/odishatv-khabar/media/post_attachments/uploadimage/library/16_9/16_9_0/Horoscope_1642647381.jpg)
Horoscope Photograph: (OTV)
ମେଷ-
ଅଶ୍ୱନୀ- ପୁରାତନ ରୋଗରୁ ଉପଶମ ମିଳିବ । ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ବ୍ୟବସାୟ ପଥ ସୁଗମ ହେବ, ଆୟ ଅବ୍ୟହତ ହେବ ।
ଦ୍ୱିଜା- ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ଶିକ୍ଷାର୍ଥୀ ମାନେ କିଛି ପରିମାଣରେ ଶୁଭଫଳ ପାଇବେ। ଚାକିରୀଆଙ୍କୁ ନୂଆ ପକଳ୍ପ ଦାୟିତ୍ୱ ମିଳିବ । ବ୍ୟପାରୀ ବର୍ଗଙ୍କୁ ଅଚାନକ ଧନ ଲାଭ ହେବ ।
କୃତିକା- ଜମିବାଡି ସମସ୍ୟାର ସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ବିଦ୍ୟାର୍ଥୀ ମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ । ଧାର ଦେବା ନେବାରେ ନିବୃତ ରୁହନ୍ତୁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଆଲୋଚନାର ପାତ୍ର ହେବେ । ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ । ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ ।
ରୋହିଣୀ- ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ମହିଳା ମାନେ ବନ୍ଧୁପ୍ରିୟ ରହିବେ ।
ମୃଗଶିରା- ଧନର ଠିକ୍ ଉପଯୋଗ କରିବା ପାଇଁ ଚେଷ୍ଟା କରିବେ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ । ନୂତନ ଯାନବାହନ କିଣିବାରେ ସକ୍ଷମ ହୋଇପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ
ମିଥୁନ-
ମୃଗଶିରା- ଶାରୀରିକ ଅସୁସ୍ଥତା ଦୂରହେବା ସହ ଅଧିକାରୀ କାମରେ ପ୍ରସନ୍ନ ରହିବେ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ । ଜୀବନ ସାଥିଙ୍କ ସହଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ ।
ଆଦ୍ରା- ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଜୀବନରେ ନୂଆ ସଂକେତ ମିଳିପାରେ । ହଜିଥିବା ଜିନିଷର ସନ୍ଧାନ ପାଇ ପୁରାଦିନ ଖୁସି ରହିବେ । ଧର୍ମ ଷ୍ପୁସ୍ତକ ପଢିବାରେ ଆଗ୍ରହ ବଢିବ ।
ପୁନର୍ବସୁ- ଚାକିରିରେ ସହକର୍ମୀ ମାନେ ଅସହଯୋଗ କରିବେ । ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- କାମରେ ହଠାତ କୈଣସି ଯୋଜନାରେ ପରିବର୍ତନ କରିପାରନ୍ତି । କର୍ମକ୍ଷେତ୍ରରେ ସବୁ କାର୍ୟ୍ୟକୁ ନିଜ ହାତକୁ ନେଇ ଶେଷ କରିବେ । ଶରୀର ଭଲ ରହିବା ସହିତ ମିଷ୍ଠାନ ଭୋଜନର ଯୋଗ ବୃଦ୍ଧି ରହିଅଛି ।
ପୁଷ୍ୟା- ସନ୍ତାନ ମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ । ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ବାଣିଜ୍ୟ ବ୍ୟବସାୟରେ ସ୍ଥିର ଅବସ୍ଥା ଲାଗି ରହିବ । ଘର ପାଇଁ ଆସବାବ କ୍ରୟ କରିବେ ।
ଅଶ୍ଲେଷା- ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା କପଡାରେ କିଛି ଅରୁଆ ଚାଉଳ ଓ ମିଶିରେ ମିଶାଇ ଜଳରେ ଭସାଇ ଦିଅନ୍ତୁ
ସିଂହ-
ମଘା- ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ । ନେତ୍ରପୀଡା ଅନୁଭବ କରି ପାରନ୍ତି ।
ପୂ,ଫାଲଗୁନି- ଅଧିକ ପରିଶ୍ରମ ହେତୁ ଦେହରେ ଦୁର୍ବଳତା ଦେଖାଦେବ । ବାଣିଜ୍ୟ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ । ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ ।
ଉ,ଫାଲଗୁନି- ଲମ୍ବା ସମୟ ଧରି ଅଟକି ରହିଥିବା କାମକୁ ସମ୍ପୁର୍ଣ୍ଣ କରିବେ । ଜମିରେ ଆଜି ନିବେଶ କରନ୍ତୁ ନାହିଁ । ମୁରବୀ ଆପଣଙ୍କୁ କୈାଣସି ଭଲ ପରାମର୍ଶ ଦେଇ ପାରନ୍ତି । କଳା, ସାହିତ୍ୟ ଓ ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ
କନ୍ୟା-
ଉ,ଫଳଗୁନି- ସ୍ୱାସ୍ଥ୍ୟ ସ୍ଥିତିରେ ସଂପୂର୍ଣ୍ଣ ଉନ୍ନତି ଦେଖାଦେବ । ସୁସ୍ଥ ମାନସିକତା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ । ନୂତନ ବନ୍ଧୁ ସଂପର୍କ ଯୋଡିବା ପାଇ ଚେଷ୍ଟା କରିବେ । ବିଦ୍ୟାର୍ଥୀ ମାନେ ଏକାଗ୍ରତା ରକ୍ଷା କରିବେ ।
ହସ୍ତା- ମନ୍ଥରତା ଭିତରେ ମଧ୍ୟ ବ୍ୟବସାୟରେ ସୁଫଳତା ପାଇବେ । ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ । ଯାତ୍ରା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି ।
ଚିତ୍ରା- ଧାର ଦେଇଥିବା ପଇସା ଫେରସ୍ତ ପାଇବେ । ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟହାନି ଯୋଗୁ ମନ ଉଦାସ ହେିବ । ସ୍ଥଗିତ କାମକୁ ପୁରା ଦମରେ କରିବା ପାଇଁ ନିଷ୍ପତି ନେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ
ତୁଳା-
ଚିତ୍ରା- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ପାରିବାରିକ ଜୀବନେର ସନ୍ତୁଳତା ରକ୍ଷା କରିବେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କଛି ନୂଆ ଯୋଜନା କରିବେ ।
ସ୍ୱାତୀ-ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତିର୍ଣ୍ଣ ହେବେ । ରାଜନୈତିକ କ୍ଷେତ୍ରରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ପ୍ରିୟଜନ ମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାର୍ଯ୍ୟ କରିବେ ।
ବିଶାଖା- ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଯେଉଁ କାର୍ୟ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ଅଚାନକ କୈାଣସି ପୁରୁଣା ବନ୍ଧୁ ଦେଖାହେବେ । ନିଜର ଅହଂଭାବ ଯୋଗୁ କୈାଣସି କାର୍ଯ୍ୟ ଠିକ୍ ଭାବରେ କରି ପାରିବେ ନାହିଁ ।
ଅନୁରାଧା- କର୍ମ କ୍ଷେତ୍ରରେ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇପାରନ୍ତି । ଛାତ୍ରଛାତ୍ରିଙ୍କର ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ପାଠପଢାରେ ମନ ଦେବେ । ଚାକିରିଆଙ୍କ ଦରମା ବୃଦ୍ଧି ହୋଇପାରେ । ରାଜନିତିରେ ସମ୍ମାନ ପାଇବେ ।
ଜ୍ୟେଷ୍ଠା- ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି । ଶିକ୍ଷାର୍ଥୀ ମାନେ ଶିକ୍ଷା ପ୍ରତି ଅଧିକ ଯତ୍ନଶୀଳ ରହିବେ । ରାଜନୈତିକ ନେତା ମାନେ ଶାନ୍ତିକାମୀ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ-
ମୂଳା- ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ । ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ଅର୍ଥଲାଭର ଯୋଗ ରହିଥିଲେ ମଧ୍ୟ ଅର୍ଥଭାବକୁ ପୂରଣ କରିବାକୁ ଅସମର୍ଥ ହେବେ ।
ପୂ,ଷାଢା- ଆମଦାନି ବଢଇବାର ନୂଆ ଯୋଜନ ମୁଣ୍ଡକୁ ଆସିପାରେ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ । ଚାକିରିରେ ଅପଦସ୍ତ ହୋଇପାରନ୍ତି । ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ ।
ଉ,ଷାଢା- ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରିସି୍ଥତି ରହିପାରେ । ପରିସି୍ଥତିରେ ପଡି ଜମିକୁ ଭାଗ କରି ପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –ଲଡୁ ଧର୍ମସ୍ଥାନ ରେ ଭୋଗ ଲଗାନ୍ତୁ
ମକର-
ଉ,ଷାଢା- ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । କର୍ମ କ୍ଷେତ୍ରରେ ମାପି ଚୁପି ଚଳି ବା ଭଲ ନହେଲେ କଳହ ଲାଗିପାରେ । ଗଣ୍ଡଗୋଳ ପରିସ୍ଥିତିରେ ମଧ୍ୟସ୍ଥି ହୁଅନ୍ତୁ ନାହିଁ ।
ଶ୍ରବଣା- କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାମାଜିକ ସହଯୋଗ ଲାଭ କରିବେ । ପିଲାମାନେ ଅସୁସ୍ଥତା ବଶତଃ କର୍ତବ୍ୟରେ ତ୍ରୁଟି କରିପାରନ୍ତି । କୈାଣସି ନିସ୍ପତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ।
ଧନିଷ୍ଠା- ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଋଣ ସୂତ୍ରରେ ଅର୍ଥ ପାଇ ପାରନ୍ତି । କୋର୍ଟ,କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ । ମହିଳା ମାନେ ପୂଜା ପାଠରେ ମନୋନିବେଶ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
ଧନିଷ୍ଠା- ପରିବାରରେ ସୁଖଶାନ୍ତି ଫେରିଆସିବ । ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ ।
ଶତଭିଷା- ବେପାରରେ ବକେୟା ଅର୍ଥ ପାଇବେ । ସୁନା ଅଳଙ୍କାର କିଣିବା ଲାଗି ଭାବିବେ । ନୂଆ ଉଦ୍ୟୋଗି ଗଢିବା ପାଇଁ ଭାବିବେ । ଭାବିଥିବା କାମରେ ନିଜ ଦକ୍ଷତା ବଳରେ ପୁରା କରିବେ ।
ପୂ,ଭାଦ୍ରପଦ- ଯାନ୍ତ୍ରିକ ଶିଳ୍ପ କ୍ଷେତ୍ରରେ ଲାଭବାନ୍ ହୋଇ ଖୁସି ଅନୁଭବ କରିବେ । ସମ୍ପତି ବିକ୍ରୟ ବେଳେ ତରବରିଆ ଭାବେ ନିସ୍ପତି ନିଅନ୍ତୁ ନାହିଁ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ସୁସ୍ଥତା ପ୍ରକାଶ ପାଇବ । ଅଭାବ ହେତୁ ପରିବାରରେ କଳହ ଦେଖାଦେବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । କର୍ମ କ୍ଷେତ୍ରରେ କୌଣସି ବ୍ୟକ୍ତି କାମ ହାସଲ ସକାଶେ ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ଚେଷ୍ଟା କରିବେ ।
ଉ,ଭାଦ୍ରପଦ- ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଲାଭପ୍ରଦ ରହିବ । ରାଜନୀତିରେ ବରିଷ୍ଠ ବ୍ୟକ୍ତି ଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ହେବ । ଧର୍ମ କାର୍ଯ୍ୟ ରେ ଯୋଗ ଦେଇ ଦେବ ଦର୍ଶନ କରିବେ ।
ରେବତୀ- ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ମହିଳା ମାନେ ଅଳଙ୍କାର ମାନ କ୍ରୟ କରି ପାରନ୍ତି । କିଣା ବିକା ବେଳେ ସାବଧନତା ଅବଲମ୍ବନ କରନ୍ତୁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବିଷ୍ଣୁଙ୍କ ପୂଜା, ପାଠ କରନ୍ତୁ
Gunshots Rock Capital Once Again: ପୁଣି ରାଜଧାନୀରେ ଗର୍ଜିଲା ବନ୍ଧୁକ, ଦୁର୍ବୃତ୍ତଙ୍କ ଗୁଳିରେ ଟଳିପଡ଼ିଲେ AIIMS କର୍ମଚାରୀ

Today Panchang 14th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

BJD in Tension After Jay Dholakia Shock: ଜୟ ଢୋଲକିଆ ଝଟକା ପରେ ଟେନସନରେ ବିଜେଡି, ନୂଆ ମୁହଁ ବାଛିବାକୁ ନୂଆପଡାରେ କୋର୍ କମିଟି ଝାଳନାଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)