/odishatv-khabar/media/media_files/2026/01/21/stage-collapses-2026-01-21-13-01-16.jpg)
Stage Collapses Photograph: (OTV)
ଭଲିବଲ୍ ବଲ୍ ମ୍ୟାଚ୍ ବେଳେ ଭୁସୁଡ଼ି ପଡ଼ିଲା ଷ୍ଟେଜ୍। କିଏ କିଛି ବୁଝିବା ପୂର୍ବରୁ ହଠାତ୍ ମାଡ଼ି ବସିଲା ସମ୍ପୂର୍ଣ୍ଣ ମଞ୍ଚ। ଏଭଳି କିଛି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁରଠାରେ।
Advertisment
ଗତକାଲି ଏଠି ମାକୁଠାରିଶ୍ବରୀ ଭଲିବଲ ଟୁର୍ଣ୍ଣାମଣ୍ଟର ଫାଇନାଲ୍ ମ୍ୟାଚ୍ ଚାଲିଥିଲା। ଭଲିବଲର କ୍ରେଜରେ ସବୁ ମାତିଥିଲେ। ମ୍ୟାଚ୍ ଦେଖିବାକୁ ପାଖରେ ଥିବା ବାଉଁଶରେ ତିଆରୀ ଅସ୍ଥାୟୀ ମଞ୍ଚ ଉପରେ ସମସ୍ତେ ବସିଥିଲେ।
୪୦ରୁ ୫୦ ଜଣଙ୍କ ପାଇଁ ବସିବା ପାଇଁ ବ୍ୟବସ୍ଥା ଥିଲା। ହେଲେ ସେଠି ଶତାଧିକ ଲୋକେ ଚଢ଼ି ଯାଇଥିଲେ। ଫଳରେ ଷ୍ଟେଜଟେ ଭୁସୁଡ଼ି ପଡ଼ିଥିଲା। ହଠାତ୍ ଘଟଣାସ୍ଥଳରେ ସ୍ଥିତି ବିଗିଡ଼ି ଯାଇଥିଲା।
Advertisment
ଏତେ ପରିମାଣର ଲୋକ ଷ୍ଟେଜ୍ ତଳେ ଚାପି ହେଇ ରହି ଯାଇଥିଲେ। ସୌଭାଗ୍ୟବଶତଃ କାହାର କିଛି ବଡ଼ ଅଘଟଣ ଘଟିନଥିଲା, ସମସ୍ତଙ୍କୁ ସୁରକ୍ଷିତ ଭାବେ ସେଠୁ ବାହାର କରାଯାଇଛି।
Advertisment



Related Articles
Odisha Prepares for Vice President’s Visit: ଓଡ଼ିଶା ଆସିବେ ଉପରାଷ୍ଟ୍ରପତି, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
POSTED

Municipal Elections: ଆସନ୍ତା ଜୁନ୍ ଶେଷ ସୁଦ୍ଧା ରାଜ୍ୟରେ NAC ଓ ପୌର ନିର୍ବାଚନ
POSTED

Gold And Silver Rate Update: ସୁନା ଦେଢ ଲକ୍ଷ ଟପିଲା... ୪ ଲକ୍ଷ ହେବ ରୁପା!
POSTED

Car Hits Auto, Crashes into House: ଅଟୋକୁ ଧକ୍କା ଦେଇ ଘରକୁ ପଶିଗଲା କାର୍, ୪ ଗୁରୁତର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)