ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଜି ବି ନାହିଁ ନିସ୍ତାର । ଦିନ ୧୦ଟା ପରଠୁ ଅଗ୍ନିବର୍ଷାରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଆଜି ରାଜ୍ୟର ୨୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ୪୩.୫ ଡିଗ୍ରୀ ସହ ବାରିପଦା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର । ଆଉ ୨ ଦିନ ଯାଏଁ ରହିବ ଗ୍ରୀଷ୍ମର ପ୍ରଭାବ କହିଲା ପାଣିପାଗ ବିଭାଗ । ଗ୍ରୀଷ୍ମ ପ୍ରବାହ ସ୍ଥିତିର ସମୀକ୍ଷା କଲା ରାଜସ୍ୱ ବିଭାଗ । ଗ୍ରୀଷ୍ମ ପ୍ରବାହ ସହ ଦାଉ ସାଧୁଛି ଜଳକଷ୍ଟ ।
Published: Satyendu Shekher Mishra
Last updated: 13 April 2023, 09:24 PM IST
ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛି ସାରା ଓଡ଼ିଶା। ସେ ରାଜଧାନୀ ଭୁବନେଶ୍ୱର ହେଉ କି ରୌପ୍ୟ ସହର କଟକ, ଟ୍ୱିନ୍ସିଟିରେ ସନ୍ତୁଳି ହେଇଯାଉଛନ୍ତି ଲୋକେ। ଖରା ତ ନୁହେଁ, ସତେଯେମିତି ଆକାଶରୁ ବର୍ଷୁଛି ନିଆଁ। ୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଏଭଳି ଅସ୍ୱାଭାବିକ ଗ୍ରୀଷ୍ମପ୍ରବାହକୁ ନେଇ ସମସ୍ତେ ଆତଙ୍କିତ। ତେବେ ଆସନ୍ତୁ ଭୁବନେଶ୍ୱରର କିଛି ଦୃଶ୍ୟକୁ ଦେଖିନେବା ଫଟୋ ମାଧ୍ୟମରେ।