Advertisment

ରଜ ଗଲା, ହେଲେ ବର୍ଷାରେ ପୂରା ଭିଜିପାରିଲାନି ଓଡ଼ିଶା, ଧିମା ମୌସୁମୀ ପ୍ରବେଶ ନେଇ ଚିନ୍ତା

ପାଣିପାଗ ବିଭାଗର ସୂଚନା ଅଧିକାଂଶ ଜିଲ୍ଲା ଛୁଇଁବାକୁ ଆହୁରି ୨/୩ ଦିନ । ଜୁନ୍‌ରେ ଏଯାଏଁ ୬୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ।

author-image
Satyendu Shekher Mishra

ପୂର୍ବରୁ ଆକଳନ କରାଗଲା ଏବର୍ଷ ସଅଳ ଆସିବ ମୌସୁମୀ । ରାଜ୍ୟରେ ଭଲ ବର୍ଷା ହେବ । ପରେ କିନ୍ତୁ ମୌସୁମୀ ଆସିବାରେ ବିଳମ୍ବ ହେଉଛି । ଏବେ ଜୁନ୍ ମାସ ଅଧା ହେଲାଣି ହେଲେ କେବଳ ୬ଟି ଜିଲ୍ଲାକୁ ଛାଡ଼ିଦେଲେ ଏଯାଏଁ ସାରା ଓଡିଶାକୁ ଛୁଇଁପାରିିନି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ବିଭାଗ କହିଛି, ରାଜ୍ୟରେ ଆସନ୍ତା ଦୁଇରୁ ତିନି ଦିନ ଭିତରେ ଅଧିକାଂଶ ଜିଲ୍ଲାକୁ ମୌସୁମୀ ଛୁଇଁବ । ଏହାରି ଭିତରେ ଚଳିତ ଜୁନରେ ରାଜ୍ୟରେ ୬୪ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ ହୋଇଛି ।

Advertisment
Weather News Monsoon
Advertisment
Advertisment