Advertisment

Cyclone Montha: ରେଡ୍ ଜୋନରେ ରହିଛି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା , ଭୀଷଣ ବର୍ଷା ପବନ ସମ୍ଭାବନା

ଆନ୍ଧ୍ରରେ ହିଟ୍ କରିବ ସମ୍ଭାବ୍ୟ ସାଇକ୍ଲୋନ୍ ମୋନ୍ଥା। ସ୍ଥଳଭାଗ ଅତିକ୍ରମ କରିବା ବେଳେ ଦକ୍ଷିଣ ଓଡ଼ିଶାରେ ପ୍ରକୋପ ଦେଖାଇବ। ଏଥିପାଇଁ ରେଡ୍ ଜୋନରେ ଅଛି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା  ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ।

author-image
Manas Ranjan Mohanty
RED ALERT

RED ALERT Photograph: (OTV)

ଆନ୍ଧ୍ରରେ ହିଟ୍ କରିବ ସମ୍ଭାବ୍ୟ ସାଇକ୍ଲୋନ୍ ମୋନ୍ଥା। ସ୍ଥଳଭାଗ ଅତିକ୍ରମ କରିବା ବେଳେ ଦକ୍ଷିଣ ଓଡ଼ିଶାରେ ପ୍ରକୋପ ଦେଖାଇବ। ୮ଟି ଜିଲ୍ଲାରେ ପ୍ରଭାବ ଝାଡିବ ବାତ୍ୟା। ଏଥିପାଇଁ ରେଡ୍ ଜୋନରେ ଅଛି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା  ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ। ଏସବୁ ଜିଲ୍ଲାରେ ଭୀଷଣ ବର୍ଷା ପବନ ସମ୍ଭାବନା ରହିଛି। ଉଚ୍ଚସ୍ତରୀୟ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହୋଇପାରେ। ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି। ଅଧିକ ପ୍ରଭାବିତ ଆଶଙ୍କା ଥିବା ମାଲକାନଗିରିରେ ୩ଟି ଓଡ୍ରାଫ, ୮ଟି ଅଗ୍ନିଶମ ବାହିନୀ ଓ ଗୋଟିଏ NDRFକୁ ମିଶାଇ ୧୨ଟି ଟିମ୍ ମୁତୟନ ହୋଇଛନ୍ତି। କୋରାପୁଟରେ ୩ଟି ଓଡ୍ରାଫ, ଗୋଟିଏ NDRF, ୧୪ଟି ଅଗ୍ନିଶମ ବାହିନୀ ସମେତ ମୋଟ୍ ୧୮ଟି ଟିମ୍ ମୁତୟନ ହୋଇଛନ୍ତି। ନବରଙ୍ଗପୁରରେ ୩ଟି ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୧୦ଟି ଟିମ୍ ସଜାଗ ରହିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂଚନା ଦେଇଛନ୍ତି। ... 

Advertisment

ରେଡ୍ ଜୋନରେ ୮ ଜିଲ୍ଲା 
ରେଡ୍ ଜୋନରେ ରହିଛି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା 
ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ରେଡ୍ ଜୋନ୍
ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ରେଡ୍ ଜୋନ୍ 
ଖୋର୍ଦ୍ଧା, ପୁରୀ, ନୟାଗଡ଼ ଜିଲ୍ଲା ପ୍ରଭାବିତ ହୋଇପାରେ
ଭଦ୍ରକ, ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହୋଇପାର
ମାଲକାନଗିରିରେ ୩ଟି ଓଡ୍ରାଫ, ୮ଟି ଅଗ୍ନିଶମ ଓ ଗୋଟିଏ NDRF ଟିମ୍ ମୁତୟନ 
କୋରାପୁଟରେ ୩ଟି ଓଡ୍ରାଫ, ଗୋଟିଏ NDRF, ୧୪ଟି ଅଗ୍ନିଶମ ବାହିନୀ ଟିମ୍
ନବରଙ୍ଗପୁରରେ ୩ଟି ଓଡ୍ରାଫ ଓ ୧୦ ଅଗ୍ନିଶମ ବାହିନୀ ଟିମ୍ ସଜାଗ

Advertisment
Related Articles
Advertisment