାନେ କବିତା ପାଠ କରିବାର ସୁଯୋଗ ପାଇବେ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀଙ୍କ ପାଇଁ କିଛି ବିଶେଷ କରିବେ। ଛାତ୍ରଛାତ୍ରୀ ଅନଲାଇନିରେ କିଛି ଶିଖିବା ଲାଗି ମନସ୍ଥ କରିବେ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- “ଓଁ ଐଂ ହ୍ରୀଂ ଶ୍ରୀଂ ଶନୈଶ୍ଚରାୟ ନମଃ”ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ମୀନ-
ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ଆପଣଙ୍କ ବିଚାର ଆଗକୁ ନବଢ଼ାଇବା ପାଇଁ ଚେଷ୍ଟା କରାଯାଇପାରେ। ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଅଫିସରେ କାର୍ୟ୍ୟ ଭାର ବୃଦ୍ଧି ହୋଇପାରେ। ରାଜନୀତିକ ନେତ୍ରୀଙ୍କ ପାଇଁ ସମୟ ଉତ୍ତମ। ପ୍ରଭାବାଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣା କରିଦେବ। ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଆମୋଦ ପ୍ରମୋଦ ପାଇଁ ବଢ଼ିଆ ସୁଯୋଗ ପାଇବେ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
Daily Horoscope 27th October 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 27th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Cyclone Montha Approaches: ରାଜ୍ୟର ୧୫ ଜିଲ୍ଲାକୁ ତାଉ ଦେଖାଇବ ବାତ୍ୟା ‘ମୋନ୍ଥା’ , ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)