/odishatv-khabar/media/media_files/2026/01/11/fire-2026-01-11-17-37-28.jpg)
Fire Photograph: (OTV)
ଭୁବନେଶ୍ବର ପଟିଆ ଛକ ନିକଟରେ ଆମ ବସ୍ ଡିପୋରେ ଅଗ୍ନିକାଣ୍ଡ ଘଟିଛି । ଡିପୋରେ ଥିବା ଗୋଟିଏ ଇଭି ବସ୍ ରେ ଆଜି ଲାଗିଥିଲା ନିଆଁ ।
ଚାର୍ଜିଂରେ ବସିଥିବା ବେଳେ ଇଭି ବସ୍ ରେ ଅଗ୍ନିକାଣ୍ଡ ଘଟିଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।
୨ଟି ଅଗ୍ନିଶମ ଟିମ୍ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି ।
ଗତ କାଲି ଜଳିଯାଇଥିଲା ଆମ ବସ୍। କଳିଙ୍ଗ ଷ୍ଟୁଡିଓ ଛକରେ ଜଳିଗଲା ଆମ ବସ। କଳିଙ୍ଗ ଷ୍ଟୁଡ଼ିଓ ଛକ ପାଖ ବସ ଷ୍ଟପରେ ଛିଡ଼ା ହୋଇଥିବା ବେଳେ ହଠାତ ଧୂଆଁ ବାହାରିଥିଲା। ଧୂଆଁ ଦେଖି ଯାତ୍ରୀ ଭୟଭୀତ ହୋଇଯାଇଥିଲେ।
ତୁରନ୍ତ ଗାଡ଼ିରେ ବସିଥିବା ସମସ୍ତ ଯାତ୍ରୀ ଗାଡ଼ିରୁ ବାହାରି ଆସିଥିଲେ। ପରେ ହୁ ହୁ ହୋଇ ଜଳିଗଲା ଆମ ବସ। ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା।
ମିଳିଥିବା ସୂଚନା ମୁତାବକ, ଗତକାଲି ସକାଳ ୬ଟା ୩୦ରେ ପ୍ରଥମେ ବସ୍ର ବ୍ୟାଟେରୀରୁ ଧୂଆଁ ବାହାରିଥିଲା। ଡ୍ରାଇଭର ଜଣକ ଅଗ୍ନି ନିର୍ବାପକରେ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁ ଲିଭି ନଥିଲା। ବସରେ ୫ରୁ ଅଧିକ ଯାତ୍ରୀ ଥିଲେ। ଧୂଆଁ ଦେଖି ସମସ୍ତେ ଓହ୍ଲାଇ ପଡିଥିଲେ। ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
କାହିଁକି ହେଉଛି ସର୍ଟ ସର୍କିଟ ?
ତେବେ ଆଜି ମଧ୍ୟ ପଟିଆ ଡିପୋରେ ନିଆଁ ଲାଗିଛି । ଗୋଟିଏ ବସ୍ ଜଳିଯାଇଛି।ଏହାର ବି କାରଣ କୁହାଯାଉଛି ସର୍ଟ ସର୍କିଟ । ତେବେ ପ୍ରଶ୍ନ ଉଠୁଛି, କାହିଁକି ଏଭଳି ଘଟଣା ବାରମ୍ୱାର ଘଟୁଛି । ସର୍ଟ ସର୍କିଟରୁ ବସ୍ ଜଳି ପୋଡି ପାଉଁଶ ହୋଇଯିବା ଏକ ସାଧାରଣ ଘଟଣା ନୁହେଁ ବୋଲି ଅନେକ କହୁଛନ୍ତି ।
ଯଦି ଅଗ୍ନିକାଣ୍ଡ ସମୟରେ ବସରେ ଅଧିକ ଯାତ୍ରୀ ଥିବେ ଓ ନିଆଁ ଲାଗିଯିବ, ତାହାଲେ ପରିସ୍ଥିତି କଣ ହେବ । କିଛି ବଡ ଧରଣର ଅଘଟଣ ଘଟିଯାଇପାରେ । ଯଦି ଏହି ବସରେ କିଛି ଯାନ୍ତ୍ରିକ ତ୍ରୁଟି ରହିଛି, ତାହା ତୁରନ୍ତ ସମାଧାନ କରାଯିବା ଦରକାର ବୋଲି ସାଧାରଣ ଲୋକମାନେ ଦାବି କରୁଛନ୍ତି ।
ଯଦି ବାରମ୍ୱାର ଏଭଳି ଘଟଣା ଘଟିବ, ତେବେ ଏହି ଆମ ବସ୍ ଉପରୁ ଲୋକଙ୍କ ଭରସା ତୁଟିଯିବ । ଯଦି ଏହି ଦୁର୍ଘଟଣା ପଛରେ କିଛି ଷଡଯନ୍ତ୍ର ଥାଏ, ତାହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
E-Detection Error at Toll Plaza: ଗ୍ୟାରେଜରେ ଥିବା ଗାଡ଼ିକୁ ଟୋଲ ଓ ପ୍ରଦୂଷଣ ତଣ୍ଡ, ଇ-ଡିଟେକ୍ସନ ସିଷ୍ଟମ ଉପରେ ପ୍ରଶ୍ନ

Driving Licence Alert: ମୋବାଇଲ ନମ୍ବର ଅପଡେଟ୍ କରନ୍ତୁ ଡ୍ରାଇଭିଂ ଲାଇସେନ୍ସଧାରୀ, ପରାମର୍ଶ ଦେଲା କେନ୍ଦ୍ର ସଡ଼କ ପରିବହନ ବିଭାଗ

Wedding Turned to Mourning: ବାହାଘରର ଦୁଇ ଦିନ ପୂର୍ବରୁ ଯୁବତୀଙ୍କୁ ହତ୍ୟା, ଏକତରଫା ପ୍ରେମରୁ…

BJD’s Latika Pradhan Drops Bombshell: ସିଧା ସିଧା ଶୁଣେଇଲେ ବିଜେଡି ନେତ୍ରୀ ଲତିକା ପ୍ରଧାନ, ଏଇ କାରଣ ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରିଲେନି ନବୀନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)