Advertisment

Bone-Chilling Cold: ଶିମିଳିପାଳରେ ତାପମାତ୍ରା ‘ମାଇନସ୍’ ଡିଗ୍ରୀ ରେକର୍ଡ,  ଶୀତରେ କଲବଲ ସାରା ଓଡ଼ିଶା

ଶିମିଳିପାଳରେ ‘ମାଇନସ୍’ ଡିଗ୍ରୀ ରେକର୍ଡ କରାଯାଇଛି । ଶିମିଳିପାଳର ଅଭ୍ୟନ୍ତର ଅଞ୍ଚଳ ବାରାହାକାମୁଡ଼ାରେ ମାଇନସ୍ ୧ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଥିବା ବେଳେ ଚହଲାରେ ୨ ଡିଗ୍ରୀ ସେଲସିଅସ୍ ରେ ପାରଦ ।

author-image
Tapan Swain
WINTER

WINTER Photograph: (OTV)

ଥଣ୍ଡାର ଥାର୍ଡ ଡିଗ୍ରୀରେ କଲବଲ ସାରା ଓଡ଼ିଶା। ଶିମିଳିପାଳରେ ‘ମାଇନସ୍’ ଡିଗ୍ରୀ ରେକର୍ଡ କରାଯାଇଛି ତାପମାତ୍ରା। ଶିମିଳିପାଳର ଅଭ୍ୟନ୍ତର ଅଞ୍ଚଳ ବାରାହାକାମୁଡ଼ାରେ ମାଇନସ୍ ୧ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଥିବା ବେଳେ ଚହଲା ଓ ଗୁଡ଼ୁଗୁଡ଼ିଆରେ ୨ ଡିଗ୍ରୀ ସେଲସିଅସ୍ ରେ ପାରଦ ପହଞ୍ଚିଛି।

Advertisment

ସେପଟେ ରାଉରକେଲାରେ ୩ ଡିଗ୍ରୀ ଛୁଇଁଲା ପାରଦ। ଝାରସୁଗୁଡାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ସର୍ବନିମ୍ନ ତାପମାତ୍ରା। ଝାରସୁଗୁଡାରେ ୪.୬ ଡିଗ୍ରୀର ରାତ୍ରିକାଳୀନ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୨ ସପ୍ତାହ ଯାଏଁ ଏଭଳି ହାଡ଼ ଭଙ୍ଗା ଶୀତ ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଜାଡ଼ ସହ କଲବଲ କରୁଛି କାଳୁଆ ପବନ ଓ କୁହୁଡ଼ି। ....

ଖସୁଛି ପାରଦ, ଥରୁଛି ଓଡ଼ିଶା। ଆହୁରି ଥରହର କରିବ ଶୀତ। ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ବଢ଼ିବ ଜାଡ଼। ଏବେ ରାଜ୍ୟର ୨୪ ସହରରେ ପାରଦ ୧୦ ଡିଗ୍ରୀ ସେଲସିଅସ୍ କିମ୍ବା ତାଠୁ କମ୍ ରେକର୍ଡ ହୋଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ବହୁତ ତଳକୁ ଖସିଛି ପାରଦ। ଶୁକ୍ରବାର କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ରାତିର ସର୍ବନିମ୍ନ ତାପମାତ୍ରା ୨.୫ ଡ଼ିଗ୍ରୀ ରେକର୍ଡ ହୋଇଛି।

Advertisment

ସେହିପରି ସେମିଳିଗୁଡାରେ ୩.୨ ଡ଼ିଗ୍ରୀ, ଫୁଲବାଣୀରେ ୫ ଡିଗ୍ରୀ ସେଲସିୟସକୁ ଖସିଛି। ସେହିପରି ୯.୪ ଡିଗ୍ରୀ ସହ ଥରିଲା ରାଜଧାନୀ ଭୁବନେଶ୍ୱର। ୧୩ ବର୍ଷ ପରେ ପୁଣି ଥରେ ଏକ ଅଙ୍କକୁ ଖସିଛି ରାଜଧାନୀର ପାରଦ। ଏହାପୂର୍ବରୁ ୨୦୧୨ରେ ଭୁବନେଶ୍ବରରେ ରାତି ତାପମାତ୍ରା ୯.୩ ଡିଗ୍ରୀ ସେଲସିୟସ ରହିଥିଲା। ...

ଓଃ କି ଶୀତ: ଥରୁଛି ଶିମିଳିପାଳ 

ଶୀତରେ କଲବଲ ସାରା ଓଡ଼ିଶା 
ଶିମିଳିପାଳରେ ‘ମାଇନସ୍’ ଡିଗ୍ରୀ ରେକର୍ଡ 
ଶିମିଳିପାଳର ବାରାହାକାମୁଡ଼ାରେ ମାଇନସ୍ ୧ ଡିଗ୍ରୀ ରେକର୍ଡ 
ଚହଲା ଓ ଗୁଡ଼ୁଗୁଡ଼ିଆରେ ୨ ଡିଗ୍ରୀ ପାରଦ 
ଥରୁଛି ‘ଶିମିଳିପାଳ’ 
ଦୁଇ ସପ୍ତାହ ଯାଏଁ ଶୀତରୁ ନିସ୍ତାର ନାହିଁ

Winter Bone Chilling Cold
Advertisment
Related Articles
Advertisment