ଦେଶର ଉତ୍ତର, ଉତ୍ତର ପଶ୍ଚିମ ଏବଂ ଓଡ଼ିଶାକୁ ମିଶାଇ ପୂର୍ବ । ସବୁଠି ଆକାଶରୁ ଖସୁଛି ନିଆଁ ଝୁଲ । ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ହିଟ୍ ୱେଭ୍ । ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରୀ ତାତିରେ ଜଳିଲା ଝାରସୁଗୁଡ଼ା । ରାଜ୍ୟର ୪ ସହରର ତାପମାତ୍ରା ୪୬ ଡିଗ୍ରୀ ଉପରେ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଉପକୂଳରେ ଗରମ ଓ ଗୁଳୁଗୁଳି ଜାରି ରହିବାକୁ ଥିବା ବେଳେ, ସେପଟେ ଦୁଇଦିନ ଆଗରୁ କେରଳକୁ ଭିଜାଇଛି ମୌସୁମୀ ବର୍ଷା ।
Published By: Santosh Kumar Sahoo
Last updated: 30 May 2024, 09:59 PM IST
କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆଜି କେରଳ ଉପକୂଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଏହାସହ ଦେଶର ଉତ୍ତର ପୂର୍ବ ଭାଗକୁ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ସୂଚନା ମିଳିଛି ।