Advertisment

Weekly Horoscope From 20th october 2025 To 26th october 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

ବ୍ୟବସାୟରେ ସବୁ ଭଲ ହେବ। ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହୋଇପାରେ। ଖେଳାଳିମାନେ ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ। ପ୍ରେମିକାଙ୍କୁ ଲୋଭନୀୟ ବସ୍ତୁ ଉପହାର ଦେବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

author-image
Deepak Acharya
weekly horoscope

ମେଷ-
ବ୍ୟବସାୟରେ ସବୁ ଭଲ ହେବ। ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହୋଇପାରେ। ଜମିରେ ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ମତ ନିଅନ୍ତୁ, ଭଲ ହେବ। ଆପଣଙ୍କ ଭଲ ବ୍ୟବହାରରେ ଅଫିସ ଲୋ‌କେ ପ୍ରଭାବିତ ହେବେ। ରାଜନୀତିକ ନେତାଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ଅନୁଭବୀ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ଖେଳାଳିମାନେ ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ। ବ୍ୟସ୍ତବହୁଳ ଜୀବନରେ କିଛି ସମୟ ବାହାର କରି ପ୍ରକୃତି ସହିତ ଅତିବାହିତ କରିବେ। ପୁରୁଣା କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ। ପ୍ରେମିକାଙ୍କୁ ଲୋଭନୀୟ ବସ୍ତୁ ଉପହାର ଦେବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- “ଓଁ  ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

Advertisment

ବୃଷ-
ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ଘରଲୋକଙ୍କ ସାହାଯ୍ୟରେ ବେପାର ବୃଦ୍ଧି କରିବେ। ଅଫିସରେ ଉଚ୍ଚାଧିକାରୀଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। ନେତାଙ୍କ ଲାଗି ସମୟ ଭଲ। ଅକାରଣରେ ସୃଷ୍ଟି ହୋଇଥିବା ସମସ୍ୟା ସମାପ୍ତ ହୋଇଯିବ। ବିବେକରେ କାମ କରନ୍ତୁ, ବାଜି ଆପଣଙ୍କ ପକ୍ଷରେ ହେବ। ଘରେ ସୁଖସୌଭାଗ୍ୟ ବୃଦ୍ଧି ହେବ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଅବିବାହିତାଙ୍କର ବିବାହ ଲାଗି ଭଲ ପ୍ରସ୍ତାବ ଆସିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଆହୁରି ଅଧିକ ପରିଶ୍ରମ କରନ୍ତୁ। କାର୍ ସାବଧାନତାର ସହ ଚଳାନ୍ତୁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- “ଓଁ  ହ୍ରୀଂ ଶ୍ରୀଂ ଶୁକ୍ରାୟ ନମଃ”  ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

ମିଥୁନ-
କ୍ୟାରିୟର୍‌ରେ ବଡ଼ ସଫଳତା ହାସଲ କରିବେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ଭାଗୀଦାରି ସହିତ ବସି ବେପାର ବଢ଼ାଇବା ପାଇଁ ଯୋଜନା କରିବେ। ଅଫିସରେ ନୂଆ ଦାୟିତ୍ବ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସଭାରେ ଭାଷଣ ଦେବାର ମଉକା ପାଇବେ। କଳାକାରଙ୍କୁ ସୃଜନଶୀଳ କାର୍ଯ୍ୟରେ ପ୍ରଶଂସା ମିଳିପାରେ। ଯେଉଁମାନେ ଋଣ ପାଇଁ ଆବେଦନ କରିଛନ୍ତି ସେମାନଙ୍କର ମଞ୍ଜୁର ହୋଇପାରେ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ। ପ୍ରତିଯୋଗୀ ଛାତ୍ରଛାତ୍ରୀ ଶୀଘ୍ର ସଫଳତା ପାଇବେ। ସ୍ବାସ୍ଥ୍ୟ ଠିକ୍ ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- “ଓଁ ଐଂ ସ୍ତ୍ରୀଂ ଶ୍ରୀଂ ବୁଧାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

Advertisment

କର୍କଟ-
ଶାନ୍ତି ଓ ଧୈର୍ଯ୍ୟ ଧରି କାମ କରନ୍ତୁ। ଭାଗ୍ୟ ଉଜ୍ଜ୍ବଳ ହେବ। ଧନ ସଂପର୍କିତ ପୁରୁଣା ସମସ୍ୟା ସମାଧାନ ହେବ। ଜମି, ଅଳଙ୍କାର ବା ପୁଞ୍ଜି ବଜାରରେ ନିବେଶ କରନ୍ତୁ ଲାଭଦାୟକ ରହିବ। ଅଫିସରେ କାହାରି ଉପରେ ନିର୍ଭର କରି କାମ କରନ୍ତୁ ନାହିଁ। ନେତାଙ୍କ ଲାଗି ସମୟ ଭଲ। କାମର ବ୍ୟସ୍ତତା ଅଧିକ ରହିବ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘର କ୍ଳେଶ ଦୂର ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ। ପ୍ରେମୀ ଯୁଗଳଙ୍କ ଲାଗି ସମୟ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀ ପଢ଼ିବାରେ ଭଲ ପରିଣାମ ପାଇବେ। ସୁସ୍ଥ ରହିବା ପାଇଁ ଯୋଗ ବା ବ୍ୟାୟାମ କରନ୍ତୁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର-“ଓଁ ଶ୍ରୀଂ କ୍ରୀଂ ଚଂ ଚନ୍ଦ୍ରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

ସିଂହ-
ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ପରିଣାମ ମିଳିବ। ବେପାରରେ ଭାଗୀଦାର ଦ୍ବାରା ଲାଭ ହୋଇପାରେ। କର୍ତ୍ତୃପକ୍ଷ ଆପଣଙ୍କୁ ଦେଇଥିବା କାର‌୍ୟ୍ୟ ଏକାଗ୍ରତା ସହିତ କରନ୍ତୁ। ଅଫିସରେ ଆପଣଙ୍କର ସମ୍ମାନ ଆହୁରି ବଢ଼ିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ରହିବ। ଦଳରେ ଭଲ ନେତୃତ୍ବ ରୂପେ କାମ କରିବେ। ବିବାହିତା ମହିଳାଙ୍କ ଲାଗି ସମୟ ଆନନ୍ଦଦାୟକ। ପତିଙ୍କ ସହିତ ଭଲ ଜାଗାକୁ ଭ୍ରମଣରେ ଯାଇପାରନ୍ତି। ପ୍ରେମିକ ପ୍ରେମିକା ନିଜ ସମ୍ବନ୍ଧ କଥା ଘରଲୋକଙ୍କୁ କହିବେ। ଛାତ୍ରଛାତ୍ରୀ କୌଣସି ଏକାନ୍ତ ଜାଗାକୁ ଯାଇ ପଢ଼ନ୍ତୁ। ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- “ଓଁ ହ୍ଲୀଂ ହ୍ଲୀଂ ସୂର‌୍ୟ୍ୟାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

କନ୍ୟା-
ଆର୍ଥିକ ସ୍ଥିରତା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଯଦି କେଉଁଠି ପାଣ୍ଠି ଲଗାଇବା ପାଇଁ ଭାବୁଛନ୍ତି, ତେବେ ଭଲଭାବେ ପରୀକ୍ଷାନିରୀକ୍ଷା କରିସାରି ନିବେଶ କରନ୍ତୁ। ଅଫିସରେ ଆପଣଙ୍କର କାମ ବଢ଼ିପାରେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଅଧିକ ଯାତାୟାତ କରିପାରନ୍ତି। ଆପଣଙ୍କର ବିଚାର ଓ ଅଭିବ୍ୟକ୍ତି ଭଲଭାବେ କରିପାରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାରୋହରେ ନିଜ କଥା ରଖିବାର ମଉକା ପାଇବେ। ସମ୍ବନ୍ଧରେ ମଧୁରତା ବଢ଼ିବ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ନିଜର ଜୀବନଶୈଳୀ ବଦଳାନ୍ତୁ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- “ଓଁ ଐଂ ସ୍ତ୍ରୀଂ ଶ୍ରୀଂ ବୁଧାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ତୁଳା-
ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରିବେ। କାରବାରରେ ଉନ୍ନତି ହେବା ଯୋଗୁଁ ଆତ୍ମବିଶ୍ବାସ ବଢ଼ିବ। ଚାକିରିଆଙ୍କର ପଦୋନ୍ନତି ଯୋଗ ରହିଛି। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଆଖି ବନ୍ଦ କରି କାହାରି ଉପରେ ଭରସା କରନ୍ତୁ ନାହିଁ। ଯେଉଁମାନେ ଋଣ ପାଇଁ ଉଦ୍ୟମ ଜରି ରଖିଛନ୍ତି ସେମାନଙ୍କର ଆଶା ପୂରଣ ହେବ। ଜୀବନସାଥୀ ସହିତ ତାଳମେଳ ବଜାୟ ରହିବ। ପ୍ରେମୀ ଯୁଗଳଙ୍କ ଲାଗି ସମୟ ଖୁସି ଭରା ରହିବ। ଛାତ୍ରଛାତ୍ରୀଙ୍କର ପଢ଼ିବାର ମନ ଲାଗିବ। କିଛି ମହତ୍ତ୍ବପୂର୍ଣ୍ଣ ପ୍ରଶ୍ନ ସମାଧାନ ହୋଇଯିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଲକ୍ଷ୍ମୀ ନାରାୟଣ ମନ୍ଦିର ପରିଦର୍ଶନ କର 
ବିଛା-
ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ନିଷ୍ପତ୍ତି ନେ‌ବେ। କାରବାର ଦ୍ରୁତ ବେଗରେ ବୃଦ୍ଧି ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଭଲ ଜାଗାରେ ଚାକିରି ମିଳିପାରେ। ରାଜନୀତିକ ଲୋକଙ୍କୁ କୌଣସି ବିଶେଷ ଉପଲବ୍ଧି ମିଳିବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ପ୍ରେମୀ ଯୁଗଳଙ୍କ ଲାଗି ସମୟ ଆନନ୍ଦମୟ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଏକାଗ୍ରତା ରଖନ୍ତୁ। ଶରୀର ସୁସ୍ଥ ଓ ସବଳ ରହିବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- “ଓଁ  ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ଧନୁ-
ଜୀବନକୁ ସୁନ୍ଦର କରିବା ପାଇଁ ଚେଷ୍ଟା କରିବେ। ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ଅଫିସର କୌଣସି କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ। ରାଜନୀତିରେ ସଫଳତା ପାଇବେ। ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ଜମିରେ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ। ଆଇନିଜୀବୀଙ୍କ ଲାଗି ସମୟ ଲାଭଦାୟକ ରହିବ। ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ। ଛାତ୍ରଛାତ୍ରୀ ନିଜ ନିଜର ଲକ୍ଷ୍ୟକୁ ନେଇ ଯୋଜନା କରିବେ। ସ୍ବାସ୍ଥ୍ୟ ପ୍ରତି ସର୍ତକ ରହନ୍ତୁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ମକର-
କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ଓ ଉତ୍ସାହ ନେଇ ଆସିବେ। ସମ୍ବନ୍ଧକୁ ମଜଭୁତ କରିବା ପାଇଁ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ବ୍ୟବସାୟରେ ଭଲ ଡିଲ୍ ହେବାର ସମ୍ଭାବନା। ଅଫିସରେ କାମ କରିବା ଶୈଳୀ ବଦଳାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକମାନେ ସାମାଜିକ ଉତ୍ସବରେ ସହଯୋଗ କରିବେ। ଜୀବନସାଥୀର ସ୍ନେହ ଓ ଆଦର ପାଇବା ଯୋଗୁଁ ପ୍ରସନ୍ନ ରହିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ରଛାତ୍ରୀ ନିଜର ଅଧ୍ୟୟନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- “ଓଁ ଐଂ ହ୍ରୀଂ ଶ୍ରୀଂ ଶନୈଶ୍ଚରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
କୁମ୍ଭ-
ସମୟର ସଦୁପଯୋଗ କରନ୍ତୁ ସମୟ ବହୁତ ମୂଲ୍ୟବାନ୍‌। ଅନ୍ୟମାନଙ୍କର ଆଲୋଚନା ବା ନିନ୍ଦା ନ କରି ନିଜ କାମରେ ମନୋଯୋଗ ଦିଅନ୍ତୁ ସଫଳତା ଓ ଲାଭ ପାଇବେ। ବ୍ୟବସାୟରେ ପ୍ରଗତି ହେବ। ଅଫିସରେ ଅଧିକ କାମ ପାଇଁ ଚିନ୍ତା କରନ୍ତୁ ନାହିଁ। ବଡ଼ ଅଧିକାରୀଙ୍କର ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସତର୍କ ରହନ୍ତୁ। ଶତ୍ରୁପକ୍ଷ ଆପଣଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇ ପାରନ୍ତି। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀଙ୍କ ପ୍ରତି ପୂର୍ବ ଅପେକ୍ଷା ଅଧିକ ଆସକ୍ତ ରହିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- “ଓଁ ଐଂ ହ୍ରୀଂ ଶ୍ରୀଂ ଶନୈଶ୍ଚରାୟ ନମଃ”ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ମୀନ-
ଆତ୍ମବିଶ୍ବାସ ବଢ଼ିବା ଯୋଗୁଁ ସବୁ କାମରେ ସଫଳତା ପାଇବେ। ବ୍ୟବସାୟରେ ଜଲ୍‌ଦି ନିଷ୍ପତ୍ତି ନେଲେ ଯଥେଷ୍ଟ ଲାଭ ପାଇବେ। ଟଙ୍କପଇସା ନେବାଦେବା ବେଳେ ସାବଧାନ ରହିବାର ଆବଶ୍ୟକତା ରହିଛି। ଅଫିସ କାମରେ ବୋଝ କମ୍ ରହିବ। ଯେଉଁମାନେ ରାଜନୀତିରେ ଅଛନ୍ତି ସେମାନଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିପାରେ। କ୍ରିକେଟ ଖେଳାଳି ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଜୀବନସାଥୀଙ୍କ ସ୍ବଭାବରେ ନୂତନତ୍ବ ଦେଖିବାକୁ ପାଇବେ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ। ଦେହ ଓ ମନ ଭଲ ରହିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

Horoscope
Advertisment
Related Articles
Advertisment