/odishatv-khabar/media/media_files/2026/01/09/death-2026-01-09-14-38-21.jpg)
death Photograph: (OTV)
ବାଲେଶ୍ବର ଜିଲ୍ଲା ବାଲିଆପାଳରେ ଫଳକ ପଡି ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ସ୍କୁଲରେ ତାଲା ପକାଇ ବିକ୍ଷୋଭ। ଅଭିଭାବକ ଓ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ପୋଲିସ ମୁତୟନ କରାଯାଇଛି।
ସୂଚନା ଅନୁସାରେ, ଗତକାଲି ବଡାସ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ଫଳକ ଭାଙ୍ଗି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା । ମୃତ ଛାତ୍ର ହେଲେ ଜାମକୁଣ୍ଡା ପଞ୍ଚାୟତ କେନ୍ଦୁଆଡିହା ଗାଁର ସନାତନ ଧଳଙ୍କ ପୁଅ ପ୍ରହ୍ଲାଦ । ସୂଚନା ଅନୁଯାୟୀ ୩ ବର୍ଷ ପୂର୍ବରୁ ଏହି ବିଦ୍ୟାଳୟରେ ଏକ ନୂତନ କୋଠା ଘର ନିର୍ମାଣ ପାଇଁ ସୂଚନା ଫଳକ ଲଗାଯାଇଥିଲା।
ଗତକାଲି ମଧ୍ୟାହ୍ନରେ ଛାତ୍ରଛାତ୍ରୀ ଏହି ଫଳକ ନିକଟରେ ଖେଳୁଥିବା ବେଳେ ଫଳକଟି ଭାଙ୍ଗି ପ୍ରହ୍ଲାଦଙ୍କ ଉପରେ ପଡିଯାଇଥିଲା। ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବାଲିଆପାଳରେ ଫଳକ ପଡି ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା
ସ୍କୁଲରେ ତାଲା ପକାଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ
ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ଅଭିଭାବକ ଓ ସ୍ଥାନୀୟ ଲୋକ
Cattle Smuggling: ଗୋରୁ ମାଫିଆଙ୍କ ସହିତ ପୋଲିସର ମୁଲ-ଚାଲ, ଅଡିଓ ଭାଇରାଲ

High-Tech Boost to Policing: ପ୍ରତି ଥାନାରେ ରହିବେ କ୍ରାଇମ୍ ସିନ୍ ଅଫିସର, ତଦନ୍ତରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ହେବେ ସହାୟକ

Gruesome Killing: ଶବଦାହ ପାଇଁ ଆସି ଶବ ପାଲଟିଲେ ଯୁବକ, ସ୍ୱର୍ଗଦ୍ୱାର ନିକଟରେ ବୀଭତ୍ସ ହତ୍ୟାକାଣ୍ଡ

Boost to Digital Governance: ଡିଜିଟାଲ ଗଭର୍ଣ୍ଣାନ୍ସରେ ସୁଧାର ଆଣିଲେ ରାଜ୍ୟ ସରକାର, ହେବ ସ୍ବଦେଶୀ ଆପ୍ ର ବ୍ୟବହାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)