Advertisment

Shock as 40+ Die Prematurely: ଅକାଳରେ ଚାଲିଗଲା ୪୦ରୁ ଅଧିକ ଜୀବନ, ଷଡଯନ୍ତ୍ର ଅଭିଯୋଗ ଆଣି ହାଇକୋର୍ଟରେ ଟିଭିକେ

ଅସମ୍ଭବ ଭିଡ଼ ଭିତରେ ଗୋଡାଉ ଥିଲା ମୃତ୍ୟୁ, ବଞ୍ଚିବାକୁ ବାଟ ଖୋଜି ଦୌଡୁ ଥିଲା ଜୀବନ।.. ମାତ୍ର କେଇ ମିନିଟର ପ୍ରଳୟ ପରେ ଇଏ ତା ପରର ଦୃଶ୍ୟ । ତାମିଲନାଡୁ କରୁର ଦଳଚକଟାର ଏ ଛାତିଥରା ଚିତ୍ର ହିଁ ବୟାନ କରୁଛି କେମିତି ଥିଲା ଦଳାଚକଟାର ଭୟାବହତା।

author-image
Tapan Swain
STAMPEDE

STAMPEDE Photograph: (OTV)

ତାମିଲନାଡୁ କରୁରରେ ଟିଭିକେ ନେତା ବିଜୟ ଥାଲାପତିଙ୍କ ରାଲିରେ ଏତେବଡ଼ ଅଘଟଣ ପଛର କାରଣ କଣ ? କେଉଁ ପରିସ୍ଥିତିରେ ଅକାଳରେ ଚାଲିଗଲା ୪୦ରୁ ଅଧିକ ଜୀବନ। ପୂରା ଦେଶକୁ ଦୋହଲାଇ ଦେଇଥିବା ଏ ଘଟଣା ପାଇଁ କିଏ ଦାୟୀ, ତାକୁ ନେଇ ଚାଲିଛି ଘଣ୍ଟା ଚକଟା।

Advertisment

ଶାସନରେ ଥିବା ଡିଏମକେ ଏଥିପାଇଁ ପାଇଁ ଟିଭିକେକୁ ଦାୟୀ କରିଛି। ଅନ୍ୟପଟେ ଏହା ପଛରେ ଷଡ଼ଯନ୍ତ୍ର ଅଭିଯୋଗ ଆଣି ସିବିଆଇ କିମ୍ବା ଏସଆଇଟି ତଦନ୍ତ ପାଇଁ ମାଡ୍ରାସ୍ ହାଇକୋର୍ଟ ଯାଇଛି ଟିଭିକେ। ଏଣେ ତାମିଲନାଡୁ ସରକାର ଜଣେ ଅବସରପ୍ରାପ୍ତ ବିଚାରପିତଙ୍କ ଦ୍ବାରା ଘଟଣାର ତଦନ୍ତ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ତଦନ୍ତ।...

ଅସମ୍ଭବ ଭିଡ଼ ଭିତରେ ଗୋଡାଉ ଥିଲା ମୃତ୍ୟୁ, ବଞ୍ଚିବାକୁ ବାଟ ଖୋଜି ଦୌଡୁ ଥିଲା ଜୀବନ।.. ମାତ୍ର କେଇ ମିନିଟର ପ୍ରଳୟ ପରେ ଇଏ ତା ପରର ଦୃଶ୍ୟ । ତାମିଲନାଡୁ କରୁର ଦଳଚକଟାର ଏ ଛାତିଥରା ଚିତ୍ର ହିଁ ବୟାନ କରୁଛି କେମିତି ଥିଲା ଦଳାଚକଟାର ଭୟାବହତା। ସମୟ ଶନିବାର ସଂଧ୍ୟା ପ୍ରାୟ ୭ଟା। କରୁରରେ ଏକାଠି ହୋଇଥିଲେ ହଜାର ହଜାର ଲୋକ।

Advertisment

ଅପେକ୍ଷା ଥିଲା ପ୍ରିୟ ସିନେ ତାରକାରୁ ନେତା ବନିଥିବା ବିଜୟ ଥାଲାପତିଙ୍କୁ ଅତି ନିକଟରୁ ଦେଖିବେ। କୁହାଯାଉଛି, ବିଜୟଙ୍କ ପାଇଁ କରୁର ସଭାସ୍ଥଳରେ ସକାଳ ପ୍ରାୟ ୯ଟାରୁ ରୁଣ୍ଡ ହୋଇଥିଲେ ଲୋକେ। କିନ୍ତୁ ବିଜୟ ପହଞ୍ଚିଥିଲେ ସଂଧ୍ୟା ୭ଟାରେ। ଦିନସାରାର ପ୍ରବଳ ଖରା, ପାଣିର ଅବ୍ୟବସ୍ଥା ଏବଂ ଖାଦ୍ୟପେୟର ଅସୁବିଧା ଭିତରେ ବିଜୟ ଯେତେବେଳେ ପହଞ୍ଚିଲେ, ସେତେବେଳେ ସଭାସ୍ଥଳରେ ଆଉ ସୋରିଷ ପକାଇବାକୁ ଜାଗା ନଥିଲା। 

ଏତିକି ବେଳେ କିଛି ଲୋକ ତାଙ୍କ ଗାଡ଼ି ନିକଟକୁ ଯିବାକୁ ଉଦ୍ୟମରୁ ଆରମ୍ଭ ହୋଇଥିଲା ଦଳଚକାଟ। ସେପଟେ ବିଜୟଙ୍କୁ ଟିକିଏ ଦୂରରୁ ଦେଖୁଥିବା ପ୍ରଂଶସକ କିଛି ଝୂମ୍ପୁଡ଼ି ଘର ଉପରେ ଚଢିବା ଉଦ୍ୟମରୁ, ସେଠି ବି ସୃଷ୍ଟି ହୋଇଥିଲା ଦଳଟକଟା ପରିସ୍ଥିତି। ଅନ୍ୟପଟେ କରୁର ରାଲି ପୂର୍ବରୁ ଭେଲୁସାମିପୁରମରୁ ପ୍ରାୟ ୫ ହଜାରରୁ ଅଧିକ ଲୋକ ବିଜୟଙ୍କ ବସ୍ ପଛରେ ବିଭିନ୍ନ ଗାଡ଼ିରେ ଆସୁଥିବାରୁ, ସେମାନେ ବି ଆଉ ଦଳାଚକଟାର ଆଉ ଏକ କାରଣ ପାଲଟିଥିଲା। ସେପଟେ ସଭାସ୍ଥଳରେ ପାୱାର କଟ୍ ବି ଷ୍ଟାମ୍ପେଡର ଅନ୍ୟତମ କାରଣ ବୋଲି ଚର୍ଚ୍ଚା ହେଉଛି।

କରୁରରେ TVKର ଏ ରାଜନୈତିକ ରାଲି ବେଳେ ସୃଷ୍ଟି ହୋଇଥିବା ଅଭାବନୀୟ ସ୍ଥିତି ସାରା ଦେଶକୁ ଦୋହଲାଇ ଦେଇଛି। ଏପଟେ ଘଟଣାକୁ ଆରମ୍ଭ ହୋଇଛି ରାଜନୀତି। ଏ ଅଘଟଣ ପାଇଁ ପରସ୍ପର ପରେ କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ଶାସନରେ ଥିବା ଡିଏମକେ କହିଛି, ବିଜୟଙ୍କ ରାଲିରେ ଲୋକଙ୍କ ସୁରକ୍ଷା ଦିଗକୁ ଅବହେଳା କରାଯାଇଥିଲା। ଖାଦ୍ୟ, ପାଣିର ବ୍ୟବସ୍ଥା ନଥିବାରୁ ଲୋକେ ମୂର୍ଚ୍ଛା ଯାଇଥିଲେ। ଭିଡ଼ ଭିତରେ ଲୋକେ ମୂର୍ଛା ଯାଉଥିବା ବେଳେ ବିଜୟ ତାଙ୍କ ଭାଷଣ ଜାରି ରଖିଥିଲେ।

ସେପଟେ ରାଲିରେ ପୋଲିସର ଗାଇଡଲାଇନ ଅନୁପାଳନ ହୋଇଥିବା ଟିଭିକେ କହୁଥିଲେ ବି ମାତ୍ର ୧୦ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା ଭିତରେ ୨୭ ହଜାର ଲୋକ ଏକାଠି ହୋଇଥିବା କୁହାଯାଉଛି। ସେପଟେ ଘଟଣା ପଛରେ ଷଡ଼ଯନ୍ତ୍ର ଥିବା କହି, ଏହାର ସିବିଆଇ କିମ୍ବା ଏସଆଇଟି ତଦନ୍ତ ଦାବିରେ ମାଡ୍ରାସ ହାଇକୋର୍ଟ ଯାଇଛି ଟିଭିକେ।...

କରୁଲ ଦଳାଚକଟାରେ ଏବେ ସୁଦ୍ଧା ୪୦ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି। ତା ଭିତରେ ରହିଛନ୍ତି ୯ ଜଣ ଶିଶୁ। ସେପଟେ ୫୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ଆତ୍ମୀୟଙ୍କ ପାଇଁ ତାମିନାଡୁ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଘୋଷଣା କରିଛନ୍ତି ୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା। ଏପଟେ ବିଜୟ ମଧ୍ୟ ନିଜ ତରଫରୁ ମୃତକଙ୍କ ପାଇଁ ୨୦ ଲକ୍ଷ ଏବଂ ଆହତଙ୍କ ପାଇଁ ୨ ଲକ୍ଷ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।...

ଦକ୍ଷିଣ ଭାରତରେ ସିନେ ତାରକା କିମ୍ବା ଅନ୍ୟ ସେଲିବ୍ରିଟିଙ୍କ ପାଇଁ ଭିଡ଼ ଭିତରେ ଜୀବନ ଯିବାର ଏକାଧିକ ଉଦାହରଣ ରହିଛି। ୟା ପୂର୍ବରୁ ୨୦୨୪ ଡିସେମ୍ବର ୩ରେ ଫିଲ୍ମ ପୁଷ୍ପା-ଟୁର ପ୍ରିମିୟର ସୋ ବେଳେ ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ଦଳଟକଟାରେ ଜଣେ ମହିଳାଙ୍କ ଜୀବନ ଯାଇଥିଲା। ଯେଉଁ ଘଟଣାରେ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ହୋଇ ଜେଲ ଯିବାକୁ ପଡିଥିଲା। ତେବେ ବିଜୟଙ୍କ ଘଟଣାରେ ତାମିଲନାଡୁ ପୋଲିସ ଏକ ମାମଲା ରୁଜୁ କରିଥିଲେ ବି ଏଯାଏଁ କାହାକୁ ଗିରଫ କରିନି। 

Stampede
Advertisment
Related Articles
Advertisment