Advertisment

Famous for Negative Roles in Yatra: ଯାତ୍ରା ଅଭିନେତା କାହ୍ନୁ ସ୍ୱାଇଁ ସଡ଼କ ଦୁର୍ଘଟଣାରେ ମୃତ, ବିଭିନ୍ନ ଯାତ୍ରା ପାର୍ଟିରେ ଖଳନାୟକ ଭୂମିକାରେ କରିଥିଲେ ଅଭିନୟ

ସେ ମଧୁ ବସନ୍ତି, ଇଷ୍ଟର୍ଣ୍ଣ ଅପେରା, ଅଷ୍ଟଶମ୍ଭୁ, ଧଉଳି, ତୁଳସୀ, ସାଇ ସମ୍ରାଟ, ପାର୍ବତୀ ଓ ଓଡିଶା ଅପେରା ଆଦି ବିଭିନ୍ନ ଯାତ୍ରା ପାର୍ଟିରେ ଖଳନାୟକ ଭୂମିକାରେ ଅଭିନୟ କରି ବେଶ୍ ଚର୍ଚ୍ଚାରେ ଥିଲେ।

author-image
Tapan Swain
Actor Death

Actor Death Photograph: (OTV)

କେନ୍ଦୁଝର ଜିଲ୍ଲାର ଜଣାଶୁଣା ଯାତ୍ରା ଖଳନାୟକ କାହ୍ନୁ ଚରଣ ସ୍ୱାଇଁ ସଡ଼କ ଦୁର୍ଘଟଣାରେ ମୃତ। ହାଟଡିହି ମରେଈଗାଁ ରାସ୍ତାରେ ଛିଡ଼ା ହୋଇଥିବା ହାଇଓ୍ୱା ସହିତ ସ୍କୁଟି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ହାଇୱାଟି ପୋଲିସ ଦ୍ୱାରା ଜବତ ହୋଇଥିଲା ।

Advertisment

ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବ ବ୍ୟବଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ସ୍ଥାନାନ୍ତର କରିଛି। ଉପଖଣ୍ଡ ଚିକିତ୍ସାଳୟରେ ଗ୍ରାମବାସୀଙ୍କ ଭିଡ଼ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, କାହ୍ନୁ ସ୍କୁଟି ଚଲାଇ ଜାଣିନଥିବା ବେଳେ କିଏ ଗାଡି ଚଳାଉଥିଲା ଓ କିପରି ଦୁର୍ଘଟଣା ଘଟିଲା ସେନେଇ ପ୍ରଶ୍ନବାସୀ ସୃଷ୍ଟି ହୋଇଛି। ନନ୍ଦିପଦା ପୋଲିସ ଘଟଣାର ବିଧିବଦ୍ଧ ତଦନ୍ତ କରି ଦୁର୍ଘଟଣାର ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି। 

ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ନନ୍ଦିପଦା ଥାନା ବଡ ରମ୍ପାସ ଗାଁର କାହ୍ନୁ ଚରଣ ସ୍ୱାଇଁ ଜଣେ ଯାତ୍ରା କଳାକାର ଭାବେ ସମଗ୍ର ଓଡିଶାରେ ପରିଚିତ। ସେ ମଧୁ ବସନ୍ତି, ଇଷ୍ଟର୍ଣ୍ଣ ଅପେରା, ଅଷ୍ଟଶମ୍ଭୁ, ଧଉଳି, ତୁଳସୀ, ସାଇ ସମ୍ରାଟ, ପାର୍ବତୀ ଓ ଓଡିଶା ଅପେରା ଆଦି ବିଭିନ୍ନ ଯାତ୍ରା ପାର୍ଟିରେ ଖଳନାୟକ ଭୂମିକାରେ ଅଭିନୟ କରି ବେଶ୍ ଚର୍ଚ୍ଚାରେ ଥିଲେ। ଏବେ ସେ ମଞ୍ଚଶ୍ରୀ ମହୋଦଧି ଅପେରା ପାର୍ଟିର ମ୍ୟାନେଜର ଭାବେ କାର୍ଯ୍ୟରତ ଥିବାବେଳେ ନିଜ ଗ୍ରାମ ବଡ ରମ୍ପାସକୁ ୮ ଦିନ ହେବ ଆସିଥିଲେ।

Advertisment

ବୁଧବାର ରାତି କିଛି ଯୁବକ ଆସି କାହ୍ମୁଙ୍କୁ ଭଦ୍ରକ ରାଆନ୍ଦିଆକୁ ଏକ ଯାତ୍ରା ପାର୍ଟି ଯୋଗାଯୋଗ କରିବା ପାଇଁ ଡାକି ନେଇଥିଲେ। ରାଆନ୍ଦିଆରୁ ଫେରିବା ବେଳେ ହାଟଡିହି ମରେଈଗାଁ ରାସ୍ତାରେ ଛିଡ଼ା ହୋଇଥିବା ନନ୍ଦିପଦା ଥାନା ଦ୍ୱାରା ଜବତ ହାଇଓ୍ୱା ସହିତ କାଁହୁଙ୍କ ସ୍କୁଟି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ହାଟଡ଼ିହି-ମରେଈଗାଁ ରାସ୍ତାରେ ହାଇଓ୍ୱା ସହ ସ୍କୁଟି ଧକ୍କାରେ ମୃତ

ପୋଲିସ ଦ୍ୱାରା ଜବତ ହାଇଓ୍ୱାକୁ ରାସ୍ତାରେ ଧକ୍କା ଦେଲା ସ୍କୁଟି
ମଞ୍ଚଶ୍ରୀ ମହୋଦଧି ଅପେରା ପାର୍ଟିରେ କାର୍ଯ୍ୟରତ ଥିଲେ କାହ୍ନୁ

Death Jollywood
Advertisment