Advertisment

ଆଷାଢ଼ରେ ଖସୁଛି ନିଆଁ; ବର୍ଷା ବଦଳରେ ସାରା ରାଜ୍ୟରେ ପ୍ରବଳ ଗରମ

କି ପୂର୍ବ, କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳି । କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି । ମୁଣ୍ଡ ଉପରକୁ ସୂର୍ଯ୍ୟ ନଯାଉଣୁ, ଖାଁ ଖାଁ ରାସ୍ତା, ସହର ବଜାରରେ ଅଘୋଷିତ କର୍ଫ୍ୟୁ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି

ବିଗତ ୩୦ ବର୍ଷର ରେକର୍ଡ କହୁଛି, ଜୁନ୍ ୧୫ରୁ ୧୭ ଭିତରେ ସାରା ରାଜ୍ୟକୁ ଛୁଇଁଥାଏ ମୌସୁମୀ ବାୟୁ । ହେଲେ ଏବର୍ଷ ଆଜି ସୁଦ୍ଧା ମୌସୁମୀର ଦେଖାଦର୍ଶନ ନାହିଁ । ଆଉ ଏଣେ ତାପମାତ୍ରାର ମିଟର୍ ଘାଇଁ ଘାଇଁ ବଢ଼ି ଚାଲିଛି । ଭାଙ୍ଗୁଛି ରେକର୍ଡ ପରେ ରେକର୍ଡ । ଆଜି ଅପରାହ୍ଣ ୨ଟା ୩୦ ସୁଦ୍ଧା ୪୫ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ସମ୍ବଲପୁର । ଝାରସୁଗୁଡ଼ା ୪୪.୪ ଏବଂ ଭୁବନେଶ୍ୱର ଓ ହୀରାକୁଦର ତାପମାତ୍ରା ୪୪ଡିଗ୍ରୀ ରେକର୍ଡ ହୋଇଥିଲା । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଉ ୨-୩ ଦିନ ଏହିଭଳି ତାପମାତ୍ରା ଜାରି ରହିଲେ ବି, ୨୧ ତାରିଖ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହିତ ପାରଦ ଖସିବ ବୋଲି ସୂଚନା ମିଳିଛି ।

Advertisment
Power Outage
Advertisment
Advertisment